ଦ୍ୱିତୀୟ ମା’ ଭୁବାସିନୀ ମହୋତ୍ସବ ୨୦୨୫ ଉଦଘାଟିତ

ବାଲିପାଟଣା: କୁଳନ୍ତିରା ଗ୍ରାମବାସୀଙ୍କ ସମ୍ପୂର୍ଣ୍ଣ ସହଯୋଗ ଓ ମା’ ଭୁବାସିନୀ ଚାରିଟେବୁଲ୍ ଟ୍ରଷ୍ଟର ସମସ୍ତ ସଦସ୍ୟଙ୍କ ସହାୟତାରେ ଆଜି ୨ୟ ମା’ ଭୁବାସୀନି ମହୋତ୍ସବ-୨୦୨୫ ଉଦଘାଟିତ ହୋଇଯାଇଛି। ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଭୁବାସିନୀଙ୍କ ଅପାର ମହିମା, କିମ୍ବଦନ୍ତୀକୁ ଉଜ୍ଜୀବିତ କରି ରଖିବା ସହ ମା’ ଙ୍କ ପୀଠର ପ୍ରଚାର ପ୍ରସାର ନିମନ୍ତେ ୨ଦିନ ଧରି ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଟ୍ରଷ୍ଟର ଅଧକ୍ଷ ପ୍ରିୟଞ୍ଜନ ଭୋଳ ଅଭିଭାଷଣରେ କହିଛନ୍ତି। ଏହି କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସିଦ୍ଧି ବିନାୟକ ଚାରିଟେବୁଲ୍ ଟ୍ରଷ୍ଟ ର ଅଧକ୍ଷ ସତ୍ୟପ୍ରିୟ ବେହେରା ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ପ୍ରୀତିପ୍ରତିଭା ଭୋଳ, ସମ୍ମାନିତ ଅତିଥି ଭାବେ ବିଦୁସ୍ମିତା ମନ୍ତ୍ରୀ, ପ୍ରତିଭା ପଣ୍ଡା, ନୃପତି ତ୍ରିପାଠୀ, ସାରଦା ପ୍ରସନ୍ନ ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ।ଉଦ୍ଘାଟନୀ ସନ୍ଧ୍ୟାରେ ଗ୍ରାମର କୁନି କୁନି ନୃତ୍ୟଶିଳ୍ପୀ ଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯିବା ସହ ମେଲୋଡି କାର୍ଯ୍ୟକ୍ରମ କରାଯାଇଥିଲା। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ମୋ ଗାଁ ମୋ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଟ୍ରଷ୍ଟର ସଦସ୍ୟ ବିଦ୍ୟାଭୂଷଣ ଭୋଳ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଯୁବ ସାମ୍ବାଦିକ ଆଶୁତୋଷ ଚୌଧୁରୀ ମଞ୍ଚ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀପୁଷ୍ପଲତାବେହେରା, ଆଲୋକ ରଂଜନ ଭୋଳ, ଚନ୍ଦ୍ରନାରାୟଣ ଭୋଳ, ପ୍ରଶାନ୍ତ ଭୋଳ, ବିଶ୍ବରଂଜନ ଭୋଳ, ରମାକାନ୍ତଭୋଳ, ଜ୍ୟୋତିପ୍ରକାଶଭୋଳ, ସୌମ୍ୟରଞ୍ଜନ ଭୋଳ,ବିଶ୍ୱଜିତ୍ ଭୋଳ, ପ୍ରଳୟ କୁମାର ଭୋଳ, ଜୀବନ ଜ୍ୟୋତି ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page