ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଧୀନ ନାଗପୁର ସ୍ଥିତ ଶାଗୁଆ ଖେଳ ପଡ଼ିଆରେ ନାଗପୁର କ୍ରିକେଟ୍ କ୍ଲବ୍ ଦ୍ଵାରା ଦିତୀୟ ବର୍ଷିକ ଅଲ୍ ଓଡିଶା ନାଗପୁର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ୪ର୍ଥ ଦିନରେ ମୁଖ୍ୟଅତିଥି twin City କମିଶନର ସୁରେଶ ଦେବଦେତ ସିଂ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥିଭାବେ ଏନ୍,ସି ,ସି ର ଉପଦ୍ଦେଷ୍ଟା ଚକ୍ରଧର ନାୟକ,ଯୁବ ସାମ୍ବାଦିକ ଜିତେନ୍ଦ୍ର ସାହୁ, ସମସ୍ତ ଓଡିଶା ଓକିଲ ସଂଘର କାର୍ଯ୍ୟନିର୍ବାହୀ ସମ୍ପାଦକ ରଞ୍ଜିତ କୁମାର ମହାରଣା, ସମାଜ ସେବୀ ରବୀନ୍ଦ୍ର ମହାରଣା, ଆଇନୀଯିବୀ ବିକାଶ ରାଉତରାୟ,

କମଳକାନ୍ତ ଜେନା ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଉକ୍ତ ମ୍ୟାଚଟି ସାଇବର କ୍ରାଇମ ଉପରେ ଏକ ସଚେତନତା ବାର୍ତ୍ତା ଦିଆ ଯାଇଥିଲା।ପରେ ୨ ଟି ଲିଗ ମ୍ୟାଚ୍ ଓ ଗୋଟେ କ୍ୱାଟର ଫାଇନାଲ ମ୍ୟାଚ ଖେଳାଯାଇଥିଲା l ପ୍ରଥମ ମ୍ୟାଚଟି ଜେସିସି ବାଳକାଟି ବନାମ ଡିସିସି ସନ୍ତପୁର ମଧ୍ୟରେ ୭ମ ଲିଗ୍ ମ୍ୟାଚ୍ ଖେଳା ଯାଇଥିଲା। ଏହି ମ୍ୟାଚଟିକୁ ଡିସିସି ସନ୍ତପୁର ୫୮ ରନ୍ ରେ ଜିତି ଥିଲା। ବିଜୟୀ ଦଳର ଅନିରୁଦ୍ଧ ସ୍ବାଇଁ ୧୭ ବାଲ ୫୯ ରନ କରି ମ୍ୟାନ ଅଫ ଦି ମ୍ୟାଚ୍ ଟ୍ରଫିର ହକଦାର୍ ହୋଇଥିଲେ। ସେହିଭଳି ୮ମ ଲିଗ୍ ମ୍ୟାଚରେ ରୟାଲ୍ କିଙ୍ଗ ବନାମ ବାଲିଅନ୍ତା ଫାଇଟର ମଧ୍ୟରେ ମ୍ୟାଚ୍ ଖେଳା

ଯାଇଥିଲା । ଉକ୍ତ ମ୍ୟାଚକୁ ବାଲିଅନ୍ତା ଫାଇଟର ୯ ୱିକେଟରେ ମ୍ୟାଚଟିକୁ ଜିତି କ୍ୱାଟର ଫାଇନାଲ ରେ ପ୍ରବେଶ କରି ରିଥିଲା। ଦଳର ରତିକ୍ ଖୁଣ୍ଟିଆ ୧ ଓଭରରେ ୩ ୱିକେଟ୍ ନେବା ସହ ୪ ରନ ଦେଇ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ।ଶେଷରେ ୨ୟ କ୍ୱାଟର ଫାଇନାଲ ମ୍ୟାଚ ବାଲିଅନ୍ତା ଫାଇଟର ସହ ଡିସିସି ସନ୍ତପୁର ଟିମ୍ ମଧ୍ୟରେ ମ୍ୟାଚ ଖେଳା ଯାଇଥିଲା। ଡିସିସି ସନ୍ତପୁର ଟିମ ଟଚ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୭ ଓଭର ମ୍ୟାଚ ଖେଳି ୭୫ରନ କରି ୭ ୱିକେଟ୍ ହରାଇଥିଲା।ଦଳ ପକ୍ଷରୁ ଲୁଲୁ ସ୍ବାଇଁ ଲଢ଼ୁଆ ବ୍ୟାଟିଂ ୧୧ ବାଲ ୨୮ରନ୍ କରିଥିଲେ। ଜିତିବା ଆଶାରେ ବାଲିଅନ୍ତା ଟିମର ଖେଳାଳୀମାନେ ଜମାରୁ ୪୧ କରିବାରେ ସକ୍ଷମ ହୋଇଥିଲେ।ଏଥି ସହଡିସିସି ସନ୍ତପୁର ଟିମ ୩୪ ରନ୍ ରେ ଏହି ମ୍ୟାଚ ଜିତି ୨ୟ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କଲା। ବିଜୟୀ ଦଳର ହୃଷି ଦାସ ୨ ଓଭର ରେ ୧୧ ରନ ଓ ୩ ୱେକେଟ୍ ନେଇ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ ।