ଚିଲିକାରେ ଶ୍ରୀରାମ ନବମୀରେ ବିଶ୍ୱ ହିନ୍ଦୁ ପରିଷଦର ବିଶାଳ ରାଲି।

ଚିଲିକା,୨୮।୩:ଚିଲିକା ନିର୍ବାଚନ ମଣ୍ଡଳୀରେ ବିଶ୍ୱହିନ୍ଦୁ ପରିଷଦ ବାଣପୁର ପ୍ରଖଣ୍ଡ ତରଫରୁ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପୁଣ୍ୟ ଜନ୍ମ ମହୋତ୍ସବ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ନାଚୁଣୀ ଅଂଚଳର ପରିବେଶ ଉତ୍ସବ ମୁଖର ହୋଇ ଉଠିଥିଲା l ପ୍ରତ୍ୟେକ ଶ୍ରୀରାମଙ୍କ ମନ୍ଦିରରେ ହୋମ, ଯଜ୍ଞ ଓ ଅଭିଷେକ ଇତ୍ୟାଦି ଆୟୋଜନ କରାଯାଇଥିଲା l ଏହି ଉପଲକ୍ଷେ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା ସ୍ଥାନୀୟ ଯୁବକଙ୍କୁ ନେଇ ଆୟୋଜନ କରାଯାଇଥିଲା l ଶୋଭାଯାତ୍ରାରେ ରାମଲାଲାଙ୍କ ବିଗ୍ରହ ଶୋଭିତ ଏକ ରଥ ପରିକ୍ରମା କରିଥିଲା l ସ୍ଥାନୀୟ ସଲପଡ଼ିହି ସ୍ଥିତ ବିଜେ ମା’ ପାଣ୍ଡବାଶୁଣୀଙ୍କ ମନ୍ଦିର ପ୍ରାଙ୍ଗଣରୁ ୨୦୦ରୁ ଉର୍ଦ୍ଧ ମୋଟରସାଇକଲରେ ପ୍ରାୟ ୩୦୦ ରାମଭକ୍ତ ପାଣ୍ଡବଶୁଣୀ ମନ୍ଦିରରୁ ବାହାରି ସଲପଡ଼ି, ଲୋକିପୁର, ନାଚୁଣୀ , ସୁନାଖଳା, ଜୀବଦେଇପୁର, କୁଲେଇ, ଭାଟପଡା, ଗମ୍ଭାରୀମୁଣ୍ଡା ଓ ଆୟତପୁର ଦେଇ ଦେଓଗାଁସ୍ଥ ପଥରା ରାଧାକାନ୍ତଦେବ ମନ୍ଦିର ଠାରେ ଶୋଭାଯାତ୍ରାର ସମାପନ ହୋଇଥିଲ। ।

ରଥକୁ ପ୍ରତି ଗ୍ରାମରେ ମା’ ମାନଙ୍କ ଦ୍ଵାରା ପୂଜାର୍ଚ୍ଚନା ସହ ବନ୍ଦାପନା କରାଯାଇଥିଲା ଓ ଗାଁ ଦାଣ୍ଡ ଉତ୍ସବ ମୁଖର ହୋଇ ଉଠିଥିଲା lଶୋଭାଯାତ୍ରାଟି ନାଚୁଣୀ ଥାନା ଅଧିକାରୀ ଚନ୍ଦ୍ରଶେଖର ଜେନା ଙ୍କ ପ୍ରତ୍ୟକ୍ଷ ସହଯୋଗରେ ଶାନ୍ତି ଶୃଙ୍ଖଳା ସହିତ ସମାପନ ହୋଇଥିଲା l ଶୋଭାଯାତ୍ରାକୁ ବିଶ୍ୱହିନ୍ଦୁ ପରିଷଦ ଚିଲିକା- ବାଣପୁର ପ୍ରଖଣ୍ଡ ସମ୍ପାଦକ ନିଶିରଞ୍ଜନ ବଳବନ୍ତରାୟ, ବଜରଙ୍ଗ ଦଳ ବାଣପୁର ପ୍ରଖଣ୍ଡ ସହ-ସଂଯୋଜକ ସାଇ ଅମିତ ମହାପାତ୍ର, ବଜରଙ୍ଗ ଦଳ ଚିଲିକା ପ୍ରଖଣ୍ଡ ସହ ସଂଯୋଜକ ଜିତେନ୍ଦ୍ର ବିଶ୍ୱାଳ, ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ ହରିପୁର ମଣ୍ଡଳ ପ୍ରମୁଖ ଦୀପକ କୁମାର ରଣା, ଭାରତୀୟ ଜନତା ଯୁବ ମୋର୍ଚ୍ଚା ପ୍ରତାପେଶ୍ୱର ମଣ୍ଡଳ ସଭାପତି ଗଣେଶ ପ୍ରସାଦ ଜେନା, ସାଇ ସୋମନାଥ ଦଳାଇ, ମାନସ ସାହୁ, ବୁବୁ ବରାଳ, ଦୀପୁ ପ୍ରଧାନ, ବ୍ରହ୍ମାନନ୍ଦ ସାମନ୍ତସିଂହାର, ଆଲୋକ ପାଇକରାୟ, ସୋମନାଥ ସାମନ୍ତରାୟ, ଅମିତ ବେହେରା, ରାଜା ପ୍ରଧାନ ଓ ରାକେଶ ଛାଟୋଇ ପ୍ରମୁଖ ନେତୃତ୍ୱ ନେଇଥିଲେ l

ଦିଲ୍ଲୀପ କୁମାର ଶତପଥୀ
ଚିଲିକା

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page