ଚାନ୍ଦବାଲି ବ୍ଲକ କଖାରୁଡିହ ଠାରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ

ଚାନ୍ଦବାଲି: ଚାନ୍ଦବାଲି ବ୍ଲକ କଖାରୁଡିହ ଠାରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି | ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲା ଆଇନ ସେବା ପ୍ରାଧିକରଣ ବିଷୟରେ କହିଥିଲେ। ସେ ଏକଥା ମଧ୍ୟ କହିଥିଲେ, ସୁପ୍ରିମକୋର୍ଟଙ୍କ ଆଦେଶ ଅନୁଯାୟୀ କୌଣସି ଭିନ୍ନକ୍ଷମଙ୍କ ପ୍ରତି ହୋଇଥିବା ଅନ୍ୟାୟ ସମ୍ପର୍କିତ ମାମଲାର ଶୁଣାଣି ଅଗ୍ରାଧିକାର ଭିତ୍ତିରେ ଅର୍ଥାତ୍‌ ୧ ବର୍ଷ ଭିତରେ କରାଯିବ। ତେଣୁ ଭିନ୍ନକ୍ଷମମାନେ ଆଦୌ ବିଚଳିତ ହେବା ଉଚିତ ନୁହେଁ। ଏଥିସହ ସମ୍ପ୍ରତ୍ତି ଭିନ୍ନକ୍ଷମମାନେ ମଧ୍ୟ କୌଣସି କ୍ଷେତ୍ରରେ କମ ନାହାନ୍ତି। ଏପରି କି ଅନେକ ଭିନ୍ନକ୍ଷମ ସକ୍ଷମଙ୍କଠାରୁ ଆଗରେ ରହୁଥିବା ପ୍ରାଧିକରଣ ସଚିବ ରାଉତ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଅବଦୁଲ ୱାହାବ ଖାଁ ପୌରୋହିତ୍ୟ କରି ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ୧୯୮୧ ମସିହାରୁ ପ୍ରତିବର୍ଷ ଡିସେମ୍ବର ୩କୁ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଭାବେ ପୃଥିବୀରେ ପାଳନ ପାଇଁ ଜାତିସଂଘ ନିଷ୍ପତ୍ତି ନେଇଛି। କେନ୍ଦ୍ର ସରକାର ଭିନ୍ନକ୍ଷମଙ୍କୁ ୨୧ ପ୍ରକାରରେ ଚିହ୍ନଟ କରିଛନ୍ତି। ଓଡ଼ିଶା ଲୋକ ସଂଖ୍ୟାର ୩୩% ଭିନ୍ନକ୍ଷମ ଅଛନ୍ତି। ୧୯୯୫ରେ ଭିନ୍ନକ୍ଷମ ଅଧିନିୟମ ପ୍ରଣୟନ କରାଯାଇଛି। ୧୯୯୫ରେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (ଏନ୍‌ଏସ୍‌ଏପି) ଆରମ୍ଭ ହୋଇଥିଲା। ଜିଲାରେ ୩୪,୦୦୦ ଭିନ୍ନକ୍ଷମ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୧୧,୦୦୦ଙ୍କୁ ଭତ୍ତା ପ୍ରଦାନ କରାଯାଉଛି। ପରେ ପରେ କାର୍ଯ୍ଯକ୍ରମରେ ପୂର୍ବରୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ସହିତ ଟ୍ରଫି ପ୍ରଦାନ କରାଯାଇଥିଲା |

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News