ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ଜଣେ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ

କଳାହାଣ୍ଡି, ୨୪/୦୨, ଉତ୍କଳ ବୁଲେଟିନ, (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ସହର ମୁଖ୍ୟ ରାସ୍ତାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।ମୃତକ ଜଣକ ଏମ, ରାମପୁର ଥାନା ଅନ୍ତର୍ଗତ ସାଇଦଲଙ୍ଗା ଗାଁର ହର୍ଷ କୁମାର ଙ୍କ ପୁଅ ହୃଦାନନ୍ଦ କୁମାର ବୋଲି ଜଣାପଡିଛି। ଏନେଇ ପରିବାର ଲୋକେ ଖବର ପାଇ ଘଟଣାସ୍ଥଳରେ ପହଂଚି କ୍ଷତିପୂରଣ ଦାବି ନେଇ ଏମ୍ ରାମପୁର ରୁ ଭୂବନେଶ୍ଵର କୁ ସଂଯୋଗ କରୁଥିବା ଏମ୍ ରାମପୁର ମୁଖ୍ୟ ରାସ୍ତାକୁ ପରିବାର ଓ ଗାଁ ଲୋକେ ଅବରୋଧ କରିଛନ୍ତି ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଂଚି ପରିବାର ବର୍ଗଙ୍କୁ ବୁଝାସୁଝା କରି ଥିବା ବେଳେ ରାସ୍ତା ର ଉଭୟ ପାଶ୍ୱର୍ରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହେଇଛି ପୋଲିସ ତଦନ୍ତ ଜାରି ରଖିଛି ଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି।ଖବର ଲେଖା ପର୍ଯ୍ୟନ୍ତ କୋୖଣସି ସମାଧାନ ହୋଇନଥିବା ଜଣାପଡିଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page