ଡ଼ଃ ଅଜିତ ତ୍ରିପାଠୀଙ୍କ “ଭାରତୀୟ ସଂସ୍କୃତିରେ ମାନବୀୟ ଧର୍ମ ଓ ରାଜଧର୍ମ ଲୋକାର୍ପିତ

ଭୁବନେଶ୍ୱର: ସ୍ଥାନୀୟ ଶହୀଦ ନଗର ସ୍ଥିତ ଜୟଦେବ କମ୍ପ୍ଲେକ୍ସ ଠାରେ ଧାରା ଶ୍ରୀରାଧା ପ୍ରକାଶନୀ ପକ୍ଷରୁ ବିଶିଷ୍ଟ ସମାଜତତ୍ତ୍ୱ, ରାଜଧର୍ମ, ପୂଜ୍ୟପୂଜା,ସାମାଜିକ ସୁବାର୍ତ୍ତା, ଧର୍ମୀୟ ଚେତନା, ମାନବିକତା ସହିତ ସାମ୍ପ୍ରତିକ ସମୟରେ କିପରି ଉକ୍ତ ମହନୀୟ ଗୁଣ ଗୁଡିକର ବ୍ୟାପକ ପରି ପ୍ରକାଶ ସହିତ ସାଧାରଣ ମନୁଷ୍ୟ ଙ୍କ କର୍ମ ରେ ଆସିପାରିବ ତାହା ସ୍ଥାନିତ ହେବା ସହିତ 135 ଟି ଆଲେଖ୍ୟ, ଓ 468 ଟି ପୃଷ୍ଠା ରହିଛି l ତାହା ଉକ୍ତ ପୁସ୍ତକ ରେ ସ୍ଥାନିତ ହୋଇଛି l ବରିଷ୍ଠ ସାମ୍ବାଦିକ, ଅଧ୍ୟକ୍ଷ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ, ବାଗ୍ନୀ ପ୍ରଦ୍ୟୁମ୍ନ ଶତପଥୀ ସଂଯୋଜନା କରିବା ସହିତ “ଭାରତୀୟ ସଂସ୍କୃତି ରେ ମାନବୀୟ ଧର୍ମ ଓ ରାଜ ଧର୍ମ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା l ପୁସ୍ତକ ଡ଼ଃ ତ୍ରିପାଠୀଙ୍କ ଉକ୍ତ ଗଭିର ତତ୍ୱ, ସାରସ୍ୱତ ସଂଗ୍ରହ, ପୂଜ୍ୟପୂଜା, ମାନବୀୟ ମୂଲ୍ୟବୋଧ କୁ ଭୁୟସୀ ପ୍ରଶଂସା କରିବା ସହିତ ସମାଜ ଉପରେ ଏହାର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରାସଙ୍ଗିକତା ପଡିବ ବୋଲି ମତବ୍ୟକ୍ତ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ଐତିହାସିକ,ସାରସ୍ୱତ ପ୍ରତିଭା ଧାରୀ ବ୍ୟକ୍ତିତ୍ୱ, ଗବେଷକ, ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ,ପଦ୍ମଶ୍ରୀ ଡ଼ଃ ଅଶୋକ କୁମାର ମହାପାତ୍ର, ତ୍ରିପାଠୀ, ସଂସ୍କୃତି ପୁରୁଷ ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ବିଧାୟକ ଅନନ୍ତ ନାରାୟଣ ଜେନା, ପୂର୍ବତନ ଅର୍ଥମନ୍ତ୍ରୀ ଡ଼ଃ ପଞ୍ଚାନନ କାନୁନଗୋ, ପ୍ରାକ୍ତନ ମନ୍ତ୍ରୀ ଡ଼ଃ ଅରବିନ୍ଦ ଢ଼ାଲି, ପ୍ରାକ୍ତନ ପ୍ରଫେସର ଡ଼ଃ ପ୍ରଫୁଲ୍ଲ ମିଶ୍ର ଉପସ୍ଥିତ ରହିବା ସହ ଭଗବାନ ଶ୍ରୀକୃଷ୍ଣଙ୍କ ଆଦର୍ଶ, ବାଣୀ କୁ ଅନୁସରଣ କରିବାକୁ ଆହ୍ୱାନ ଦେଇଥିଲେ l ପ୍ରାରମ୍ଭରେ ଗୀତା ବେହେରାଙ୍କ ସଂଯୋଜନା ରେ ଭକ୍ତି ସଂଗୀତ ଗାନ କରାଯାଇଥିଲା l ଜୟଦେବ ଟ୍ରଷ୍ଟର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ଉକ୍ତ ମହତ୍ତ୍ୱ, ବିଶେଷତ୍ୱ ଉପରେ ଗୁରୁତ୍ୱ ଆରୋପ କରିଥିଲେ l କାର୍ଯ୍ୟକ୍ରମ କୁ ସଂଯୋଜକ ବାପୁ ଓଝା, ପଦ୍ମନାଭ ତ୍ରିପାଠୀ ପରିଚାଳନା କରିଥିଲେ ବୋଲି ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page