ଚତୁର୍ଥ କୁମାର କୃଷ୍ଣଚନ୍ଦ୍ର ରାୟ ସ୍ମାରକୀ ବକ୍ତୃତା ମାଳା

ଭୁବନେଶ୍ୱର: ରାଷ୍ଟ୍ରୀୟ ପୁନଃନିର୍ମାଣକୁ ଜୀବନର ବ୍ରତ କରି ସମାଜ ପାଇଁ ନିଜକୁ ସମର୍ପିତ କରିଥିବା ବିଶିଷ୍ଟ ସମାଜ ସୁଧାରକ, ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ବରିଷ୍ଟ ପ୍ରଚାରକ ଏବଂ ଏବିଭିପି ଓଡ଼ିଶାର ପୂର୍ବତନ ପ୍ରଦେଶ ସଂଗଠନ ସମ୍ପାଦକ କୁମାର କୃଷ୍ଣଚନ୍ଦ୍ର ରାୟଙ୍କ ସ୍ମୁତିରେ କୁମାର କୃଷ୍ଣଚନ୍ଦ୍ର ରାୟ ସ୍ମାରକୀ ବକ୍ତୃତା ମାଳା ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ୱର ଠାରେ ଅପରାହ୍ନ 5 ଘଟିକା ସମୟରେ ଅନୁଷ୍ଠିତ ହୋଇଯାଉଛି l ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମହାମହିମ ରାଜ୍ୟପାଳ ଡ଼ା ହରିବାବୁ କୁମ୍ଭମପାଟି ଏବଂ ବକ୍ତା ଭାବେ ରାଷ୍ଟ୍ରୀୟ ମଜଦୁର ସଙ୍ଘର ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ଶ୍ରୀ ସୁରେନ୍ଦ୍ରନ ଉପସ୍ଥିତ ରହି କୁମାର କୃଷ୍ଣଚନ୍ଦ୍ର ରାୟଙ୍କର ଥିବା ସମାଜ ପାଇଁ ଅବଦାନ ଉପରେ ଆଲୋକପାତ କରିବା ଯୁବ ପିଢ଼ିଙ୍କ ପ୍ରୟାସରେ ବିକଶିତ ହେବ ଭାରତ l ପରିଷଦର ନୂତନ ଏବଂ ପୁରାତନ କାର୍ଯ୍ୟକର୍ତାମାନେ ଉପସ୍ଥିତି ରହିଥିଲେ l ଏହି କାର୍ଯ୍ୟକ୍ରମରେ ଏବିଭିପିର ପୂର୍ବତନ ରାଜ୍ୟ ସମ୍ପାଦକ ସୌମେନ୍ଦ୍ର ଜେନା , ଏବିଭିପିର ରାଜ୍ୟ ସଭାପତି ଗାର୍ଗୀ ବାନାର୍ଜୀ ମଞ୍ଚ ସଂଚାଳନ କରିଥିଲେ। ଧନ୍ୟବାଦ ଜ୍ଞାପନ ଓଡିଶା ପୂର୍ବର ରାଜ୍ୟ ସମ୍ପାଦିକା ଦିପ୍ତିମୟୀ ପ୍ରତିହାରୀ କରିଛନ୍ତିl

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page