ତୃତୀୟ ଜିଲ୍ଲା ସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ

ବଲାଙ୍ଗୀର: ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘ ତରଫରୁ ସ୍ଥାନୀୟ ପି.ପି. ଏକାଡେମୀ ହାଇସ୍କୁଲ ଅଡିଟରିୟମ ହଲରେ ଜିଲ୍ଲାସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘର ସାଧାରଣ ସଂପାଦକ ତଥା କୋଚ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ରୂପେ ସିଆରପିଏଫ୍ ୧୮୯ ବେଟାଲିୟାନ କମାଣ୍ଡେଣ୍ଟ ପ୍ରଶାନ୍ତ ସାହୁ,

ସମ୍ମାନୀୟ ଅତିଥି କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ଗଣେଶ ପ୍ରଧାନ, ଓଡିଶା ଟାଇକଣ୍ଡୋ ସଂଘର ସାଧାରଣ ସଂପାଦକ ମନମୋହନ ଭଞ୍ଜ ଯୋଗଦାନ ଦେଇ କୃତି ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ । ଟାଇକଣ୍ଡୋ ଖେଳକୁ ପୋଲିସ ବିଭାଗ ରେ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ ବୋଲି ମୁଖ୍ୟ ଅତିଥି କହିଥିବା ବେଳେ ଝିଅମାନଙ୍କ ପାଇଁ ଆତ୍ମରକ୍ଷା କୌଶଳ ତଥା ଟାଇକଣ୍ଡୋ ଅତ୍ୟନ୍ତ ଜରୁରୀ ବୋଲିି ସମ୍ମାନୀୟ ଅତିଥି କହିଥିଲେ । ଟାଇକଣ୍ଡୋ ଏକ ଅଲମ୍ପିକ କ୍ରୀଡା ଯଦ୍ୱାରା ସମସ୍ତେ ଏଥିରେ ନିଜର ଭବିଷ୍ୟତ ମଧ୍ୟ ଗଠନ କରିପାରିବେ ବୋଲି ଓଟିଏ ସମ୍ପାଦକ କହିଛନ୍ତି । ଏହି ଟାଇକଣ୍ଡୋ ସଂଘ ପାଇଁ ଜିଲ୍ଲା ପ୍ରଶାସନ ଯଦି ଏକ ଇନଡୋର ହଲ କିମ୍ବା ସରକାରୀ ଜମି ର ବ୍ୟବସ୍ଥା କଲେ ଆଗାମୀ ଦିନରେ ଏହି ଅଂଚଳର ଛାତ୍ର ଛାତ୍ରୀମାନେ ଏହି ଖେଳରେ ଅଲମ୍ପିକ ଯିବା ପାଇଁ ମଧ୍ୟ ସ୍ୱପ୍ନ ଦେଖିପାରିବେ ବୋଲି କୋଚ

ଅସୀମ ଭୋଇ ତାଙ୍କ ବକ୍ତବ୍ୟ ପ୍ରକାଶ କରିଛନ୍ତି । ଏଥିରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ କୋଣରୁ ଶତାଧିକ ଛାତ୍ର ଛାତ୍ରୀ ଭାଗ ନେଇଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page