ଚଳନ୍ତା ଟ୍ରେନରୁ ଖସି ମାଆ-ପୁଅ ଗୁରୁତର

ଢେଙ୍କାନାଳ ଦାଣ୍ଡିମାଳ ଷ୍ଟେସନରେ ଏକ୍ସପ୍ରେସ ଟ୍ରେନରୁ ଓହ୍ଲାଇବାବେଳେ ଚଳନ୍ତା ଟ୍ରେନରୁ ଖସି ପଡ଼ିଲେ ମାଆ-ପୁଅ । ମାଆ ଗୁରୁତର ହୋଇଥିବା ବେଳେ ୧୨ ବର୍ଷିୟ ପୁଅର ଅବସ୍ଥା ସଙ୍କଟାପନ୍ନ ରହିଛି । ଉଭୟ ଢେଙ୍କାନାଳ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମାଆ ଭଗବତୀ ଦେହୁରୀ ଓ ୧୨ ବର୍ଷୀୟ ପୁଅ ରୁଦ୍ର ନାରାୟଣ ଦେହୁରୀ ମେରାମଣ୍ଡଳୀ ଷ୍ଟେସନରୁ ପାସେଞ୍ଜର ବଦଳରେ ପୁରୀ ଦୁର୍ଗ ଏକ୍ସପ୍ରେସରେ ଚଢିଯାଇଥିଲେ । ଢେଙ୍କାନାଳ ନିକଟସ୍ଥ ଦାଣ୍ଡିମାଳ ଷ୍ଟେସନରେ ସେମାନଙ୍କ ଓହ୍ଲାଇବାରଥିଲା । କିନ୍ତୁ ଏକ୍ସପ୍ରେସ ଟ୍ରେନ ହୋଇଥିବାରୁ ଅଟକିନଥିଲା । ଏଥିରେ ବ୍ୟତିବ୍ୟସ୍ତ ହୋଇ ପୁଅର ଗୋଡ ବଗିର ଡୋର ନିକଟରେ ଖସିଯାଇଥିଲା । ପୁଅକୁ ଧରିବାକୁ ଯାଇ ମାଆ ମଧ୍ୟ ଖସି ପଡିଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଚିକିତ୍ସା ଜାରି ରଖାଯାଇଥିବା ଜଣାପଡିଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page