ଚଣ୍ଡିଖୋଲ ଛକରେ ଦୁର୍ଘଟଣା: ଜଣେ ମୃତ

ଚଣ୍ଡିଖୋଲ: ଆଜି ମଧ୍ୟାହ୍ନ ସମୟରେ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ମୁଖ୍ୟ ରାସ୍ତାରେ ଘଟିଯାଇଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣେ ମୃତୁ୍ୟବରଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ଢ଼େଙ୍କାନାଳ ଜିଲ୍ଲା ଭୂବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମର ବିଭୂ ସେନାପତି ନାମକ ଜଣେ ବ୍ୟକ୍ତିଙ୍କୁ ଏକ କାର୍ ପଛପଟୁ ଜୋରରେ ଧକ୍କା ଦେବାରୁ ସେ ଛିଟିକି ପଡ଼ିଥିଲେ । ତାଙ୍କ ପଛପଟ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କର ସେହିଠାରେ ହିଁ ମୃତୁ୍ୟ ଘଟିଥିବା ଜଣାପଡିଛି । ଉକ୍ତ ବ୍ୟକ୍ତି ଜଣଙ୍କ ଖାଇବାକୁ ହୋଟେଲ ଯିବା ପାଇଁ ରାସ୍ତା ପାର ହେଉଥିବା ସମୟରେ କାର୍ଟି ତାଙ୍କୁ ପଛପଟୁ ମାଡ କରିଥିଲା । ଏଭଳି ଦୁଃଖଦ ଘଟଣା ଉକ୍ତ ଅଂଚଳରେ ଶୋକର ଛାୟା ଖେଳାଇଦେଇଛି । ବିମଳ କୁମାର ରଣାଙ୍କ ରିପୋର୍ଟ, ଉତ୍କଳ ବୁଲେଟିନ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page