ଡ଼କ୍ଟର ତନ୍ମୟ ତ୍ରିପାଠୀଙ୍କ ଦ୍ଵାରା ଅଂଶୁଘାତ ସତର୍କତା କାର୍ଯ୍ୟକ୍ରମ

ବାଳକାଟୀ: ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ବାଳକାଟୀ ଠାରେ ଡ଼କ୍ଟର ତନ୍ମୟ ତ୍ରିପାଠୀ ଙ୍କ ଦ୍ଵାରା ଅଂଶୁଘାତ ନହେବା ପାଇଁ କିପରି ସତର୍କତା ଅବଲମ୍ବନ କରିବା ସେହି ସମ୍ପର୍କେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | CHO, ANM ଆଶା, ଅଙ୍ଗନବାଡି କର୍ମୀ,ସୁପରଭାଇଜର ଉପସ୍ଥିତ ଥିଲେ ଅଂଶୁଘାତ ବିଷୟରେ ସମ୍ପୂର୍ଣ ଆଲୋଚନା କରାଗଲା ଓ ସବୁ GPS center ରେ ORS ଓ ମାଟି ହାଣ୍ଡି ରେ କ୍ଲୋରିନ ମିଶେଇ ବାଟୋଇ ଙ୍କୁ ଦିଆଯିବ | ଅଂଶୁଘାତ ରୋଗୀ ଦେଖିଲେ ତାଙ୍କୁ ପ୍ରଥମତଃ ଛାଇ ରେ ବସାଇବା, ବିଞ୍ଚିବା , ପାଣି ଦେହରେ ପକାଇବା, ORS ପାଣି ଦିଆଯିବା

ଦ୍ୱାରା ଦେହ ସୁସ୍ଥ ହେବ ଯଦି ଦେହ ଅସୁସ୍ଥ ରୁହେ ତେବେ ଆମ୍ବୁଲାନ୍ସ ମାଧ୍ୟମରେ Higher center କୁ ପଠାଇବେ | ଖରାଦିନେ ୧୦ ଟା ରୁ ୪ଟା ମଧ୍ୟରେ ଖରାକୁ ବାହାରିବାକୁ ଲୋକଙ୍କୁ ବାରଣ କରାଯିବ, ଜରୁରୀ କାଳୀନ କାମ ରେ ଯିବା ବେଳେ ଛତା, ପାଣି ବୋତଲ, ମୋବାଇଲସାଙ୍ଗରେ ନେଇ ଫିକା ରଙ୍ଗର ଢିଲା ପୋଷାକ ପିନ୍ଧି ଯିବା ଉଚିତ ଯଦ୍ଵାରା ପବନ ଚଳାଚଳ ହେଇପାରିବ ଏବଂ ସେଣ୍ଟର ମାନଙ୍କରେ ଅଂଶୁଘାତ ଚିକିତ୍ସା ବ୍ୟବସ୍ଥା ରହିଛି ଯେଉଁଠାରେ କି AC ରହିଛି, ଆଇସ ପାର୍କ ରହିଛି, ସାଲାଇନ ଠାରୁ ଆରମ୍ଭ କରି ବଟିକା, Aximeter ସମସ୍ତ ବ୍ୟବସ୍ଥା ରହିଛି ଅଂଶୁଘାତ ପାଇଁ ଚିକିତ୍ସା କରାଯିବ ଓ ସବୁ ସେଣ୍ଟର ରେ ବ୍ୟାନର, ପୋଷ୍ଟର ମାଧ୍ୟମରେ ଲୋକଙ୍କୁ ସଚେତନ କରାଯିବା ପାଇଁ ଲଗା ଯାଇଛି |ଅଂଶୁଘାତ ନହେବା ପାଇଁ ସତର୍କତା ସମ୍ପର୍କେ ଆଲୋଚନା କରାଯାଇ ସଭାସଙ୍ଗ କରାଗଲା |

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page