ନୃତ୍ୟନିପୁଣା ଓଡିଶୀ ନୃତ୍ୟ ଅନୁଷ୍ଠାନ ର ଷଷ୍ଠତମ ନୃତ୍ୟ ମହୋତ୍ସବ

ଭୁବନେଶ୍ଵର: ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଆଗାମୀ ଅକ୍ଟୋବର ୧୧ତାରିଖ, ଶନିବାର ଦିନ “ନୃତ୍ୟନିପୂଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ” ତରଫରୁ ଭୁବନେଶ୍ଵରସ୍ଥିତ, ୟୁନିଟ -୩ର ବୁଦ୍ଧ ମନ୍ଦିରର ନୁତନ ପ୍ରେକ୍ଷାଳୟ ଠାରେ ଷଷ୍ଠ ତମ ନୃତ୍ୟ ଉତ୍ସବର ଆୟୋଜନ କରାଯାଇଛି । ଏଥିରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ତଥା ଓଡ଼ିଶା ବାହାରୁ ନୃତ୍ୟଶିଳ୍ପୀମାନେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ନୃତ୍ୟଶିଳ୍ପୀମାନେ ଓଡ଼ିଶୀ ନୃତ୍ୟ, ଭଜନ ନୃତ୍ୟ, କଥକ ନୃତ୍ୟ, ଦେଶାତ୍ମବୋଧକ ନୃତ୍ୟ ଏବଂ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି। ଅନୁଷ୍ଠାନ ତରଫରୁ ପ୍ରତିବର୍ଷ ଏହି ଉତ୍ସବଟିକୁ ତିନୋଟି ଅଧିବେଶନ ରେ ପାଳନ କରାଯାଏ କିନ୍ତୁ ଚଳିତ ବର୍ଷ ଦୁଇଟି ଅଧିବେଶନର କାର୍ଯ୍ୟକ୍ରମ ହେବା ପାଇଁ ସ୍ଥିରୀକୃତ ହୋଇଛି (ଅପରାହ୍ନ ଏବଂ ସାନ୍ଧ୍ୟ) ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ୨ଜଣ ଦକ୍ଷ ନୃତ୍ୟଶିଳ୍ପୀଙ୍କୁ ଅନୁଷ୍ଠାନ ତରଫରୁ , “ନୃତ୍ୟନିପୁଣା ନୃତ୍ୟ ଶିରୋମଣି” ତଥା “ବହୁମୁଖୀ ପ୍ରତିଭାବାନ ନୃତ୍ୟନିପୁଣା ନୃତ୍ୟ ଶିରୋମଣି” ସମ୍ମାନରେ ସମ୍ମାନୀତ କରାଯିବାର କାର୍ଯ୍ୟକ୍ରମ ରହିଛି। ଅନୁଷ୍ଠାନର ପ୍ରତିଷ୍ଠାତ୍ରି ପ୍ରତିମା ମିଶ୍ରଙ୍କ କହିବା ଅନୁସାରେ ଓଡ଼ିଶାର ଶାସ୍ତ୍ରୀୟନୃତ୍ୟ ଏବଂ ଲୋକନୃତ୍ୟ କୁ ପ୍ରଚାର ଓ ପ୍ରସାର କରିବା ପାଇଁ ଅନୁଷ୍ଠାନ ଶତ ପ୍ରତିଶତ ପ୍ରତିଶ୍ରୁତିବଦ୍ଧ। ଏବଂ ନିର୍ଦ୍ଦେଶିକା ତଥା ନୃତ୍ୟଗୁରୁ ଡଃ ପ୍ରିୟଙ୍କା ମିଶ୍ରଙ୍କ ଅଗାଢ ବିଶ୍ୱାସ ଯେ, ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଦ୍ଵାରା ଏହି ନୃତ୍ୟ ଉତ୍ସବଟି ସାଫଲ୍ୟମଣ୍ଡିତ ହୋଇପାରିବ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page