ଜଗତସିଂହପୁରରେ ଭୟଙ୍କର ବାଣ ବିସ୍ଫୋରଣ, ବାଣ ଭିଡିବା ବେଳେ ବଡ଼ ଅଘଟଣ


ଜଗତସିଂହପୁର: ଜଗତସିଂହପୁରରେ ଭୟଙ୍କର ବାଣ ବିସ୍ଫୋରଣ । ଜଗତସିଂହପୁର ବଡ଼ବାଗ ଅଞ୍ଚଳରେ ବାଣ ଭିଡିବା ବେଳେ ଏହି ବଡ଼ ଅଘଟଣ ଘଟିଛି । ଉଡିଗଲା ଘର ଛାତ, ୨ ଜଣଙ୍କ ମୃତ୍ୟୁ । ୨ ଗୁରୁତରଙ୍କୁ ହସ୍ପିଟାଲ ସ୍ଥାନାନ୍ତର । ବେଆଇନ ବାଣ ଭିଡିବା ବେଳେ ବିସ୍ଫୋରଣରେ ଘରର ଛାତ ଉଡିଯାଇଛି । ବଡ଼ବାଗ ଅଞ୍ଚଳର ସୁଶୀଲ ଦାସଙ୍କ ଘରେ ବେଆଇନ ବାଣ ଭିଡିବା ବେଳେ ଏହି ଅଘଟଣ ଘଟିଛି । ବିସ୍ଫୋରଣ ତୀବ୍ରତା ଏମିତି ଥିଲା ଯେ ଘରର ଛାତ ଉଡ଼ିବା ସହ କାନ୍ଥ ଭୁଶୁଡି ପଡିଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ପ୍ରାୟ ୧ କିମି ଦୂର ପର‌୍ୟ୍ୟନ୍ତ ସାରା ସହର ଥରି ଉଠିଥିଲା । ଘର ଭିତରେ ଥିବା ସୁଶୀଲଙ୍କ ବଡ଼ପୁଅ ରାଜେଶ କୁମାର ଦାସଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ରାଜେଶଙ୍କ ପତ୍ନୀ, ମଝିଆ ପୁଅ ପରେଶ କୁମାର ଦାସ ଓ ତାଙ୍କ ପତ୍ନୀ ଛାତ ତଳେ ଚାପି ହୋଇ ରହିଥିଲେ । ଖବର ପାଇ ଅଗ୍ନିଶମ ବାହିନୀ, ଓଡ୍ରାଫ୍‌, ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର‌୍ୟ୍ୟ ଆରମ୍ଭ କରିଥିଲେ । ପରେଶ ଦାସ ଓ ତାଙ୍କ ପତ୍ନୀଙ୍କୁ ଉଦ୍ଧାର କରି ପ୍ରଥମେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page