ଧର୍ମଗଡ ଗୋପବନ୍ଧୁ ନଗର ରେ ମହାଲକ୍ଷ୍ମୀ ପୁଜା ପାଲିତ

ଧର୍ମଗଡ: ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଗଣପର୍ବ ହେଉଛି ଲକ୍ଷ୍ମୀପୂଜା। ପଦ୍ମହସ୍ତା ମା’ କମଳାକୁ ନେ଼ଇ ଚଳଚଞ୍ଚଳ ହୋଇ ଉଠିଛି ଗାଁ ଠୁ ସହର। ସୁଖ, ସମ୍ବୃଦ୍ଧିି, ସୌଭାଗ୍ୟ, ସୁଖ୍ୟାତି, ଓ ୟେଶ୍ଚର୍ଯ୍ୟରେ ନେଇ ବିରାଜିତ ମାଆ ଲକ୍ଷ୍ମୀ। ଏହି ପରୀପ୍ରେକ୍ଷୀରେ ଧର୍ମଗଡ ଅଧିନସ୍ତ ଗୋପବନ୍ଧୁ ନଗରରେ ଚଳିତ ମାସ ୯ ତାରିଖ ସୋମବାର ଠାରୁ ୧୨ ତାରିଖ ଗୁରୁବାର ପର୍ଯ୍ୟନ୍ତ ମାଆ ଲକ୍ଷ୍ମୀ ଙ୍କ ପୂଜା ମହାସମାରୋହରେ ପାଳିତ ହୋଇଯାଇ ଅଛି। ଉକ୍ତ ପୂଜାରେ ପୂଜକ ଭାବେ ଯଶୋବନ୍ତ ପୁରୋହିତ  ସ୍ବସ୍ତିବାଚକ ପ୍ରଦ୍ୟୁମ ଅଗସ୍ତି ଓ ଜପକ ରାଜେନ୍ଦ୍ର ଖାନ୍ ସମା ନିୟୋଜିତ ଥିବାବେଳେ ପୂଜା କର୍ତ୍ତା ମନୋଜ କୁମାର ଅଗସ୍ତି ଓ ତାଙ୍କ ସହ ଧର୍ମିଣୀ ମାନିନୀ ଅଗସ୍ତି ମାଆଙ୍କ ସେବା ପାଇଁ ଦାୟିତ୍ଵ ବହନ କରିଛନ୍ତି। ରୀତିନୀତି ଅନୁସାରେ ମାଆଙ୍କ ପୂଜାର୍ଚ୍ଚନା ସମାପନ ହୋଇଥିଲା। ମାଆଙ୍କୁ ଦର୍ଶନ କରିବା ପାଇଁ ଶହ ଶହ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଦୈନନ୍ଦିନ ଭକ୍ତମାନଙ୍କ ପାଇଁ ଅନ୍ନ ଭୋଗର ବ୍ୟବସ୍ଥା ଥିବାବେଳେ ଭକ୍ତମାନେ ମାଆଙ୍କୁ ଦର୍ଶନ କରିବା ସ୍ଵତେ ଆନନ୍ଦର ସହ ଭୋଗ ସେବନ କରିଥିଲେ। ରାତ୍ରୀକାଳୀନ ମନୋରଞ୍ଜନ ପାଇଁ ନାଟକ ପରିବେଷଣ କରାଯାଇଥିଲା। ପୁଜା ସଭାପତି ପବିତ୍ର ମଶ୍ରା, ସଂପାଦକ ସନ୍ତୋଷ ଗୋପାଲ, କୋଷାଧ୍ୟକ୍ଷ କାନ୍ତରାମ ନାଏକ, ବରିଷ୍ଠ କର୍ମକର୍ତ୍ତା ଡମ୍ବରୁଧର ନାଏକ ତଥା ଗୋପବନ୍ଧୁ ନଗରର ଯୁବ ଗୋଷ୍ଠୀ ସହଯୋଗ କରିଥଲେ।

ଧର୍ମଗଡ଼ ଉପଖଣ୍ଡ ରୁ ଜନ୍ମେଜୟ ନାଏକ ଙ୍କ ରିପୋର୍ଟ, ଉତ୍କଳ ବୁଲେଟିନ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page