ବେତନଟୀ: ବେତନଟୀ ଉପକଣ୍ଠ ଜାତୀୟ ରାଜପଥ ୧୮ନମ୍ବର ପାର୍ଶ୍ଵରେ ନୂତନ କରି ଗଢି ଉଠିଥିବା ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ଭବ୍ୟ ମନ୍ଦିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ବିହାରର ଦେଓଘରର ମୁଖ୍ୟ ଠାକୁର ଶ୍ରୀ ଶ୍ରୀ ଆଚାର୍ଯ୍ୟଦେବ I ୧୫ ତାରିଖ ଅପରାହ୍ଣରେ ଏହା ଉଦଘାଟନ ସହ ଉପସ୍ଥିତ ସତସଙ୍ଗୀ ଓ ସାଧାରଣ ଭକ୍ତଗଣଙ୍କୁ ଆର୍ଶିବଚନ ଶୁଣାଇଥିଲେ । ୧୬ ତାରିଖ ପ୍ରାତଃ ଘ୫.୩୫ମିନିଟ୍ ରୁ ଭଜନ କୀର୍ତ୍ତନ ଭଳି ମାଙ୍ଗଳିକ କାର୍ଯ୍ୟକ୍ରମ ଦିନବ୍ୟାପୀ ଚାଲୁରହିବା ସହ ପ୍ରାୟ ହଜାର ହଜାର ଭକ୍ତ ସମାଗମ ହୋଇଥିଲା। ଭକ୍ତଗଣ ଶୃଙ୍ଖଳିତ ଭାବେ ସମସ୍ତେ ପ୍ରସାଦ ସେବନ ସହ ପ୍ରାର୍ଥନା ସଭାରେ ଯୋଗଦାନ କରିଥିଲେ ।
ସ.ପ୍ର. ରିତିକ ଖଗେନ୍ଦ୍ରନାଥ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡଃ ଶ୍ରୀବତ୍ସ ସାମଲ, ନୀରୋଦ ସୁନ୍ଦର ଜେନା, ବଂଶୀଧର ଖଟୁଆ, କୌଳାସ ଚନ୍ଦ୍ର ନାୟକ,ଖକନ ଖଟୁଆ, ଶ୍ରୀକାନ୍ତ ଜେନା,ରତିକାନ୍ତ ଜେନା, ସତସଙ୍ଗୀଗଣ ବିଶେଷ ସହଯୋଗ ପ୍ରଦାନ କରିଥିଲେ । ମଧ୍ୟାହ୍ନରେ ଭଜନ, କୀର୍ତ୍ତିନସହ ନଗର ପରିଭ୍ରମଣ କରାଯାଇଥିଲା । ସନ୍ଧ୍ୟାରେ ଆତସବାଜି ପ୍ରଦର୍ଶନ ସହ କାର୍ଯ୍ୟକ୍ରମ ସମାପନ ହୋଇଥିଲା |
ଗତମାସ ଶେଷ ସପ୍ତାହରେ ବେତନଟୀରେ ନୂତନ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପରେ ଚଳିତ ମାସ ମଧ୍ୟଭାଗରେ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଭଳି କାର୍ଯ୍ୟ ପାଇଁ ବେତନଟୀରେ ଏକ ଧାର୍ମିକ ମହଲ ସୃଷ୍ଟି ହୋଇଥିବାର ଦେଖାଯାଇଛି ।