ଟିଙ୍ଗିପଦର ମାଁ ସୁବର୍ଣା ରାଣୀ ଯୁବକସଂଘ କ୍ରିକେଟ ପ୍ରତିଯୋଗିତା

ଧର୍ମଗଡ ୨୦/୦୨/(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚପ୍ରିଆ ପଂଚାୟତ ଅଧିନରେ ଥିବା ଟିଙ୍ଗି ପଦର ଗ୍ରାମରେ ମାଁ ସୁବର୍ଣ୍ଣ କ୍ରିକେଟ ପ୍ରତିଯୋଗିତା ଗତ ୧୬/୨/୨୫/ ତାରିଖରୁ ଆରମ୍ଭ ହୋଇଥିଲା ବେଲେ ଆଜି ପଞ୍ଚମ ଦିନରେ କ୍ରିକେଟ ପ୍ରତିଯୋଗିତା ପହଞ୍ଚିଛି । ଏହି ଅବସରରେ ଆଜି ମୁଖ୍ୟ ଅତିଥି ଭାବରେ ଗୋଲାମୁଣ୍ଡା ବ୍ଲକ ଜନ କଲ୍ୟାଣ ସାମ୍ବାଦିକ ସଂଘ ସଭାପତି ରାମ କୁମାର ସେନାପତି , ଅନ୍ୟତମ ସମ୍ମାନୀତ ଅତିଥି କପୁରଚନ ସେଠୀଆ, ମୂରଲୀଧର ବାଗ, ଭୂଜରାଜ ମଙ୍ଗରାଜ, ହିମାଂଶୁ ଭୋଇ, ସରୋଜ କୁମାର ମୁଣ୍ତ, ଚନ୍ଦ୍ରଧ୍ଵଜ କେତକୀ, ପିତାମ୍ବର ବେହେରା,ସୁରେନ୍ଦ୍ର ଭୋଇ, କୃଷ୍ଣ ମହାନନ୍ଦ, ପ୍ରମୁଖ କର୍ତ୍ତା ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।ଏହି ସମାରୋହର ମାଁ ସୁବର୍ଣା ରାଣୀ ଯୁବକ ସଂଘ ର ଆବାହକ ତଥା ସଭାପତି ଅନୀଲ ମଲ୍ଲିକ, ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ସେଠୀଆ , କାମାକ୍ଷା ପ୍ରସାଦ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଜନ କଲ୍ୟାଣ ସାମ୍ବାଦିକ ସଂଘର ସମସ୍ତ ବନ୍ଧୁ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ସିତୀଲି ଖଲିଆ ଓ କାନ୍ଦୁଲ ଡଙ୍ଗରି ମଧ୍ୟରେ ଘୋମାଘୋଟ ଖେଳ ହୋଇ ଥିଲାବେଳେ କୁୱାଟର ଖେଳରେ କାନ୍ଦୁଲ ଡଙ୍ଗରି କୁ ଏକ ରନରେ ପରାସ୍ତ କରି ଶିତଲୀଖଲିଆ ଉତ୍ତୀର୍ଣ୍ଣ ହୋଇଥିଲେ । ଏହି ଖେଳ ଦେଖିବାକୁ ଅଞ୍ଚଳର ଅନେକ ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ମନଭରି ଉପଭୋଗ କରିଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page