ଟାଙ୍ଗୀ ମାଧ୍ୟାମିକ ପ୍ରଶିକ୍ଷଣ ବିଦ୍ୟାଳୟ ପୁରାତନ ଛାତ୍ରଙ୍କ ବନ୍ଧୁ ମିଳନ

ଚିଲିକା, ୨୦।୨: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ ୧୯୭୩-୭୫ ବର୍ଷ ବ୍ୟାଚ୍ ର ପ୍ରଶିକ୍ଷାର୍ଥୀ ତଥା ରାଜ୍ୟ ଗଣଶିକ୍ଷା ଵିଭାଗର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକତା କରି ଅବସର ଗ୍ରହଣ କରିଥିବା ଶିକ୍ଷକ ମାନଙ୍କର ୨ୟ ବାର୍ଷିକ ବନ୍ଧୁ ମିଳନ ସମାବେଶ ଭୂଷଣ୍ଡପୁର ସ୍ଥିତ ମା’ ଉଗ୍ରତାରା ଦେବୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଅଛି । ପଠାଣି ବଳବନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ସମାବେଶରେ ପ୍ରାୟ ୩୦ରୁ ଉର୍ଦ୍ଧ୍ବ ଅବସରପ୍ରାପ୍ତ ଶିକ୍ଷକ, ଶିକ୍ଷାଧିକାରୀ ଯୋଗଦେଇ ସେମାନଙ୍କ ମଧ୍ୟରେ ପାରସ୍ପରିକ ଭାବ ବିନିମୟ କରିଥିଲେ ଏବଂ ଅତୀତର ସ୍ମୃତି ଚାରଣ ଓ କର୍ମମୟ ଶିକ୍ଷକତା ଜୀବନର ସଫଳତା ବଖାଣିବା ସହ ଉତ୍ତର ନିରାମୟ ଜୀବନ କାମନା କରିଥିଲେ। କାର୍ଯ୍ୟକ୍ରମର ସଂଯୋଜକ ତଥା ସମ୍ପାଦକ ମନୋଜ କୁମାର ପାତ୍ର (କାଙ୍ଗା) ଙ୍କ ପ୍ରାରମ୍ଭିକ ସୂଚନା ପରେ ଦିବଂଗତ ବନ୍ଧୁ ମାନଙ୍କ ଉଦ୍ଦେଶ୍ୟରେ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ଶିକ୍ଷକ ଶରତ କୁମାର ବେହେରା , ସୁରେନ୍ଦ୍ର କୁମାର ସାମନ୍ତରାୟ ,ଭାଗବତ ଜାଲ୍ଲି, ଲକ୍ଷ୍ମୀଧର ବେହେରା, ସୁବଳ କୁମାର ବେହେରା, ରାଜକିଶୋର ସାହୁ, ଦାଶରଥି ସେଠୀ,ସନାତନ ଜେନା,ହରିହର ସାହୁ ,ହରିହର ସେଠୀ, ଭିକାରୀ ଚରଣ ପ୍ରଧାନ , କୃଷ୍ଣ ଚନ୍ଦ୍ର ଦାଶ ପ୍ରମୁଖ ସେମାନଙ୍କର ବକ୍ତବ୍ୟ ରଖିଥିଲେ। ପରିଶେଷରେ ପଠାଣି ବଳବନ୍ତରାୟ ସଭାପତୀୟ ଅଭିଭାଷଣ ପ୍ରଦାନ ପୂର୍ବକ ସଭାସଙ୍ଗ ଘୋଷଣା କରିଥିଲେ। ସମସ୍ତ ସଭ୍ୟ ସଭ୍ୟା ମାନଙ୍କୁ ମା’ ଉଗ୍ରତାରାଙ୍କ ପ୍ରସାଦ ସେବନରେ ଆପ୍ୟାୟିତ କରାଯାଇଥିଲା।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page