ଧୂମଧାମରେ ମାଣିକାଗୋଡ଼ା ଦଶହରା ପାଳିତ

ମାଣିକାଗୋଡ଼ା: ଦଶହରାରେ ସାରା ରାଜ୍ୟ ଉତ୍ସବ ମୁଖର ହୋଇଥିବାବେଳେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା ଖୁବ୍ ଧୂମଧାମରେ ପାଳନ କରିଥାନ୍ତି ଖୋର୍ଦ୍ଧାଜିଲ୍ଲାର ମାଣିକାଗୋଡ଼ା ଗ୍ରାମବାସୀମାନେ। ଏହି ଗ୍ରାମରେ ଦଶହରାକୁ ବହୁ ଆଡମ୍ବର ସହକାରେ ପାଳନ କରାଯାଇଥାଏ। ଏହି ଦଶହରା ପର୍ବ ଅବସରରେ ଏକ ବିଶେଷ ପରମ୍ପରା ଦେଖିବାକୁ ମିଳିଥାଏ ମାଣିକାଗୋଡ଼ା ଗ୍ରାମରେ। ଏହି ଗ୍ରାମରେ ଦଶହରାରେ ମା’ଙ୍କ ପୂଜାର୍ଚ୍ଚନାକୁ ଦୁଇ ସମ୍ପ୍ରଦାୟ ମୁସଲମାନ ଏବଂ ହିନ୍ଦୁ ମିଳିମିଶି ପାଳନ କରିଥାନ୍ତି। ଦଶହରା ଅବସରରେ ମା’ଙ୍କ ଅପରାଜିତା ହୋମ ଅନୁଷ୍ଠିତ ହୋଇଥାଏ। ଏଥିରେ ଦଳବେହେରା ଭାବେ ମୁସଲମାନ ସମ୍ପ୍ରଦାୟରୁ ଦଳବେହେରା ଭାବେ ଜଣେ ବ୍ୟକ୍ତି ସଭାପତିତ୍ୱ କରିଥାନ୍ତି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ପରମ୍ପରା ଅନୁସାରେ ଦଳପତି ଭାବେ ଜଣେ ମୁସଲମାନ ମଧ୍ୟ ଏଥିରେ କର୍ତ୍ତଭାବେ ସବୁ କାର୍ଯ୍ୟ କରିଥିବା ଦେଖିବାକୁ ମିଳିଥାଏ। ବହୁ ବର୍ଷରୁ ଏହି ପରମ୍ପରା ମାଣିକାଗୋଡ଼ା ଗ୍ରାମରେ ଚାଲି ଆସୁଥିବାବେଳେ ଗ୍ରାମରେ ବସବାସ କରୁଥିବା ସମସ୍ତ ଲୋକମାନେ ଭାଇଚାରାରେ ବନ୍ଧା ବୋଲି ଏଠିକାର ବୁଦ୍ଧୀଜୀବୀମାନେ ମତ ପ୍ରକାଶ କରିଛନ୍ତି। ଗ୍ରାମ ସମସ୍ତ ଲୋକେ ଏକତ୍ରିତ ହୋଇ ଏହି ଦଶହରା ପର୍ବକୁ ପାଳନ କରିଥାନ୍ତି। ଏହି ପରମ୍ପରା ରାଜ୍ୟର କୌଣସି ସ୍ଥାନରେ ଦେଖାଯାଇନଥାଏ। ଏହି ଅବସରରେ ଗ୍ରାମାବସୀମାନେ ମଧ୍ୟ ପିଠାପଣା କରି ଆନନ୍ଦ ଉଠାଉଥିବା ଦେଖିବାକୁ ମିଳିଛି।
ରିର୍ପୋଟ: ଅଖିଳ ସୁନ୍ଦରାୟ, ମାଣିକାଗୋଡ଼ା, ଖୋର୍ଦ୍ଧା

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page