ଚଳିତବର୍ଷ ପୂଜାକମିଟିଙ୍କୁ ମିଳିବ “ଶ୍ରୀ ଗଣେଶ” ସମ୍ମାନ

ବାଲିଅନ୍ତା: ପାର୍ବଣଋତୁର ଆଗମନରେ ଗାଁ ଠାରୁ ସହର ପର୍ଯ୍ୟନ୍ତ ଚଳଚଞ୍ଚଳ l ଆଉ ଦିନକ ପରେ ଧରାପୃଷ୍ଠକୁ ଆସିବେ ବିଘ୍ନବିନାଶକ ଶ୍ରୀ ଗଣେଶ l ଏହି ପରିପ୍ରେକ୍ଷୀରେ ଏକ ନୂତନ ଚିନ୍ତାଧାରା ନେଇ ଶାନ୍ତିସ୍ତୁପ ପ୍ରିଣ୍ଟ ମେଡ଼ିଆ, ଗ୍ରିନ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟ ଓ ଉତ୍କଳ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ବାଲିଅନ୍ତା ବ୍ଲକର ବିଭିନ୍ନ ଅଞ୍ଚଳରେ ହୋଇଥିବା ପୂଜାକମିଟିକୁ ଶ୍ରୀ ଗଣେଶ ସମ୍ମାନରେ ସମ୍ମାନିତ କରାଯିବ l ସୁନ୍ଦର ମୂର୍ତ୍ତି, ସାଜସଜା, ପରିଷ୍କାର ପରିଚ୍ଛନ୍ନତା, ଶାନ୍ତିଶୃଙ୍ଖଳା ଏବଂ ସମାଜକୁ ଦେଉଥିବା ଉତ୍ତମ ବାର୍ତା ଭିତ୍ତିକ ଏହି ପାଞ୍ଚଟି ଦିଗକୁ ଲକ୍ଷ କରି ସମ୍ପୃକ୍ତ ପୂଜାକମିଟିକୁ ସମ୍ମାନିତ କରାଯିବ ବୋଲି ଆଜି ଚଢେଇବର ସ୍ଥିତ ମା’ ବୁଢ଼ୀ ଠାକୁରାଣୀଙ୍କ ପ୍ରାଙ୍ଗଣରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l ସେହିପରି ଆସନ୍ତା ୨୭ ତାରିଖରୁ ଅଞ୍ଚଳର ମୂର୍ତ୍ତିକାର, ଚିତ୍ରଶିଳ୍ପୀ ମାନେ ଆୟୋଜକଙ୍କ ସହ ଏକ ସ୍ୱତନ୍ତ୍ର ଦଳ ବ୍ଲକର ଅଞ୍ଚଳରେ ଥିବା ବିଭିନ୍ନ ପୂଜାକମିଟି ପରିଦର୍ଶନ କରିବେ l ଏଥିରେ ପ୍ରଥମ ୫ ଗୋଟି ପୂଜାକମିଟିକୁ ଶ୍ରୀ ଗଣେଶ ସମ୍ମାନରେ ସମ୍ମାନିତ କରାଯିବ l ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ପୂଜାକମିଟିକୁ ଯଥାକ୍ରମେ ୫ ହଜାର, ୩ ହଜାର, ୨ ହଜାର, ୧୫00, ଏବଂ ୧ ହଜାର ଟଙ୍କା ପୁରସ୍କୃତ କରାଯିବ l ଆଜିର ସାମ୍ବାଦିକ ସମ୍ମିଳନୀରେ ଶାନ୍ତିସ୍ତୁପର ସମ୍ପାଦକ ରଞ୍ଜନ ମହାପାତ୍ର, ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷ ଦୀନବନ୍ଧୁ ଭୋଇ, ଉତ୍କଳ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ମହାନ୍ତି, ଗୋବିନ୍ଦ ବେହେରା, ମନୋଜ ବେହେରା, ସରୋଜ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page