ଦରଦାମ ବୃଦ୍ଧି ପ୍ରତିବାଦରେ ଲୋୟର ପିଏମଜିରେ ଆନ୍ଦୋଳନ

ବାଲିଅନ୍ତା, ୬|୧: ଦରଦାମ ବୃଦ୍ଧି ବିଜେଡି ପକ୍ଷରୁ ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଲୋୟର ପିଏମଜୀରେ ଏକ ବିଶାଳ ଗଣବିକ୍ଷୋଭ କରାଯାଇଛି l ଏହି ପରିପ୍ରେକ୍ଷୀରେ ଜୟଦେବ ନିର୍ବାଚନମଣ୍ଡଳୀ ବିଜେଡି ପକ୍ଷରୁ ମଧ୍ୟ ଅନୁରୂପ ଭାବେ ବିକ୍ଷୋଭ କରାଯାଇଛି l ବିଧାୟକ ନବକିଶୋର ମଲ୍ଲିକଙ୍କ ତତ୍ୱାବଧାନରେ ହଜାର ହଜାର କର୍ମୀ ସ୍ଥାନୀୟ ଟଙ୍କପାଣି ସେତୁ ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଲୋୟର ପିଏମଜୀରେ ପହଞ୍ଚିଥିଲେ l ସେଠାରେ ଉଭୟ ରାଜ୍ୟ ଓ କେନ୍ଦ୍ରରେ ଶାସନଧୀନ ବିଜେପି ସରକାରଙ୍କ ବିରୋଧରେ ବିଭିନ୍ନ ନାରା ଦେଇଥିଲେ l ଏ ସରକାର ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା କ୍ଷେତ୍ରରେ ସମ୍ପୂର୍ଣ ବିଫଳ ବୋଲି ଅଭିହିତ କରିଥିଲେ । ଦରଦାମ ବୃଦ୍ଧି ଯୋଗୁ ଜନସାଧାରଣ ହନ୍ତସନ୍ତ ହେଉଥିବା ବେଳେ ସରକାରଙ୍କ ଉପରେ ଏହା କିଛି ପ୍ରଭାବ ପଡୁ ନାହିଁ। ଡବଲ ଇଞ୍ଜିନ୍‌ ସରକାରର ଶାସନରେ ଓଡିଶାବାସୀଙ୍କୁ ଦରଦାମ ନିୟନ୍ତ୍ରଣ କରିବା ପରିବର୍ତ୍ତେ ବିିଭିନ୍ନ ପ୍ରକାର ଭ୍ରମାତ୍ମକ ଓ ମିଥ୍ୟା ତଥ୍ୟ ଦେଇ ଲୋକଙ୍କୁ ଭଣ୍ଡାଇବାକୁ ଚେଷ୍ଟା କରୁଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡି ନେତା କୈଳାଶ ପାତ୍ର, ବାଲିଅନ୍ତା ବ୍ଲକ ସଭାପତି ପ୍ରଦୀପ୍ତ ଜେନାମଣି, ବାଲିପାଟଣା ବ୍ଲକ ସଭାପତି କିଶୋର ଜେନା, ମାନସ ନାୟକ, ଗଙ୍ଗାଧର ମାହାରୀ, ୬ଟି ଜୋନ ଜିଲ୍ଲା ପରିଷଦ ସଭ୍ୟ, ୨ଟି ବ୍ଲକର ଅଧ୍ୟକ୍ଷା ସମେତ ହଜାର ହଜାର କର୍ମୀ ଯୋଗଦେଇଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News