ଧଉଳି ଲାଇଟ ଆଣ୍ଡ ଶୋ ଦେଖି ବିମୋହିତ ପ୍ରବାସୀ ଭାରତୀୟ

ବାଲିଅନ୍ତା,୧0|୧: ବିଶ୍ୱପ୍ରସିଦ୍ଧ ଐତିହାସିକ ପର୍ଯ୍ୟଟନ ସ୍ଥଳୀ ଶାନ୍ତିସ୍ତୁପ ଧଉଳିକୁ ମଧ୍ୟ ୮୫ ରୁ ଅଧିକ ପ୍ରବାସୀ ଭାରତୀୟ ମାନେ ଆସିଥିଲେ l ସେଠାରେ ମଧ୍ୟ ସ୍ଥାନୀୟ ପୁଲିସ ଓ ବ୍ଲକ ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା l ସେମାନେ ସ୍ତୁପ ଉପରେ ବୁଲିବା ସହ ଭଗବାନ ଗୌତମ ବୁଦ୍ଧଙ୍କୁ ଦର୍ଶନ କରିଥିଲେ l ଏଥିସହ ଓଡିଶା ଇତିହାସର ଗାରିମାମୟ ଗାଥା ଓ କଳିଙ୍ଗ ଯୁଦ୍ଧରେ ସମ୍ରାଟ ଅଶୋକଙ୍କ ପ୍ରତିପତି ବିଷୟରେ ଜାଣିଥିଲେ l ସ୍ତୁପ ଉପରୁ ଭୁବନେଶ୍ୱର ପୁରା ଚିତ୍ର ଦେଖି ଅଭିଭୂତ ହୋଇଥିଲେ l ବିଶେଷ କରି ସନ୍ଧ୍ୟା ସମୟରେ ପ୍ରଦର୍ଶିତ ହୋଇଥିବା ଲାଇଟ ଆଣ୍ଡ ସାଉଣ୍ଡ କାର୍ଯ୍ୟକ୍ରମ ଦେଖି ଖୁସିବ୍ୟକ୍ତ କରିଥିଲେ l ଏଥିସହ ଶ୍ରୀ ଧବଳେଶ୍ୱର ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News