ଚଳିତ ରବି ଚାଷ ପାଇଁ ୭ ତାରିଖ ରୁ ଜଳସେଚନ ହେବ

କଳାହାଣ୍ଡି,୫|୧(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ)-: କଳାହାଣ୍ଡି ଇନ୍ଦ୍ରାବତୀ ବହୁମୁଖୀ ଜଳବିଦ୍ୟୁତ୍ ପ୍ରକଳ୍ପରୁ ଆସନ୍ତା ରବି ଚାଷ ପାଇଁ ଜାନୁୟାରୀ ୭ତାରିଖ ରୁ ଜଳ ସେଚନ ଆରମ୍ଭ ହେବ । ରବି ଋତୁରେ ଜିଲାର ମୋଟ ୪୭, ୫୭୬ ହେକ୍ଟର ଜମିରେ ଜଳସେଚନର ଲକ୍ଷ୍ୟ ରଖାଯାଇଛି । ତେବେ ଜଳଭ ଳଭଣ୍ଡାରରେ ଜଳାଭାବ ଯୋଗୁଁ ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ପ୍ରକଳ୍ପର ଜଳସେଚନ ବନ୍ଦ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି | ସୂଚନା ଅନୁଯାୟୀ, ଗତବର୍ଷ ତୁଳନାରେ ଚଳିତ ବର୍ଷ ଜଳଭଣ୍ଡାରରେ ପ୍ରାୟ ୨ମିଟର ପାଣି କମ ଥୂବାରୁ ରବି ଜଳସେଚନକୁ ସଙ୍କୁଚିତ କରାଯାଇଛି । ମୋଟ ୫୩ ହେକ୍ଟର ଜମିରେ ଜଳସେଚନର ଲକ୍ଷ୍ୟ ରଖାଯାଇଛି । ସେହି ଅନୁଯାୟୀ, ଜୟପାଟଣା ବ୍ଲକର ୫୬ ଟି ଗାଁର ୧୩, ୭୮୫ ହେକ୍ଟର, କଲମପୁର ବ୍ଲକର ୪୮ଟି ଗାଁର ୮, ୮୪୪ ହେକ୍ଟର, ଜୁନାଗଡ଼ ବ୍ଲକର ୧୩୬ ୧୩୬ଟି ଗାଁର ୨୧, ୭୨୮ ହେକ୍ଟର, କୋକସରା ବ୍ଲକର ୧୦ଟି ଗାଁର ୨, ୧୧୦ ହେ ହେକ୍ଟର ଓ ଧର୍ମଗଡ଼ ବ୍ଲକର ୪୬ଟି ଗାଁର ୬୯୦୫ ହେକ୍ଟର ଜମିରେ ଜଳସେଚନ ଲକ୍ଷ୍ୟ ରଖାଯାଇଥିବା ଇନ୍ଦ୍ରାବତୀ ମୁଖ୍ୟ ନିର୍ମାଣଯନ୍ତ୍ରୀ ଜଗନ୍ନାଥ ପାଣି ଗଣ ମାଧ୍ୟମ କୁ ସୂଚନା ଦେଇଛନ୍ତି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page