ନାଚୁଣୀ କଲେଜରେ ସାଇବର ସଚେତନତା କାର୍ଯ୍ୟକ୍ରମ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ତରଫରୁ ନାଚୁଣୀ ମହାବିଦ୍ୟାଳୟ ଠାରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି ଉପଲକ୍ଷେ ନାଚୁଣୀ. ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ଡକ୍ଟର ସୁନୀଲ କୁମାର ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ନାଚୁଣୀ ଥାନା ଭାର ପ୍ରାପ୍ତ ଅଧିକାରୀ ଚନ୍ଦ୍ରଶେଖର ଜେନା ଯୋଗ ଦେଇ ସାଇବର ସୁରକ୍ଷା ମହତ୍ୱ ସଂପର୍କରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବେ ସାଇ ବର ସୁରକ୍ଷା

ଅଧିକାରୀ ଇନ୍‌ସପେକ୍ଟର ସୁଚିତ୍ରା ଜେନା ଯୋଗ ଦେଇ ଛାତ୍ର ଛାତ୍ରୀମାନେ କିପରି ସାଇବର ଠକେଇରୁ ସୁରକ୍ଷିତ ରହିବେ ସେ ବିଷୟରେ ବିସ୍ତୃତ ଆଲୋଚ଼ନା କରିଥିଲେ ଏବଂ ପ୍ରୋଜେକ୍ଟର ମାଧ୍ୟମରେ ଛାତ୍ରଛତ୍ରୀମାନଙ୍କୁ ବିଭିନ୍ନ ପ୍ରକାର ସାଇବର ଠକେଇ ବିଷୟରେ ଦେଖାଇବା ସହ ତାର ନିରାକରଣ ବିଷୟରେ ସଚେତନତା କରାଇଥିଲେ।ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ଅନ୍ୟାନ୍ୟ ପୋଲିସ୍ କର୍ମଚାରୀମାନେ ତାଙ୍କୁ ସହଯୋଗ କରିଥିଲେ। ଏଥିରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ପରିଶେଷରେ ଇଂରାଜୀ ବିଭାଗ ଅଧାପିକା ସଂଘମିତ୍ରା ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page