ଧର୍ମଗଡ,୧୬/୦୪/(ଜନ୍ମେଜୟ ନାଏକଙ୍କରିପୋର୍ଟ): ସମାଜରୁ ବାଲ୍ୟବିବାହ ପରି ଘୃଣ୍ୟ କାର୍ଯ୍ୟ ଦୂର କରିବା ପାଇଁ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ତା ୧୬.୦୪.୨୦୨୫ ରିଖ ବୁଦ୍ଧବାର ଦିନ ଚାଇଲ୍ଡ ରାଇଟ୍ସ ଆଣ୍ଡ ୟୁ ଅନୁଷ୍ଠାନ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଚପୁରିଆ ର ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଅବନା ଭୋଇ, ଅଙ୍ଗନୱାଡ଼ି ସୁପରଭାଇଯର ଶାନ୍ତିଲତା ମଙ୍ଗରାଜ ଓ ବ୍ଲକ କୋର୍ଡିନେଟର ବିନିତା ରାଉତ, ଉକ୍ତ ବିଦ୍ୟାଲୟର ପ୍ରଧାନ ଶିକ୍ଷକ ରାଜେଶ କୁମାର ନାୟକ ତଥା ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ, ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିବା ସହ ଅଞ୍ଚଳ ର ଅଙ୍ଗନୱାଡ଼ି କର୍ମୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ଚାଇଲ୍ଡ ରାଇଟସ୍ ଆଣ୍ଡ ୟୁ ତରଫରୁ କର୍ମରତ ଥିବା ପ୍ରକଳ୍ପ ସଂଯୋଜକ ଚିନ୍ମୟ କୁମାର ପ୍ରଧାନ, ସୁପର ଭାଇଜର ଭୁଦେବ ଭୋଇ, ସହକର୍ମୀ ବସମତି ଭୋଇ, ଆଶ୍ରିତା କର, ବୈଦେହି ସାହୁ ଏବଂ ସୁତୟା ମାଝୀ ମଧ୍ୟ ଉପସ୍ଥିତ ଥିଲେ । ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ବାଲ୍ୟ ବିବାହ ଦ୍ଵାରା, ଶାରୀରିକ, ମାନସିକ ଓ ସାମାଜିକ କ୍ଷେତ୍ରରେ ହେଉଥିବା କ୍ଷତି ମା ଓ ଶିଶୁ ଉପରେ ପଡ଼ୁଥିବା କୁପ୍ରଭାବ ସମେତ ବାଲ୍ୟବିବାହକୁ ପ୍ରୋତ୍ସାହନ, କାର୍ଯ୍ୟକାରୀ କରୁଥିବା ଲୋକଙ୍କ ପାଇଁ ଶିଶୁ ଵିଵାହ ନିଷେଧ ନିୟମ ରେ ଉଲ୍ଲେଖନୀୟ ଦଣ୍ଡ ବିଷୟରେ ଆଲୋଚନା ମଧ୍ୟ କରାଯାଇଥିଲା । ବାଲ୍ୟବିବାହ ରୁ କିଭଳି ନିଜକୁ ଦୂରେଇ ରଖିବା ଓ ବଞ୍ଚିବା ସେ ବିଷୟରେ ମଧ୍ୟ ପିଲା ମାନଙ୍କୁ ସଚେତନ କରାଯାଇଥିଲା । ପରିଶେଷରେ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇ ବିଜେତା ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇ ଧନ୍ୟବାଦ୍ ଜ୍ଞାପନ ଦେଇ ସଭାସାଙ୍ଗ କରାଯାଇଥିଲା ।

ଧର୍ମଗଡରୁ ଜନ୍ମେଜୟ ନାଏକଙ୍କ ରିପୋର୍ଟ