ନନ୍ଦନକାନନରେ ନୂଆ ଅତିଥି

ଦ୍ଵିତୀୟଥର ପାଇଁ ମା’ ହେଲା ସିଂହୀ ରେୱା। ରବିବାର ସିଂହୀ ରେୱା ୩ଟି ଶାବକକୁ ଜନ୍ମ ଦେଇଛି। ପ୍ରଥମ ଶାବକ ସକାଳ ୭ଟା ସମୟରେ ଜନ୍ମ ଦେଇଥିବା ବେଳେ ଅଧ ଘଣ୍ଟା ପରେ ଦ୍ଵିତୀୟ ଶାବକ ଜନ୍ମ ଦେଇଥିଲା। ଏହାପରେ ଦିନ ୩ଟା ୫୦ ମିନିଟରେ ଆଉ ଏକ ଶାବକକୁ ଜନ୍ମ ଦେଇଥିଲା। ତେବେ ସମସ୍ତ ଶାବକ ଅଣ୍ଡିରା ବୋଲି ପ୍ରାଥମିକ ସ୍ତରରେ ଜଣାପଡ଼ିଛି। ମାଆ ସିଂହୀ ରେୱା ୩ ଛୁଆଙ୍କୁ ଜନ୍ମ ଦେବା ପରେ ପ୍ରାଣୀ ହସ୍ପିଟାଲର ICUରେ ରଖାଯାଇଛି। ନନ୍ଦନକାନନ କର୍ତ୍ତୃପକ୍ଷ ୩ଟି ଛୁଆଙ୍କ ଯତ୍ନ ନେଉଛନ୍ତି। ତେବେ ସେମାନଙ୍କୁ ବେବି ରିୟରିଂ ସେଣ୍ଟରରେ ରଖାଯିବା ସହ ସେମାନଙ୍କୁ ଚିକିତ୍ସା କରାଯାଉଛି। ବର୍ତ୍ତମାନ ସମସ୍ତ ଶାବକ ଛୁଆ ସୁସ୍ଥ ରହିଥିବା ସୂଚନା ମିଳିଛି। ଏହି ୩ଟି ଶାବକୁ ମିଶାଇ ନନନ୍ଦନକାନରେ ସିଂହ ସଂଖ୍ୟା ୨୬ରେ ପହଞ୍ଚିଛି। ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ ୩ ସିଂହ ଛୁଆଙ୍କ ଭିଡିଓ ଓ ଫଟୋ ପୋଷ୍ଟ କରିଛନ୍ତି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page