ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ଦ୍ଵାରା ଗ୍ରୀଷ୍ମକାଳୀନ କର୍ମଶାଳା

ଭୁବନେଶ୍ୱର: ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ଦ୍ଵାରା ଚଳିତ ମାସ ୧ତାରିଖ ଠାରୁ ୧୦ତାରିଖ ପର୍ଯ୍ୟନ୍ତ (୧୦ଦିନ ଧରି) ଗ୍ରୀଷ୍ମକାଳୀନ କର୍ମଶାଳା ଆୟୋଜିତ ହୋଇଥିଲା। ଏହାର ଉଦଯାପନୀ ସନ୍ଧ୍ୟାରେ ଅତିଥି ଭାବେ ଯୋଗଦେଇଥିଲେ ଓଡ଼ିଶୀ ନୃତ୍ୟ ଗୁରୁ ଭରତ ଚରଣ ଗିରି , Vocalist & Examiner ଦିବ୍ୟ ରଞ୍ଜନ ପଟ୍ଟନାୟକ , ଓଡ଼ିଶୀ exponent ମମତା ଶତପଥୀ ଏବଂ ବିଶିଷ୍ଠ କଣ୍ଠଶିଳ୍ପୀ ଅପର୍ଣ୍ଣା ତ୍ରିପାଠୀ। ଅତିଥିମାନେ ଓଡ଼ିଶୀ ନୃତ୍ୟକୁ ନେଇ ବହୁ ମୂଲ୍ୟବାନ କଥା ପିଲାମାନଙ୍କୁ କହିଥିଲେ। ଏହି କର୍ମଶାଳାରେ ଯୋଗଦେଇଥିବା ସମସ୍ତ ନୃତ୍ୟଶିଳ୍ପୀମାନେ ଏହି ୧୦ଦିନରେ ଶିଖିଥିବା ନୃତ୍ୟକୁ ଦର୍ଶକମାନଙ୍କ ସମ୍ମୁଖରେ ପରିବେଷଣ କରିଥିଲେ। ଏବଂ ଅଶେଷ କରତାଳି ସାଉଁଟି ଥିଲେ। ଅତିଥିମାନେ ମଧ୍ୟ ପିଲାମାନଙ୍କର ନୃତ୍ୟକୁ ବେଶ୍ ଆନନ୍ଦରେ ଉପଭୋଗ କରିଥିଲେ । ଗୁରୁ ଡଂ ପ୍ରିୟଙ୍କା ମିଶ୍ରଙ୍କ ପ୍ରଶିକ୍ଷଣରେ ଏବଂ ପ୍ରତିମା ମିଶ୍ରଙ୍କ ପରିଚାଳନାରେ ଏହି ଗ୍ରୀଷ୍ମକାଳୀନ କର୍ମଶାଳାଟି ସୁରୁଖୁରୁରେ ସମ୍ପାଦିତ ହୋଇଥିଲା।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News