କଳାହାଣ୍ଡି, ୨0|୧୨:(ପ୍ୟାରିଲାଲ ଦୁର୍ଗାଙ୍କ ରିପୋର୍ଟ): ଗୁରୁବାର ସନ୍ଧ୍ୟା ୫ ଟା ରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ସ୍ଥିତ ଧାନ ମଣ୍ଡି ପରିଦର୍ଶନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଳିଙ୍ଗ। ତାଙ୍କ ଗସ୍ତ ସମୟରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଉପଜିଲ୍ଲାପାଳ ଧିମାନ ଚୋକମା ସମେତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।ମଣ୍ଡି କିପରି ସୁଚାରୁ ରୂପେ ଚାଲିବ ସେଥି ପାଇଁ ବିଭାଗୀୟ ଅଧିକାରୀ, ମିଲ ଏଜେଣ୍ଟ, RMC କର୍ମଚାରୀ ମାନଙ୍କୁ ଡ଼ାକି

ତାଗିଦ୍ କରିଥିଲେ । ଚାଷୀ କିଭଳି ଭାବରେ ସୁରୁଖୁରୁରେ ଧାନ ବିକ୍ରି କରି ପାରିବେ ସେ ନେଇ ମଧ୍ୟ ଚାଷୀ ଓ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଆଜି ଜିଲ୍ଲା ର ବିଭିନ୍ନ ମଣ୍ଡି ପରିଦର୍ଶନ କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି।ଏପରିକି ଶ୍ରୀ ମହାଲିଙ୍ଗ କହିଥିଲେ ଆମ ପ୍ରିୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିଥିବା କଥା ମଧ୍ୟ କହିଥିଲେ। ଯେପରିକି ଧାନର ସର୍ବ ନିମ୍ନ ମୂଲ୍ୟ ହେଉକି ସୁଭଦ୍ରା ଯୋଜନା ହେଉ, ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଗ୍ରସ୍ତ ସମୟରେ ଦଳୀୟ କର୍ମକର୍ତ୍ତା ଉତ୍ସାହ ସହିତ ଯୋଗଦେଇ ଥିଲେ ।
