ଧର୍ମଗଡ ତାଳୁକ ଆଇନ ସେବା ସମିତି ପକ୍ଷରୁ ୨0୨୬ ବର୍ଷ ର ପ୍ରଥମ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ

କଳାହାଣ୍ଡି,୧୪|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):ଧର୍ମଗଡ ତାଳୁକ ଆଇନ ସେବା ସମିତି ପକ୍ଷରୁ ୨0୨୬ ବର୍ଷ ର ପ୍ରଥମ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ ହୋଇ ଯାଇଛି |ତାଳୁକ ଆଇନ ସେବା ସମିତି, ଧର୍ମଗଡ ଅନୁକୂଲ୍ୟରେ ସ୍ଥାନୀୟ ଧର୍ମଗଡ ସିଭିଲ କୋର୍ଟ ପରିସର ରେ ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ତଥା ତାଳୁକ ଆଇନ ସେବା ସମିତି ର ଅଧକ୍ଷ୍ୟ ସୁରେଶ ଚନ୍ଦ୍ର ପ୍ରଧାନଙ୍କ ତତ୍ବାବଧାନ ରେ ଚଳିତ ବର୍ଷ ର ପ୍ରଥମ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି। ଏହି ଲୋକ ଅଦାଲତ ରେ ୧୪ ଟି ମୋଟରଯାନ ଜନିତ ଦୁର୍ଘଟଣା ର ଫଇସଲା କରାଯାଇ ହିତାଧିକାରୀ ମାନଙ୍କୁ ୧ କୋଟି ୩୮ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ସେହିଭଳି ୫ ଟି ଦେୱାନୀ ମକଦ୍ଧମା, ୬ଟି ବ୍ୟାଙ୍କ ଋଣ ଖୋଲାପୀ ମକଦ୍ଧମା ର ସମାଧାନ କରାଯାଇ ୭ ଲକ୍ଷ ୪୩ ହଜାର ପାଞ୍ଚ ଶହ ଚାରି ଟଙ୍କା ଆଦାୟ କରାଯାଇଥିଲା ଏବଂ ୨୧ ଟି ଫୌଜଦାରୀ ମକଦ୍ଧମା ର ଫଇସଲା କରାଯାଇଥିଲା।ଏହି ଲୋକ ଅଦାଲତ ରେ ରାଷ୍ଟ୍ରୀୟ ବ୍ୟାଙ୍କ କର୍ମଚାରୀ ମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ ଏବଂ ୫ଟି ବ୍ୟାଙ୍କ ଋଣ ର ଖୋଲାପି ଙ୍କ କେଶ ର ଫଇସଲା କରାଯାଇ ସମୁଦାୟ 9 ଲକ୍ଷ ୧୨ ହଜାର ଟଙ୍କା ଆଦାୟକରାଯାଇଥିଲା । ସେହିଭଳି ଉପଖଣ୍ଡ ବିଭାଗୀୟ ବିଚାରପତି, ଧର୍ମଗଡଙ୍କ ତତ୍ତ୍ବବଧାନରେ ୮୬ ଟି କେଶ ର ସମାଧାନ କରାଯାଇଥିଲା ଏବଂ ରାଜସ୍ବ ବିଭାଗ ରେ ସମୁଦାୟ ୨୦୧ ଟି କେଶ ର ସମାଧାନ କରାଯାଇ ୧ଲକ୍ଷ ୬ ହଜାର ଚାରି ଶହ ସତେଇଶି ଟଙ୍କା ର ରାଜସ୍ବ ଆଦାୟ କରାଯାଇଥିଲା । ଉକ୍ତ ଲୋକ ଅଦାଲତ ରେ ବରିଷ୍ଠ ଦେୱାନୀ ବିଚାରପତି ପି. ସୀତାଲକ୍ଷ୍ମୀ, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ, ପ୍ରଜ୍ଞା ପରିମିତା ସ୍ବାଇଁ, ବରିଷ୍ଠ ଆଇନଜୀବୀ ଧୂରେନ୍ଦ୍ରନାଥ ପାତ୍ର, ଆଇନଜୀବି ଶ୍ରୀ ସମୀର କୁମାର ମୁଣ୍ଡ, ଶ୍ରୀ ମିହିର ରଞ୍ଜନ ପଟ୍ଟଯୋଶୀ, ଦେବୀପ୍ରସାଦ ବେହେରା ପ୍ରମୁଖ ଉପସ୍ଥିଥ ଥିଲେ. ଉକ୍ତ ଲୋକ ଅଦାଲତ ରେ ଧର୍ମଗଡ ସିଭିଲ କୋର୍ଟ ର କର୍ମଚାରୀ ବୃନ୍ଦ ଓ ଧର୍ମଗଡ ଆଇନଜୀବୀ ସଙ୍ଘ ର ଆଇନଜୀବୀ ମାନେ ସବିଶେଷ ସାହାଯ୍ୟ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page