ଭୁବନେଶ୍ବର : ଭୁବନେଶ୍ବରସ୍ଥିତ “ଇସ୍କନ ମନ୍ଦିର” ଦ୍ବାରା ଆୟୋଜିତ ଚନ୍ଦନ ମହୋତ୍ସବ ଉପଲକ୍ଷେ ,”ନୃତ୍ୟନିପୁଣା” ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ଦ୍ଵାରା ଓଡ଼ିଶୀ ନୃତ୍ୟ, ମାହାରୀ ନୃତ୍ୟ ଏବଂ ଭଜନ ନୃତ୍ୟ ପରିବେଷଣ କରାଯାଇଥିଲା।
ଗୁରୁ ଡଂ ପ୍ରିୟଙ୍କା ମିଶ୍ରଙ୍କ ପ୍ରଶିକ୍ଷଣରେ ଏବଂ ପ୍ରତିମା ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠାନର ନୃତ୍ୟାଙ୍ଗନା ମାନେ ଖୁବ୍ ସୁନ୍ଦର ଭାବରେ ନୃତ୍ୟ ପରିବେଷଣ କରିଥିଲେ।ଉପସ୍ଥିତ ଦର୍ଶକଙ୍କ କରତାଳିରେ ସ୍ଥାନ ଟି ପ୍ରକମ୍ପିତ ହୋଇଉଠିଥିଲା।
ଶିଳ୍ପୀ ମାନେ ହେଲେ ଅର୍ଚ୍ଚିତା,ନିଶିତା,ଆଶ୍ରିୟା,ସୋନାକ୍ଷୀ, ଅଂଶିତା, ଓଷ୍ନି, ଆକ୍ରିତି ଏବଂ ରିଶି।