ଚିଲିକାର ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ସାଧାରତନ୍ତ୍ର ଦିବସ ପାଳିତ

ଚିଲିକା,୨୬।୧: ଚିଲିକା ଅଂଚଳର ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ମାନଙ୍କରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଅଛି। ନାଚୁଣୀ ମହାବିଦ୍ୟାଳୟ ଠାରେ ଚିଲିକା ର ପୂର୍ବତନ ବିଧାୟକ ଡାକ୍ତର ବିଭୂତି ଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଛାତ୍ରଛାତ୍ରୀ ମାନଙ୍କ ଠାରୁ ଅଭିବାଦନ ଗ୍ରହଣ କରିଥିଲେ।ସେହିପରି ଗମ୍ଭାରୀମୁଣ୍ଡାସ୍ଥ ପର୍ଶ୍ଵୁରାମ ମହାବିଦ୍ୟାଳୟରେ ଶ୍ରୀ ହରିଚନ୍ଦନ ପତାକା ଉତ୍ତୋଳନ କରିଥିଲେ।ଚିଲିକା ବ୍ଲକରେ ଚେୟାରମ୍ୟାନ ଜ୍ୟୋସ୍ନାରାଣୀ ଦେଇ, ଚିଲିକା ତହସିଲରେ ତହସିଲଦାର କାହ୍ନୁ ଚରଣ ଘଡ଼ାଇ, ଚିଲିକା ଜୁଡିସିଆଲ କୋର୍ଟରେ ମାନ୍ୟବର ବିଚାରପତି ଯୁଧିଷ୍ଟିର ଦଳାଇ, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ନାଚୁଣୀ ହାଇସ୍କୁଲରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସାମନ୍ତସିଂହାର,ଭୀମ ବଳବନ୍ତରାୟ କଲେଜରେ ଦେବେନ୍ଦ୍ର ନାଥ ବିଶ୍ଵାଳ,ପଞ୍ଚୂପଲ୍ଳୀ ସୋମନାଥ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ବିଜୟ କୁମାର ପାତ୍ର,ଚିଲିକା ହାଇସ୍କୁଲରେ ପ୍ରଧାନ ଶିକ୍ଷୟତ୍ରୀ ମମତା ଦାଶ, ନୀଳକଣ୍ଠ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଦିବାକର ମିଶ୍ର, ଅପର୍ତ୍ତି ହାଇସ୍କୁଲରେ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ପଟ୍ଟନାୟକ,ନାଚୁଣୀ ସ୍ଥ ‘ଜାଗୃତିକା’ଅନୁଷ୍ଠାନରେ ଉପଦେଷ୍ଟା ଗାୟକ ଦକ୍ଷିଣ କେଶରୀ ରାମଚନ୍ଦ୍ର କର ଓ ବରିଷ୍ଠ ନାଗରିକ ସଂଘରେ ସଭାପତି ଅଶ୍ୱିନୀ କୁମାର ମହାପାତ୍ର ପ୍ରମୁଖ ଜାତୀୟ ପତାକା ଉତ୍ତୋଳନ କରିଥିଲେ।
ସେହିପରି ବାଣପୁର ଗୋଦାବରୀଶ କଲେଜ,ବାଣପୁର ଗ୍ରାମୀଣ ମହିଳା କଲେଜ,ତହସିଲ,ବ୍ଲକ,କୋର୍ଟ,ଗମ୍ଭାରୀମୁଣ୍ଡା ପତିତପାବନ ବାଣୀ ମନ୍ଦିର,କୁଲେଇ ହାଇ ସ୍କୁଲ,ହରିପୁର ସ୍ଥ୍ ଲକ୍ଷୀଧର ବିଦ୍ୟାପୀଠ ଆଦି କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯାଇ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page