ତୁର୍କୀ ଗାଁରେ ମୁଣ୍ଡରେ ମଣିଷ ଖିଆ ହାତୀ

ରାତିରେ ନିଆଁ ଜଳାଇ ଜଗୁଛନ୍ତି ଲୋକେ, ବନବିଭାଗ ର ଦେଖା ନାହିଁ

କଳାହାଣ୍ଡି,୨୩|୨ (ଉତ୍କଳ ବୁଲେଟିନ): କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ବନାଥପୁର ରେଞ୍ଜ ଅଞ୍ଚଳରେ ବର୍ଷ ତମାମ ଜଙ୍ଗଲୀ ହାତୀ ଉପଦ୍ରବ ଲାଗିରହୁଛି। ଜଙ୍ଗଳୀ ହାତୀପଲ ଗାଁମୁହାଁ ହୋଇଥିବାରୁ ବ୍ୟାପକ ଧନ ଜୀବନ ନଷ୍ଟ ହେଉଛି ହେଲେ ଏକୁଟିଆ ଦନ୍ତା ଟି ଗତ ୨୧ ଦିନ ତଳେ ଦୁଇ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ବର୍ତ୍ତମାନ ଲାଞ୍ଜି ପଞ୍ଚାୟତ ତୁର୍କା ଗାଁ ନିକଟରେ ଥିବା ଜଙ୍ଗଲରେ ରହି ସନ୍ଧ୍ୟାରେ ଗାଁକୁ ଆସୁଛି । ଫଳରେ ଗତ ଦୁଇଦିନ ହେଲା ହାତୀ ଆକ୍ରମଣରୁ ରକ୍ଷା ପାଇବା ପାଇଁ ନିଆଁ ଜାଳି, ବାଜା ବଜାଇ ଲୋକ ଗାଁ ଜଗିଛନ୍ତି ସୂଚନା ଅନୁଯାୟୀ, ଲାଞ୍ଜିଗଡ଼ ଅଞ୍ଚଳରେ ହାତୀ ମଣିଷ ଲଢ଼େଇ ଭିତରେ ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ | କିନ୍ତୁ ବହୁଦିନ ଧରି ଅଞ୍ଚଳରେ ଗୋଟିଏ ଦନ୍ତାହାତୀ ଘୂରି ବୁଲୁଥିବା ବେଳେ ଅଞ୍ଚଳବାସୀ ଭୟଭୀତ ହୋଇ ପଡ଼ିଛନ୍ତି। ଗତ ୨ ତାରିଖ ବିଳମ୍ବିତ ରାତିରେ ଲାଖବାହାଲି ପଞ୍ଚାୟତସ୍ଥିତ କାଦୋମାଳି ଗାଁରେ ଏହି ହାତୀ ଅଭାବନୀୟ ଘଟଣା ଘଟାଇଥିଲା | ଚାଷଜମିରେ ଘର ତିଆରି କରି ରହୁଥିବା ମୁଗୁନା ମାଝୀ ଓ ତାଙ୍କ ସ୍ତ୍ରୀ ଗାଦ ମାଝୀଙ୍କୁ କଚାଡ଼ି ମାରି ଦେଇଥିଲା । ଏହି ନରହନ୍ତା ହାତୀ ଗତ ସପ୍ତାହରେ ବନ୍ଧପାରି ଓ ବେନଗାଁ ଅଞ୍ଚଳରେ ଘୂରି ବୁଲୁଥିବା ଲୋକେ ଦେଖି ଆତଙ୍କିତ ହୋଇ ପଡ଼ିଥିଲେ। ସେହିପରି ଗତ ଦୁଇଦିନ ଧରି ଲାଞ୍ଜି ପଞ୍ଚାୟତ ତୁର୍କୀଗାଁ ନିକଟ ଜଙ୍ଗଲରେ ରହିଥିବା ବେଳେ ସଞ୍ଜ ହେଲେ ଗାଁମୁହାଁ ହେଉଛି ହାତୀ| ପ୍ରବଳ ଗର୍ଜନ କରୁଥିବାରୁ ଗାଁଲୋକେ ଭୟଭୀତ ଅବସ୍ଥାରେ ଚାରିଆଡ଼େ ନିଆଁ ଜାଳି ରହିବାକୁ ପଢୁଥିବା ପ୍ରକାଶ କରିଛନ୍ତି। ବନ ବିଭାଗ ଘଟଣା ସ୍ଥଳକୁ ଆସୁନଥିବା ଲୋକେ ଅଭିଯୋଗ କରିଛନ୍ତି। ତେବେ ଜିଲ୍ଲା ପ୍ରଶାସନ ଓ ବନବିଭାଗ ଏଥିପ୍ରତି ତୁରନ୍ତ ଦୃଷ୍ଟିଦେବାକୁ ଲୋକେ ଦାବି କରିଛନ୍ତି । ଏନେଇ ମୂଷାନାଳ ଫରେଷ୍ଟର ଚିନ୍ତାମଣି ମାଝୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇ ପାରିନଥିଲା ।

(କଳାହାଣ୍ଡି ଜ଼ିଲ୍ଲା ରୁ ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ )

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page