୧ ଡିସେମ୍ବରରେ ନୃତ୍ୟନିପୂଣା ୫ମ ତମ ନୃତ୍ୟ ଉତ୍ସବ

ଭୁବନେଶ୍ବର: ନୃତ୍ୟନିପୂଣା ଅନୁଷ୍ଠାନ ତରଫରୁ ୫ମ ତମ ନୃତ୍ୟ ଉତ୍ସବ ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ଆଗାମୀ ଡିସେମ୍ବର ୧ତାରିଖ, ରବିବାର ଦିନ “ନୃତ୍ୟନିପୂଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ” ତରଫରୁ ଭୁବନେଶ୍ବରର ୟୁନିଟ -୩ ସ୍ଥିତ ବୁଦ୍ଧ ମନ୍ଦିରଠାରେ ଆୟୋଜନ କରାଯାଇଛି । ଏଥିରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ନୃତ୍ୟଶିଳ୍ପୀମାନେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ନୃତ୍ୟଶିଳ୍ପୀମାନେ ଓଡ଼ିଶୀ ନୃତ୍ୟ, ମାହାରୀ ନୃତ୍ୟ, ଭଜନ ନୃତ୍ୟ ଏବଂ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିବେ । ପ୍ରତିବର୍ଷ ଅନୁଷ୍ଠାନ ତରଫରୁ ଏହି ଉତ୍ସବଟିକୁ ତିନୋଟି ପର୍ଯ୍ୟାୟରେ କରାଯାଏ କିନ୍ତୁ ଏହି ବର୍ଷ କେବଳ ସନ୍ଧ୍ୟା ଅଧିବେଶନର କାର୍ଯ୍ୟକ୍ରମ ରହିଛି। ତତ୍ ସହିତ ଏହି ବର୍ଷ ମଧ୍ୟ ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଦକ୍ଷତା ହାସଲ କରିଥିବା ଜଣେ ସୁଦକ୍ଷା ନୃତ୍ୟଶିଳ୍ପୀଙ୍କୁ ଅନୁଷ୍ଠାନ ତରଫରୁ “ନୃତ୍ୟନିପୁଣା ନୃତ୍ୟ ଶିରୋମଣି” ସମ୍ମାନରେ ସମ୍ମାନୀତ କରାଯିବାର କାର୍ଯ୍ୟକ୍ରମ ରହିଛି। ଅନୁଷ୍ଠାନର ପ୍ରତିଷ୍ଠାତ୍ରି ପ୍ରତିମା ମିଶ୍ରଙ୍କ କହିବା ଅନୁସାରେ ଓଡ଼ିଶାର ଶାସ୍ତ୍ରୀୟନୃତ୍ୟ ଏବଂ ଲୋକନୃତ୍ୟକୁ ପ୍ରଚାର ଓ ପ୍ରସାର ପାଇଁ ଅନୁଷ୍ଠାନ ଶତ ପ୍ରତିଶତ ପ୍ରତିଶ୍ରୁତିବଦ୍ଧ ଏବଂ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଦ୍ବାରା ଏହି ନୃତ୍ୟ ଉତ୍ସବଟି ସଫଲ୍ୟମଣ୍ଡିତ ହୋଇପାରିବ ବୋଲି ନିର୍ଦ୍ଦେଶିକା ତଥା ନୃତ୍ୟଗୁରୁ ଡଃ ପ୍ରିୟଙ୍କା ମିଶ୍ରଙ୍କ ଆଶା ରହିଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News