ଚିଲିକା: ଓଷ୍ଟା ପକ୍ଷରୁ ବ୍ଲକ୍ ସ୍ତରୀୟ ଶିଶୁ ଉତ୍ସବ

ଚିଲିକା: ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ (ଓଷ୍ଟା) ଚିଲିକା ବ୍ଲକ ଶାଖା ଆନୁକୁଲ୍ୟରେ ଚିଲିକା ବ୍ଲକର ବଉଳାବନ୍ଧ ସ୍ଥିତ ନୀଳକଣ୍ଠ ହାଇସ୍କୁଲ ପରିସରରେ ବ୍ଲକ ସ୍ତରୀୟ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ଓଷ୍ଟା ଚିଲିକା ବ୍ଲକ ଶାଖାର ସଭାପତି ବିଜୟ କୁମାର ପାତ୍ରଙ୍କ ଅଧ୍ୟକ୍ଷତା ଓ ସ°ପାଦକ କୁନା ମହତ୍ଵଙ୍କ ସ°ଯୋଜନା ତଥା ନୀଳକଣ୍ଠ ହାଇସ୍କୁଲର ପ୍ରଧାନ ଶିକ୍ଷକ ଦିବାକର ମିଶ୍ର ସହଯୋଗ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରାକ୍ତନ ଚିଲିକା ବିଧାୟକ ଡ଼ାକ୍ତର ବିଭୂତି ଭୂଷଣ ହରିଚନ୍ଦନ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ ମୁଖ୍ୟ ବକ୍ତା ଭାବେ ଟାଙ୍ଗୀ ର ଡିସିସି କଲେଜର ପ୍ରାକ୍ତନ

ଅଧ୍ୟକ୍ଷ ପ୍ରସନ୍ନ କୁମାର ଶତପଥୀ, ବିଶିଷ୍ଟ ଅତିଥି ଭାବେ ବାଲୁଗାଁର କାଳିଜାଇ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଗଙ୍ଗାଧର ପ୍ରଧାନଙ୍କ ସହିତ ଅନ୍ୟାନ୍ୟ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଚିଲିକା ବ୍ଲକ ଅନ୍ତର୍ଗତ ବିଭିନ୍ନ ୧୬ଟି ହାଇସ୍କୁଲର ଛାତ୍ର ଛାତ୍ରୀ ଆୟୋଜିତ ବକୃତା, ଚିତ୍ରାଙ୍କନ, ନୃତ୍ୟ ,ସ°ଗୀତ, ଏକକ ଅଭିନୟ, ଗଳ୍ପ, କବିତା ଲିଖନ ଆଦି ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇ ନିଜର ପରାକାଷ୍ଠା ପ୍ରଦର୍ଶନ କରିଥିଲେ। ପ୍ରତିଯୋଗିତା ରେ ବିଚାରକ ଭାବେ ସ୍ତମ୍ଭକାର ପ୍ରଦୋଷ କୁମାର ଦାସ, ସ°ଗୀତକାର ଗୈାରାଙ୍ଗ ଚରଣ ମୁଦୁଲି ଓ ଅଜିତ କୁମାର ମିଶ୍ର, ନୃତ୍ୟ ନିର୍ଦ୍ଦେଶିକା ବିଜୟଲକ୍ଷ୍ମୀ ବଳିଆର ସିଂହ, ନାଟ୍ୟକାର ପ୍ରମୋଦ କୁମାର ସ୍ବାଇଁ ଓ ସର୍ବେଶ୍ଵର ଦାଶ, ଶିକ୍ଷାବିତ୍ ସୁରେଶ କୁମାର ଦାଶ ଓଷ୍ଟା ର ପ୍ରାକ୍ତନ ବ୍ଲକ ସଭାପତି ଓ ପ୍ରାକ୍ତନ ସ°ପାଦକ ଆଶିଷ କୁମାର ପତି , ପ୍ରାକ୍ତନ ପ୍ରଧାନ ଶିକ୍ଷକ ବିରଞ୍ଚି ନାରାୟଣ ପ୍ରସାଦ ନାୟକ ଯୋଗ ଦେଇ ପ୍ରତିଯୋଗିତା ମୁଲ୍ୟାଙ୍କନ କରି ଫଳାଫଳ ଘୋଷଣା କରିଥିଲେ। ସ°ଧ୍ୟାରେ ଆୟୋଜିତ ଉଦଯାପନୀ ତଥା ପୁରସ୍କାର ବିତରଣ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଚିଲିକା ବ୍ଲକର ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ମୁଖ୍ୟ ବକ୍ତା ଭାବେ ଓଷ୍ଟା ର ପ୍ରାକ୍ତନ ରାଜ୍ୟ ସଭାପତି ତଥା ଶିକ୍ଷାବିତ୍ ପଦ୍ମନାଭ ବିଶ୍ବାଳ, ସମ୍ମାନିତ ଅତିଥି ଭାବେ ନୀଳକଣ୍ଠ ହାଇସ୍କୁଲ ର ପ୍ରତିଷ୍ଠାତା ସ°ପାଦକ ଡାକ୍ତର ମଧୁସୂଦନ ସେନାପତି, ଆଡଭୋକେଟ ଦେବାଶିଷ ରଥ, ଶିକ୍ଷାବିତ୍ ପ୍ରମୋଦ କୁମାର ଶତପଥୀ, ପ୍ରାକ୍ତନ ସରପଞ୍ଚ ଜୟକୃଷ୍ଣ ବେହେରା ଯୋଗ ଦେଇ ନିଜର ବକ୍ତବ୍ୟ ପ୍ରଦାନ କରି କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ଶିକ୍ଷକ ନିରଞ୍ଜନ ନନ୍ଦ ଓ ଶିକ୍ଷକ ଅଶୋକ କୁମାର ବେହେରା, ମିନାବାଇ ପ୍ରଧାନ ଙ୍କ ସହ ଆୟୋଜକ ଶିକ୍ଷାନୁଷ୍ଠାନ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ଛାତ୍ର ଛାତ୍ରୀ ଏଥିରେ ସହଯୋଗ ପ୍ରଦାନ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News