ଦଣ୍ଡପାଟ କୁ ନୂତନ ବ୍ଲକ ଘୋଷଣା ଦାବିରେ ଜିଲ୍ଲପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

କଳାହାଣ୍ଡି, ୩/୨(ପ୍ୟାରିଲାଲ ଦୁର୍ଗା): ନିକଟରେ ଓଡିଶା ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମ ରେ ସରକାର ବ୍ଲକ ପୁନର୍ଗଠନ ପାଇଁ ଚିନ୍ତା କରୁଥିବା ବିଷୟ ପ୍ରକାଶ କରିବା ପରେ ରାଜ୍ୟର ବିଭିନ୍ନ ଅଂଚଳରେ ଲୋକଙ୍କ ଭିତରେ ନୂତନ ବ୍ଲକ ଗଠନ ନେଇ ଆଶା ସଞ୍ଚାର ହୋଇଛି । ବିଶେଷକରି କଳାହାଣ୍ଡି ଜିଲ୍ଲାର ଐତିହାସିକ ଦଣ୍ଡପାଟ ଅଞ୍ଚଳର 11 ଗୋଟି ପଂଚାୟତକୁ ନେଇ ନୂତନ ଦଣ୍ଡପାଟ ବ୍ଲକ ଘୋଷଣା ପାଇଁ ଅଂଚଳ ବାସୀ ଆଜି କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରସ୍ତାବିତ ଏହି ନୂତନ ବ୍ଲକ ପାଇଁ ଆଜି ଧର୍ମଗଡ଼ ବ୍ଲକର ବେହେରା, ଜୟନ୍ତପୁର , ଛଞ୍ଚାଣବାହଲି, ଧଅଁରପୁର , ତେଣ୍ଡାପାଲି ପଂଚାୟତ ଓ ଦଣ୍ଡପାଟ ବେହେରା କୁ ନୂତନ ବ୍ଲକ ଘୋଷଣା ଦାବିରେ ଜିଲ୍ଲପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନକୋକସରା ବ୍ଲକର ଗୋତମୁଣ୍ଡା, ସାନ ପୋଡାଗୁଡା, ଡାଲଗୁମା, ମୂଷାପାଲି , ଡହଗାଁ ଓ ଖୁଣ୍ଟିଆ ପଞ୍ଚାୟତର ସମସ୍ତ ପଞ୍ଚାୟତ ପ୍ରତିନିଧି, ବୁଦ୍ଧିଜୀବୀ ଦଳ ମତ ନିର୍ବିଶେଷରେ ସମସ୍ତେ ମିଶି ଆଜି ଜିଲ୍ଲାପାଳଙ୍କୁ ବେହେରା ଠାରେ ଦଣ୍ଡପାଟ ବ୍ଲକ ପ୍ରତିଷ୍ଠା କରିବା ପାଇଁ ଜିଲ୍ଲା ପ୍ରଶାସନର ସାହାଯ୍ୟ ଲୋଡ଼ିଥିଲେ । ବେହେରା ଗ୍ରାମ ହେଉଛି ଦଣ୍ଡପାଟ ଅଂଚଳର ମୁଖ୍ୟ ବ୍ୟବସାୟିକ କେନ୍ଦ୍ର । ବେହେରା ଗ୍ରାମ ଉପରେ ଏହି ଅଞ୍ଚଳ ବ୍ୟତୀତ ପଡୋଶୀ ନବରଙ୍ଗପୁର ଜିଲ୍ଲା ଓ ଛତିଶଗଡ଼ ରାଜ୍ୟର ଶହ ଶହ ବ୍ୟକ୍ତି ପ୍ରତ୍ୟେକ ଦିନ ନିଜର ଜୀବନ ଜୀବିକା ପାଇଁ ନିର୍ଭର କରି ଥାଆନ୍ତି। ଠିକ ସେହିଭଳି ବେହେରା ଠାରେ +2 ଓ +3 କଲେଜ, ପ୍ରାଥମିକ ଚିକିତ୍ସାଳୟ, ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଭଳି ଅନେକ ସରକାରୀ କାର୍ଯ୍ୟାଳୟ ଥିବାରୁ ଏହି ଅଂଚଳର ଲୋକ ମାନେ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ପାଇଥାନ୍ତି। ତେଣୁ ନୂଆ ସରକାର ଦଣ୍ଡପାଟରେ ଏକ ନୂତନ ବ୍ଲକ ଗଠନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି । ବର୍ତ୍ତମାନ ଓଡିଶାରେ ଡବଲ ଇଂଜିନର ସରକାର ତେଣୁ ବ୍ଲକ ପୁନର୍ଗଠନ କରି ଇତିହାସ ସୃଷ୍ଟି କରିବାକୁ ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ପୁନଶ୍ଚ ଜିଲ୍ଲାପାଳ ମଧ୍ୟ ତାଙ୍କ ଅବଧିରେ ବେହେରା ଠାରେ ଦଣ୍ଡପାଟ ବ୍ଲକ ଗଠନ କରିବା ପାଇଁ ସରକାରଙ୍କୁ ନିଜର ଏକ ଉତ୍ତମ ସୁପାରିଶ କରିବାକୁ ସମବେତ ବୁଦ୍ଧିଜୀବୀ ଅନୁରୋଧ କରିଥିଲେ । ଉକ୍ତ ଦାବୀ ଉପରେ ପ୍ରତିକ୍ରିୟା ରଖି ଜିଲ୍ଲାପାଳ ସରକାର ତ ଏ ପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ବ୍ଲକ ପୁନର୍ଗଠନ ପାଇଁ କୌଣସି ନୋଟିସ ଜାରି କରି ନାହାଁନ୍ତି , ଭବିଷ୍ୟତରେ ଏଭଳି ବିଜ୍ଞପ୍ତି ପ୍ରକାଶ ପାଇଲେ ସେ ସରକାରଙ୍କ ନିୟମ ମୁତାବକ ନିଶ୍ଚୟ ସାହାଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଦଣ୍ଡପାଟ ବ୍ଲକ କ୍ରିୟାନୁଷ୍ଠାନ କମିଟିର ସଭାପତି ଘନଶ୍ୟାମ ପଟେଲ, କାର୍ଯ୍ୟକାରୀ ସଭାପତି ଦିଗାମ୍ବର ଦୁରିଆ, ସମ୍ପାଦକ ପ୍ରଶାନ୍ତ ତିୱାରି, ଉପଦେଷ୍ଟା କମିଟି ଅଧ୍ୟକ୍ଷ ଧର୍ମାନନ୍ଦ ସେଠିଆ, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ସରପଞ୍ଚ ଗୌଲୋଚନ ଗୋପାଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବଳରାମ ପୂଝରୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଭିକାରି ନିଆଲ, ଭବେଶ ଗଇନ୍ତା, ନୌଜଲ ବାଗ, ସମତି ସଭ୍ୟ କିଶୋର ନାଗ, ଭାରତ ଗୋପାଳ, ତୁଳସୀ ରାମ ବାରିକ, ଚିତ୍ତରଞ୍ଜନ ପୂଝାରୀ, ବଳରାମ ପୂଝାରୀ, ଚନ୍ଦ୍ରଶେଖର ନାଏକ, ଚନ୍ଦନ ବାଣୁଆ, ଗୌରଚନ୍ଦ୍ର ବାଗ,ରାଜୁ ସିଂ ଠାକୁର, ଖଗପତି ନାଏକ,ଧର୍ମେନ୍ଦ୍ର ସୋନି, ତ୍ରିଲୋକନାଥ ସିଂ, ସୁରେନ୍ଦ୍ର ନାଏକ, କମଲୁ ଗୋପାଳ, ସିଦ୍ଧେଶ୍ୱର ଭଇଁସାଲ ପ୍ରମୂଖ ଉପସ୍ଥିତ ଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page