ନାଚୁଣୀର ବରିଷ୍ଠ ନାଗରିକ ସଂଘ ତରଫରୁ ନେହେରୁ ଜୟନ୍ତୀ ପାଳିତ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନାଗୁଣୀ ସ୍ଥ ବରିଷ୍ଠ ନାଗରିକ ସଂଘ ତରଫରୁ ନେହେରୁ ଜୟନ୍ତୀ ତଥା “ଶିଶୁ” ଦିବସ ୧୬ନମ୍ବର ଜାତୀୟ ରାଜପଥ ପାର୍ଶ୍ଵସ୍ଥ ଜଗତି ପାହାଡର ପାଦଦେଶରେ ଅବସ୍ଥିତ ଶ୍ରୀରାମ ମନ୍ଦିର ଠାରେ ପାଳିତ ହୋଇଯାଇଅଛି। ପ୍ରଥମେ ସଂଘର ସଦସ୍ୟମାନେ ପଣ୍ଡିତ ଜବାହାର ନେହେରୁଙ୍କ ତୈଳ ଚିତ୍ରରେ ଧୂପପୁଷ୍ପ ଅର୍ପଣ କରିବା ପରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l ବରିଷ୍ଠ ନାଗରିକ ସଂଘର ସଭାପତି ଅଶ୍ୱିନୀ କୁମାର ମହାପାତ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ଉପ-ସଭାପତି ଭରତ ଚରଣ ସାହୁ, ଉପ-ସଭାପତି ମକର ଧ୍ୱଜ ପଲେଇ, ସହ ସଂପାଦକ ହରିବନ୍ଧୁ ମିଶ୍ର, କୋଷାଧକ୍ଷ ରାମଚନ୍ଦ୍ର ମାର୍ଥା, ଡାକ୍ତର କୈଳାସ ଭୂଷଣ ମହାପାତ୍ର, ଉମେଶ ହରିଚ଼ନ୍ଦନ, ଫକୀର ନନ୍ଦ, ଶତସିଂହ ହରିଚନ୍ଦନ, ରମେଶ ଭୋଳ, ପିତାମ୍ବର ଶତପଥୀ, ପ୍ରଭାକର ଦାଶ ଓ ସରୋଜିନୀ ମଲ୍ଲିକ ପ୍ରମୁଖ ଯୋଗ ଦେଇ ପଣ୍ଡିତ ନେହେରୁଙ୍କ ଜୀବନାଦର୍ଶନ ଉପରେ ଆଲୋକପାତ କରିବା ସହ ସ୍ଵାଧୀନତା ସଂଗ୍ରାମରେ ତାଙ୍କର ଯେଉଁ ଅବଦାନ ତାହା ଉପରେ କହିଥିଲେ ଓ “ଶିଶୁ” ଦିବସରେ ଶିଶୁମାନଙ୍କର ଭବିଷ୍ୟତ ଉପରେ କହିଥିଲେ I ଏଥିରେ ନାଚୁଣୀ ବରିଷ୍ଠ ନାଗରିକ ସଂଘର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page