ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନାଚୁଣୀ ଅଞ୍ଚଳର ବିଭିନ୍ନ ବ୍ରାହ୍ମଣ ଶାସନମାନଙ୍କୁ ନେଇ ଗଠିତ ହୋଇଥିବା ଶ୍ରୀଚ଼ନ୍ଦ୍ରଶେଖର ଦେବ ବ୍ରାହ୍ମଣ ସମିତିର ପ୍ରଥମ ବୈଠକ ୧୫ ତାରିଖ ରବିବାର ଦିନ ଭବାନୀପୁର ସ୍ଥିତ ବିଶ୍ଵନାଥ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଫକୀର ମୋହନ ନନ୍ଦଙ୍କ ସଭାପତିତ୍ୱରେ ଓ ସଂପାଦକ ହରିବନ୍ଧୁ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ସମିତିର ପ୍ରଥମ ବୈଠକର ପ୍ରାରମ୍ଭରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟମାନେ ଶ୍ରୀଜଗନ୍ନାଥଙ୍କ ତୈଳ ଚିତ୍ରରେ ଧୂପପୁଷ୍ପ ଅର୍ପଣ କରିବା ପରେ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ବୈଠକର ଶୁଭାରମ୍ଭ କରିଥିଲେ। ସର୍ବସମ୍ମତିକ୍ରମେ ସମିତିର କାର୍ଯ୍ୟକର୍ତ୍ତା ଭାବେ ମନୋନୀତ ହୋଇଥିବା ସଭାପତି- ଅଶ୍ଵିନୀ କୁମାର ମହାପାତ୍ର, ଉପ-ସଭାପତି ପ୍ରଭାକର ଦାଶ, ସଂପାଦକ ହରିବନ୍ଧୁ ମିଶ୍ର,ସହ-ସଂପାଦକ ଅକ୍ଷୟ କୁମାର ତ୍ରିପାଠୀ, କୋଷାଧକ୍ଷ ପ୍ରଦୋଷ କୁମାର ଷଡ଼ଙ୍ଗୀ, ଉପଦେଷ୍ଟା ଫକୀର ମୋହନ ନନ୍ଦ ଓ ଅନ୍ୟାନ୍ୟ ସଦସ୍ୟମାନଙ୍କୁ ଶପଥ ପାଠ କରାଇବା ପରେ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲ।।

ଏହା ପରେ ବୈଠକରେ ବ୍ରାହ୍ମଣ ସମିତି ଗଠନର ଉଦ୍ଦେଶ୍ୟ, ସମସ୍ତ ସଦସ୍ୟମାନଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟ ପୂର୍ଣ୍ଣ ସଂପର୍କ ସ୍ଥାପନ, ଗରିବ ବ୍ରାହ୍ମଣ ପିଲାମାନଙ୍କୁ ଶିକ୍ଷା କ୍ଷେତ୍ରରେ ଆର୍ଥିକ ସହାୟତା ପ୍ରଦାନ,ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସମିତି ତରଫରୁ ଦୁଃସ୍ଥ ବ୍ୟକ୍ତିମାନଙ୍କୁ ସାହାଯ୍ୟ, ଜିଲ୍ଲା ଓ ରାଜ୍ୟସ୍ତରରେ ଗଠିତ ବ୍ରାହ୍ମଣ ସଂଗଠନ ସହ ଯୋଗାଯୋଗ ରକ୍ଷା ଆଦି ବିଷୟରେ ଆଲୋଚନା କରାଯାଇ ପ୍ରସ୍ଥାନ ମାନ ଗୃହୀତ ହୋଇଥିଲା। ଉକ୍ତ ବୈଠକରେ ସମତିର ସଭାପତି ଅଶ୍ଵିନୀ କୁମାର ମହାପାତ୍ରଙ୍କ ସମେତ ପ୍ରଭାକର ଦାଶ, ଅକ୍ଷୟ କୁମାର ତ୍ରିପାଠୀ, ପ୍ରଦୋଷ କୁମାର ଷଢ଼ଙ୍ଗୀ, ଫକୀର ମୋହନ ନନ୍ଦ, ଶରତ କୁମାର ବ୍ରହ୍ମା,ନିର୍ମଳ କୁମାର ମହାପାତ୍ର, ପୀତାମ୍ବର ଶତପଥୀ, ଦିଲ୍ଲୀପ କୁମାର ଦାଶ, ପଦ୍ମନାଭ ନନ୍ଦ,ଅଜିତ୍ କୁମାର ମିଶ୍ର, ସୁରେଶ କୁମାର ଦାଶ ଓ ରଶ୍ମୀରଞ୍ଜନ ଦାଶଙ୍କ ସମେତ ପ୍ରାୟ ୩୯ଜଣ ସଦସ୍ୟ ଯୋଗ ଦେଇ ନିଜ ନିଜର ମତାମତ ରଖିଥିଲେ । ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସଂପାଦକ ହରିବନ୍ଧୁ ମିଶ୍ର । ବୈଠକରେ ଯୋଗ ଦେଇଥିବା ସମସ୍ତ ସଦସ୍ଯମାନଙ୍କୁ ପ୍ରସାଦ ସେବନରେ ଆପ୍ୟାୟିତ କରାଯାଇଥିଲା ।