ଧାମରା ଝାଡକାଟି ଯୁବସଙ୍ଗଠନଙ୍କ ଦ୍ବାରା ହନୁମାନ ମନ୍ଦିରରେ ପ୍ରଥମ ବାର୍ଷିକ ଉତ୍ସବ

ଚାନ୍ଦବାଲି: ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଧାମରା ପଞ୍ଚାୟତରେ ଥିବା ଝାଡକାଟି ଗ୍ରାମରେ ଯୁବବର୍ଗମାନଙ୍କ ଦ୍ବାରା ଆଜି ହନୁମାନ ମନ୍ଦିରରେ ପ୍ରଥମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି | ସତ୍ଯଯୁଗର ଆର୍ବିଭାବ ହେତୁ ଗ୍ରାମରେ ସୁଖଶାନ୍ତି ତଥା ସମସ୍ତ ଭୟଦୂରିଭୁତ ହୋଇ ସୁସ୍ଥ ରହି ଜୀବନ ଯାପନ ତରିବା ପାଇଁ ଯୋଗେଯୋଗେ ସତ୍ଯର ପ୍ରଚାର ହୋଇ ଯୁବପୁଡିଙ୍କ ମଧ୍ଯରେ ସଦଭାବନା ଜାର୍ଗତ କରିବାପାଇଁ ସତ୍ଯଯୋଗର ଗନୁମାନଙ୍କ ଆର୍ବିଭାବ ହେତୁ ଏହି ମନ୍ଦିରଟି ଗ୍ରାମଆରମ୍ଭରେ ଗତ ବର୍ଷ ଠିକ୍ ଏହି ସମୟରେ ପ୍ରତିଷ୍ଠା କରାଯାଇ ଆଜିତାହାର ଏକବର୍ଷ ପୂଣ୍ଣ ହେବାହେତୁ ଆଜିବାର୍ଷିକ ଉତ୍ସବ ପାଳନ କରାଯାଇଥିଲା | ପ୍ରଥମେ କଳସଯାତ୍ରାପରେପରେ ଗ୍ରାମରେ ଭୟଦୂରିକରଣ ନିମନ୍ତେ ୧୦୮ଥର ହନୁମାନ ଚାଳିସା ପାଠକରାଯାଇ ଯଜ୍ଞ ଆରମ୍ଭ କରାଯାଇଥିଲା | ଯଜ୍ଞ ସହିତ ଗ୍ରାମରେ ସୁଖଶାନ୍ତି ତଥା ସୁସ୍ଥରେ ରହିବା ନିମନ୍ତେ ମହାମୃତ୍ଯୁଞ୍ଜୟ ମନ୍ତ୍ର ଜପକରାଯାଇଥିଲା ପରେପରେ ଗ୍ରାମର ସମସ୍ତ ଯୁବକ, ମା” ମାନେ ଏବଂ ଅନ୍ଯମାନେ ଯଜ୍ଞରେ ହନୁମାନଙ୍କ ନିକଟରେ ସର୍ବକଲ୍ଯାଣ ହେଉବୋଲି ପୁନାହୂତି ଅର୍ପଣ କରିଥିଲେ |

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page