ବାଲିଅନ୍ତା,ଗୋବର୍ଦ୍ଧନ ଦାସଙ୍କ ରିପୋର୍ଟ, ଉତ୍କଳ ବୁଲେଟିନ୍: ବାଲିଅନ୍ତା ବ୍ଲକ ପ୍ରତାପଶାସନ ଗ୍ରାମ ପଞ୍ଚାୟତ ହାନୁମନ୍ତ ପାଟଣ ଗ୍ରାମରେ ଚୈତ୍ର ପୂର୍ଣ୍ଣିମା ଅବସରରେ କୈବର୍ଭ ସମ୍ପ୍ରଦାୟର ଚୈତ୍ର ପର୍ବ ବହୁ ଆଡମ୍ବର ସହିତ ପାଳିତ ହୋଇଛି । ଏହି ପର୍ବରେ ସେମାନଙ୍କର ଇଷ୍ଟ ଦେବୀ ମା’ ବାଶେଳୀଙ୍କୁ ନିର୍ଦ୍ଧିଷ୍ଟ ନୀତି କାନ୍ତି ଦ୍ଵାରା ପୂଜାର୍ଚ୍ଚନା କରିବା ସହିତ ମା’ଙ୍କ ପାଖରେ ଯାହା ମାନସିକ କରିଥାନ୍ତି ତାହା ଶୀଘ୍ର ପୂରଣ ହୁଏ ବୋଲି ସେମାନଙ୍କର ବିଶ୍ବାସ ରହିଛି । ଏହି ଦିନ ନୂତନ ବସ୍ତ୍ର ପରିଧାନ କରି

ପିଠା, ପଣା ତିଆରି କରି ମା’ଙ୍କ ପାଖରେ ଭୋଗ ଲଗାଇଥାନ୍ତି । ପରେ ଏକ ପଟୁଆର ଶୋଭା ଯାତ୍ରା ମାଧ୍ୟମରେ ଢୋଲ, ମହୁରୀ, ଶଙ୍ଖ, ଘଣ୍ଟ ବଜାଇ ମା’ ବାଶେଳୀଙ୍କ ପ୍ରତିମୂର୍ତିକୁ ନଗର ପରିକ୍ରମା କରାଯାଇଥାଏ । ଏହି ପର୍ବକୁ ଦେଖିବା ପାଇଁ ଆଖ ପାଖ ଅଞ୍ଚଳରୁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ।