ତଳଆମ୍ବପଦରରେ ରକ୍ତାକ୍ତ ସଂଘର୍ଷ: ୨୧ ଜଣ ଗିରଫ

କଳାହାଣ୍ଡି,୧୬|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ତଳଆମ୍ବପଦର ଗ୍ରାମରେ ସିଜିମାଳି ଖଣି ଖନନକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ବିବାଦ ଉଗ୍ର ରୂପ ଧାରଣ କରିଛି ।’କମ୍ପାନୀ ଦଲାଲ’ ସନ୍ଦେହରେ ଜଣେ ବ୍ୟକ୍ତି ଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଓ ପରବର୍ତ୍ତୀ ପୋଲିସ କାର୍ଯ୍ୟାନୁଷ୍ଠାନ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ଗତ ମାର୍ଚ୍ଚ ୧୦ ତାରିଖରେ ତଳଆମ୍ବ ପଦର ଗ୍ରାମର ପବିତ୍ର ନାଏକଙ୍କ ଉପରେ ଗ୍ରାମର କିଛି ଲୋକ ଦଳବଦ୍ଧ ଭାବେ ଆକ୍ରମଣ କରିଥିଲେ। ପବିତ୍ର କମ୍ପାନୀର ଦଲାଲି କରୁଥିବା ସନ୍ଦେହ କରି ଗ୍ରାମବାସୀ ତାଙ୍କୁ ନିର୍ଧୁମ ମାଡ଼ ମାରିଥିଲେ। ଏହି ଘଟଣାର ପରଦିନ ଅର୍ଥାତ ୧୧ ମାର୍ଚ୍ଚ ରାତିରେ ପବିତ୍ରଙ୍କ ଭାଇ ମହେଶ୍ଵର ଜାଲଙ୍କ ଏତଲା ଭିତ୍ତିରେ କର୍ଲାପାଟ ଥାନାରେ ମାମଲା ରୁଜୁ ହୋଇଥିଲା । କାର୍ଲାପାଟ ଥାନା କେସ ୧0/୨୬, ନମ୍ବର ତାରିଖ ୧୧.୦୩.୨୦୨୬ ଅନୁଯାୟୀ, ଭାରତୀୟ ନ୍ୟାୟ ସଂହିତା (ଈଘଝ) ର ବିଭିନ୍ନ ଦଫା ଯଥା ୨୯୬, ୧୧୫(୨), ୧୧୭ (୨), ୧୦୯(୧), ୩୨୪(୨), ୩୫୧(୩),୧୯୧(୨),୧୯୧ (୩)ଏବଂ ୧୯0 ଅନୁସାରେ ମାମଲା ରୁଜୁ କରାଯାଇଛି। ଏହି ମାମଲାରେ ପୋଲିସ ଏପର୍ଯ୍ୟନ୍ତ ୧୧ ଜଣ ପୁରୁଷ ଓ ୧୦ ଜଣ ମହିଳାଙ୍କୁ ଗିରଫ କରିଛି। ଶୁକ୍ରବାର ବିଧାନସଭାରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିସାରି ଏବଂ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ଯଶଙ୍କର ମିଶ୍ର ଏହି ପ୍ରସଙ୍ଗ ଉଠାଇଛନ୍ତି । ବିଧାୟକମାନେ ଅଭିଯୋଗ କରିଛନ୍ତି ଯେ, କମ୍ପାନୀକୁ ସୁହାଇବା ପାଇଁ ପୋଲିସ ଏଭଳି କଠୋର ଦଫା ଲଗାଇଛି। ଗିରଫ ହୋଇଥିବା ମହିଳା ଙ୍କ ମଧ୍ୟରେ କିଛି ଗର୍ଭବତୀ ଥିବା ବେଳେ ସେମାନଙ୍କୁ ମଧ୍ୟ ଜେଲରେ ରଖିବା ଅତ୍ୟନ୍ତ ଅମାନବୀୟ ବୋଲି ସେମାନେ ଦର୍ଶାଇଛନ୍ତି। ଅନ୍ୟପଟେ ଗ୍ରାମବାସୀଙ୍କ ଅଭିଯୋଗ ଯେ, ପବିତ୍ର ନାଏକ ପୂର୍ବରୁ ଜଳ, ଜଙ୍ଗଲ ଓ ଜମି ସୁରକ୍ଷା ପାଇଁ ଚାଲିଥିବା ଆନ୍ଦୋଳନରେ ସାମିଲ ଥିଲେ । କିନ୍ତୁ ହଠାତ ସେ କମ୍ପାନୀର ଦଲାଲ ସାଜି ଲୋକଙ୍କୁ ଧୋକା ଦେଉଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ଗ୍ରାମର ପାହାଡ଼, ଝରଣା ଓ ଜଙ୍ଗଲକୁ ବଞ୍ଚାଇବା ପାଇଁ ସେମାନେ ଦୀର୍ଘ ବର୍ଷ ଧରି ଲଢ଼ୁ ଥିବା ବେଳେ, ପ୍ରଶାସନ ଲୋକଙ୍କ କଥା ନ ଶୁଣି ଦମନ ମୂଳକ ନୀତି ଆପଣାଉଥିବା ଅଭିଯୋଗ ହୋଇଛି ।ବର୍ତମାନ ଏହି ଘଟଣାକୁ ନେଇ କ୍ଷେତ୍ରରେ ଚାପା ଉତ୍ତେଜ ଜନା ଲାଗି ରହିଥ‌ିବା ବେଳେ, ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ପ୍ୟାରିଲାଲ ଦୁର୍ଗା
କଳାହାଣ୍ଡି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page