ଚଳନ୍ତା ବାଇକରୁ ଖସିପଡି ମହିଳା ଗୁରୁତ୍ୱର

କଳାହାଣ୍ଡି, ୦୮/୦୩, ଜଗନ୍ନାଥ ନାଏକ (ଉତ୍କଳ ବୁଲେଟିନ) : କଳାହାଣ୍ଡି ଜିଲ୍ଲା ନର୍ଲା ଠାରୁ ଭାୟା ରୁପ୍ରାରୋଡ୍, ରୁପ୍ରା ଦେଇ ପଲମକୁ ସଂଯୋଗ କରୁଥିବା PWD ରାସ୍ତାର ରୁପ୍ରା ବେଙ୍ଗପୁଜା ଛକ ନିକଟରେ ବାଇକ୍ ରୁ ଖସିପଡି ଜଣେ ମହିଳା ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।  ଅବୁଜବାହାଲ୍ ଗ୍ରାମର ପାଣ୍ଡବ ସାହୁ ଓ ତାଙ୍କ ପତ୍ନୀ ନେପୁର ସାହୁ ରୁପ୍ରା ଗ୍ରାମକୁ ଏକ ବୈବାହିକ ଉତ୍ସବରେ ଯୋଗଦେବା ପାଇଁ ଆସିଥିବା ବେଳେ ଉକ୍ତ ଛକ ନିକଟରେ ବାଇକ୍ ରୁ ଖସିପଡିଲେ। ସେ ବର୍ତ୍ତମାନ ଭବାନୀପାଟଣା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି।  ରାସ୍ତାର ଉକ୍ତ ସ୍ଥାନରେ ପୋଲ ତିଆରି କରିବା ପାଇଁ ପିଚୁ ନକରି ଛାଡି ଦିଆଯାଇଛି, ଫଳରେ ରାସ୍ତା ଖାଳୁଆ ହୋଇଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ମଧ୍ୟ ସମ୍ପୃକ୍ତ ଠିକାସଂସ୍ଥା ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ସେହିପରି ଉକ୍ତ ରାସ୍ତାର ସାଲିଙ୍ଗ୍ ନିକଟରେ ମଧ୍ୟ ପୋଲ ଉପରେ ରାସ୍ତା ଦବି ଯାଇଥିବାରୁ ବାଇକ୍ ଚାଳକ ଜାଣିନପାରି ବାରମ୍ବାର ଦୁର୍ଘଟଣା ଘଟୁଛି। ପୂର୍ତ୍ତ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page