ଧର୍ମଗଡ଼ ପଞ୍ଚାୟତ ସମିତି ଠାରେ କଳାହାଣ୍ଡି ଉତ୍ସଵ ଘୁମୁରା ପାଳିତ

ଧର୍ମଗଡ଼, ୮/୨ (ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ପ୍ରାଙ୍ଗଣ ପରିସରରେ  ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ପାଳିତ ହୋଇ ଯାଇଛି |ପ୍ରତିବର୍ଷ ଭଲି ଚଳିତବର୍ଷ ମଧ୍ୟ କଲାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଧର୍ମଗଡ ବ୍ଲକ ଠାରେ ଧୁମ୍ ଧାମରେ ପାଳିତ ହୋଇଯାଇଛି । ପ୍ରଥମେ ଧର୍ମଗଡ ଇଷ୍ଟଦେବୀ ମା’ଭଣ୍ଡାର ଘରୁଣୀ ଙ୍କ ମନ୍ଦିର କୁ ଯାଇ ସେଠାରୁ ପୂଜାର୍ଚ୍ଚନା ପରେ ମା ଙ୍କ ଠାରୁ  ମଶାଳ ଯାତ୍ରା ପଂଚାୟତ ସମିତି ଧର୍ମଗଡ ମଞ୍ଚ କୁ ଆସିଥିଲା। ଏହି ମଶାଳ କୁ ଭବ୍ୟ ସ୍ଵାଗତ ଜଣାଇ ମଞ୍ଚରେ ସ୍ଥାପନ କରାଯାଇଥିଲା | ମଶାଳ ଯାତ୍ରାରେ ଉଛୁଳି ପଡୁଥିଲା ମାଦଳ ବାଜା, ସାଙ୍ଗକୁ ଢୋଳ ମହୁରୀ ଓ ବିରବଦ୍ୟ ଘୁମୁରା,ନାଚ,ସହ କୀର୍ତ୍ତନ,ଭଳି ଅନେକ ଲୋକ ନୃତ୍ୟ ।ଶହ ଶହ ଲୋକଙ୍କ ଜନଗହଲିରେ ଦର୍ଶକ ଙ୍କୁ ବେଶ୍ ମୁଗ୍ଧ କରୁଥିଲା ଏହି ମଶାଳ ଯାତ୍ରା ।ମା’ଭଣ୍ଡାର ଘରଣୀ ଙ୍କ ମଶାଳ ଧର୍ମଗଡ ବ୍ଲକ ମଞ୍ଚରେ ପହଞ୍ଚିବା ପରେ ମଞ୍ଚ ରେ ସ୍ଥାପନ କରି ରିତିନିତୀ ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା।ପରେ ଏହି ଉତ୍ସବ ରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରି ଶରତ ପାତ୍ର ସଭାପତିତ୍ବ ଗ୍ରହଣ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ପଟ୍ଟଯୋଶୀ, ସମ୍ମାନିତ ଅଥିତି ଭାବେ ଧର୍ମଗଡ ତହସିଲଦାର ସଞ୍ଜୟ ସାମନ୍ତରାୟ,  ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବବିତା ପଟ୍ଟଯୋଶୀ, ଧର୍ମଗଡ ଏନଏସି ଉପାଧ୍ୟକ୍ଷା ମନୀଷା ମିଶ୍ର ମୁଣ୍ଡ,ଧର୍ମଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ ମନୋଜ ବେହେରା,ଜ଼ିଲ୍ଲାପରିଷଦ ଜୋନ (୧)ଗୋପୀନାଥ ମହାନନ୍ଦ, (୨)ପ୍ରଣବ ପ୍ରକାଶ ଭଇଁସାଲ, (୩)ଶଙ୍କର ଜୋୟଡ଼,ଧର୍ମଗଡ ବ୍ଲକ ସରପଞ୍ଚ ସଂଘ ସଭାପତି ହାତୀରାମ ଦୁର୍ଗା, ଗ୍ରାମପଂଚାୟତ ଅଧିକାରୀ ଦେବୀ ପ୍ରସାଦ ନାଏକ, ସମିତି ସଭ୍ୟ ସରୋଜ ଶବର ମଞ୍ଚରେ ମଞ୍ଚାସିନ ଥିଲେ |ମଞ୍ଚାସିନ ପରେ ଅତିଥି ମାନଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା।ପରେ ବ୍ଳକ ଅଧ୍ୟକ୍ଷା ବବିତାପଟ୍ଟଯୋଶୀ ସ୍ୱ।ଗତ ଭାଷଣ ଦେଇ କାର୍ଯ୍ୟକ୍ରମ କୁ ଆଗକୁ ବଢାଇ ଥିଲେ । ଅତିଥି ମାନେ କଳାହାଣ୍ଡି ଉତ୍ସବ ର ମୁଖ୍ୟ ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ବିଷୟରେ ଆଲୋଚନା କରିଥିଲେ ପରେ ରଙ୍ଗାରଙ୍ଗ କାର୍ଯ୍ଯକ୍ରମ ମାନ ଅନୁଷ୍ଠିତ ହୋଇଥିଲା ଓ ବିଭିନ୍ନ ପ୍ରତିଯୋଗିତା ରେ ଉତିଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ଏଵଂ ପ୍ରତିଯୋଗୀ ମାନଙ୍କୁ ମଞ୍ଚ ରେ ଉପସ୍ଥିତ ଥିବା ମୁଖ୍ୟ ଅତିଥି ମାନେ ପୁରସ୍କାର ବିତରଣ କରାଯାଇଥିଲା।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page