ଛତ୍ରପୁରରେ ଗ୍ୟାସ୍‌ ସଙ୍କଟ

ଗଞ୍ଜାମ ଜିଲା ଛତ୍ରପୁରରେ ଦେଖାଦେଇଛି ଏଲ୍‌ପିଜି ସଙ୍କଟ ।ସାଧାରଣ ଖାଉଟି ବେହାଲ । ୨୫ ଦିନ ତଳୁ ବୁକିଂ କରିଥିବା ଉପଭୋକ୍ତା ଏ ଯାଏ ସିଲିଣ୍ଡର ପଇପାରିନାହାନ୍ତି। ଯାହା ଫଳରେ ସାଧାରଣ ଲୋକେ ଏଲ୍‌ପିଜି ପାଇଁ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳୁଛି। ଗ୍ୟାସ୍‌ ପାଇବାର ୨୫ ଦିନ ପରେ ପୁଣି ଆଉ ଏକ ନୂଆ ଗ୍ୟାସ୍‌ ବୁକିଂ କରିବାକୁ ପଡୁଛି। ଘରୋଇ ସିଲିଣ୍ଡର ଯୋଗାଣରେ ଯେଭଳି କୌଣସି ବାଧା ନ ଆସିବ ସେଥିପାଇଁ ସରକାର ତାଗିଦ କରିଛନ୍ତି। ଏହା ସତ୍ତ୍ୱେ ବି ସ୍ଥିତିରେ ସୁଧାର ଆସି ନ ଥିବା ଦେଖାଯାଉଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧର ତାଣ୍ଡବ ମଧ୍ୟରେ ମୁଣ୍ଡ ଟେକିଛି ବଡ଼ ଧରଣର ଶକ୍ତି ସଙ୍କଟ। ଭାରତ ମଧ୍ୟ ଏହି ସମସ୍ୟାରୁ ବାହାରି ପାରି ନାହିଁ। ଯୋଗାଣ ବାଟ ବନ୍ଦ ଯୋଗୁ ମଧ୍ୟପ୍ରାଚ୍ୟରୁ ଆସିପାରୁ ନାହିଁ ଗ୍ୟାସ୍‌। ଏଭଳି ସ୍ଥିତିରେ ଦେଶରେ ଦେଖାଦେଇଛି ଭୟଙ୍କର ଏଲ୍‌ପିଜି ସଙ୍କଟ । ଆଜି ଛତ୍ରପୁର ସ୍ଥିତ ଶକ୍ତି ଏଣ୍ଟର ପ୍ରାଇଜର୍ସ ତଥା ଏଚ୍‌ପି ଗ୍ୟାସ ସମ୍ମୁଖରେ କଓ୍ବୋଇସି ସହିତ ବୁକିଂ କରିବା ପାଇଁ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଛି। ଇକେଓ୍ବାଇସି ନ କଲେ ଗ୍ୟାସ ବୁକିଂ ହେଉନାହିଁ । ବାତିଲ ହୋଇଯାଉଛି। ଏଣୁ ଇକେଓ୍ବାଇସି କରିବା ପାଇଁ ଏଚ୍‌ପି ଅଫିସ ଆଗରେ ଗ୍ରାହକମାନେ ଭିଡ଼ ଜମାଇଛନ୍ତି। ଦୀର୍ଘ ସମୟ ଧରି ଲାଇନରେ ଛିଡ଼ା ହୋଇ ରହିଛନ୍ତି ଗ୍ରାହକମାନେ।

ସୂଚନା ମୁତାବକ ଛତ୍ରପୁର ଏଜେନ୍ସି ନିକଟରେ ୫୮୪ ହାଣ୍ଡି ଷ୍ଟକ୍‌ ରହିଥିବା ବେଳେ ଏବେ ସୁଦ୍ଧା ୩୬୧୫ ଜଣ ଗ୍ୟାସ ବୁକିଂ କରିଛନ୍ତି ସେସବୁ ପେଣ୍ଡିଂ ହୋଇରହିଛି। ସେହିପରି କମର୍ସିଆଲ ଗ୍ୟାସ୍‌ ଆସୁ ନ ଥିବାରୁ ଏହାର ସିଧାସଳଖ ପ୍ରଭାବ ହୋଟେଲ ବ୍ୟବସାୟୀମାନଙ୍କ ଉପରେ ପଡୁଥିବାରୁ ସହରରେ ବହୁ ହୋଟେଲ ବନ୍ଦ ରହିଛି। ଅନ୍ୟପଟେ କିଛି ହୋଟେଲ ମାଲିକ କାଠ ଚୁଲା ମାଧ୍ୟମରେ ରୋଷେଇ କରିବା ଆରମ୍ଭ କରିଛନ୍ତି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page