ଧର୍ମଗଡ଼ ଠାରେ ଯୁବ ମହୋତ୍ସବ -୨୦୨୫

ଭବାନୀପାଟଣା, ୨୪/୦୨, (ଜଗନ୍ନାଥ ନାଏକ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବିଜୁ କଲ୍ୟାଣ ମଣ୍ଡପ ଠାରେ ଆର୍ ସି ଡ଼ି ସି ଭୁବନେଶ୍ୱର ଓ ଚାଇଲ୍ଡ ଫଣ୍ଡ ଙ୍କ ମିଳିତ ସହଯୋଗରେ ଯୁବ ମହୋତ୍ସବ-୨୦୨୫ ତାରିଖ ୨୪-୦୨-୨୦୨୫ ଦିନ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ଜୋନ 2 ଜିଲ୍ଲାପରିଷଦ ସଦସ୍ୟ

ଶ୍ରୀହରିଶଙ୍କର ପ୍ରସାଦ ଯୁଏଡ, ମୁଖ୍ୟବକ୍ତା ଭାବେ ପ୍ରକଳ୍ପ ପ୍ରବନ୍ଧ ଆର୍ ସି ଡ଼ି ସି ଜୟନ୍ତ କୁମାର ନାଗ ସମ୍ମାନିତ ଅତିଥି ଭାବେ ସୁଶ୍ରୀରୋଜାଲିନ ବେହେରା ପ୍ରକଳ୍ପ ସଂଯୋଜିକା ଦାପ୍ତା ଅନୁଷ୍ଠାନ ପ୍ରମୁଖ ଉପସ୍ଥିତ ରହି ରାଷ୍ଟ୍ର ଗଠନରେ ଯୁବକ ଯୁବତୀ ମାନଙ୍କ ଭୂମିକା ବେଶ ଗୁରୁତ୍ବ ପୂର୍ଣ୍ଣ ତଥା ରାଷ୍ଟ୍ର ନିର୍ମାଣ ପାଇଁ ଆଗେଇ ଆସିବାକୁ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ଧର୍ମଗଡ଼ ଅଞ୍ଚଳରୁ ଶତାଧିକ ଯୁବକ ଯୁବତୀ ଅଂଶଗ୍ରହଣ କରି ନିଜର ଅଭିଜ୍ଞତାକୁ କହିଥିଲେ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମକୁ କ୍ଷେତ୍ର ସଂଯୋଜକ ବିହାରୀ ରାଉତ ଆର୍ ସି ଡି ସି ସଂଯୋଜନ କରିଥିବା ବେଳେ ବିନୟ ବେହେରା, ସୁବ୍ରତ ପାଣିଗ୍ରାହୀ ସନ୍ଦୀପ ନାଗ ଆଦିତ୍ୟ ଅଧିକାରୀ ଓ ସୀତାକାନ୍ତ ମାଝୀ ପ୍ରମୁଖ ସହଯୋଗ କରିଥିଲେ।

ଭବାନୀପାଟଣାରୁ ଜଗନ୍ନାଥ ନାଏକଙ୍କ ରିପୋର୍ଟ, ଉତ୍କଳ ବୁଲେଟିନ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page