ନିଆଁ ଲାଗି ଜଳି ଗଲା ଘର ଓ ଯାବତୀୟ ଘରୋଇ ସାମଗ୍ରୀ

ଗୋଲାମୁଣ୍ଡା :୨୧/୧୨(ଜନ୍ମେଜୟ ନାଏକଙ୍କ ରିପୋର୍ଟ) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧିନସ୍ଥ ଫୋଇରିପାଣି ଗ୍ରାମର ଧନୁ ମାଝୀଙ୍କ ଘରେ ନିଆଁ ଲାଗି ଯାବତୀୟ ଜିନିଷ ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି । ଧନୁ ମାଝୀ ଏକ କୁଳିମଜୁରିଆ ତଥା ଗରିବ ଶ୍ରେଣୀର ଲୋକ  ହୋଇଥିବାରୁ ଏକ ଚାଲ ଛପର ଘରେ ୭ ପରିବାର ବସବାସ କରି ରହି ଆସୁଥିଲେ।ପରିବାର ସମସ୍ତେ ବିଲ କାମରେ ଯାଇଥିବା ସମୟରେ ଘରେ ନିଆଁ ଲାଗି ସମ୍ପୂର୍ଣ୍ଣ ପୋଡିଯାଇଛି ।ଖବର ପାଇ ଗ୍ରାମବାସୀଙ୍କ ସହାୟତାରେ ନିଆଁ କୁ ଆୟତ କରିଥିଲେ ।ଧନୁ ମାଝୀଙ୍କ ସ୍ତ୍ରୀ ମାଳତୀ ମାଝୀଙ୍କ ତାଙ୍କର ଝିଅ ଚନ୍ଦ୍ର କାନ୍ତି ମାଝୀ ଗତ ବର୍ଷ ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଅର୍ଥର ଅଭାବରୁ ଉଚ୍ଚ ଶିକ୍ଷା କରି ପାରିଲା ନାହିଁ।ଆସନ୍ତା ବର୍ଷ କୌଣସି ବିଦ୍ୟାଳୟରେ ନାମ ଲେଖାଇ ପାଠ ପଡିବା ପାଇଁ ଆଗ୍ରହୀ ଥିବାବେଳେ ଦୁର୍ଭାଗ୍ୟର କଥା ସେହି ଝିଅର ସାର୍ଟିଫିକେଟଟି ସମ୍ପୂର୍ଣ୍ଣ ପୋଡ଼ିଯାଇଥିବାରୁ ପରିବାର ଲୋକେ ଚିନ୍ତାରେ ପଡିଛନ୍ତି  । କୁଳିମଜୁରୀ କରି ସଂଚୟ କରିଥିବା ଧାନ, ଚାଉଳ ସମେତ ଘର ଚଳଣି ପଦାର୍ଥ ସହ ବାସନ କୁସନ ଶୀତ ବସ୍ତ୍ର ସମେତ ପରିଶ୍ରମ କରି ରଖିଥିବା ପାଞ୍ଚ ହଜାର ଟଙ୍କା ମଧ୍ୟ ସମ୍ପୂର୍ଣ୍ଣ ପୋଡି ଯାଇ ପାଉଁଶ ହୋଇ ଯାଇଛି । ସେଭଳି ରେସନ କାର୍ଡ ଏବଂ ଜବ କାର୍ଡ ସହ ସମସ୍ତଙ୍କର ଆଧାର କାର୍ଡ ମଧ୍ୟ ପୋଡ଼ିଯାଇଥିବାରୁ ପରିବାରର ସମସ୍ତ ସଦସ୍ୟ ମୁଣ୍ଡରେ ହାତ ରଖି ଚିନ୍ତାରେ ବସିଛନ୍ତି । ଏଣୁ ଏହି ଅସହାୟ ପରିବାରକୁ ସରକାରଙ୍କ ତରଫରୁ ଯଥାଶୀଘ୍ର ସହାୟତା ମିଳିବା ପାଇଁ ଗ୍ରାମର ଲୋକେ ଅନୁରୋଧ କରିଛନ୍ତି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News