ଆରଟିଇ ମାଗଣା ସିଟ ଆଡ଼ମିସନକୁ ନେଇ ନିର୍ଦେଶକଙ୍କୁ ଅଟକ ରଖିଲେ ଶତାଧିକ ଅଭିଭାବକ
ଭୁବନେଶ୍ୱର: ଆରଟିଇ ରେ ୨୫% ସିଟରେ ମାଗଣା ପଢ଼ାଇବା ପାଇଁ ପାରଦର୍ଶୀ ପୋର୍ଟାଲରେ ସିଟ ଅଲଟମେଣ୍ଟ ପରେ ମଧ୍ୟ ପ୍ରାଇଭେଟ ସ୍କୁଲ ମାନେ ଆଡ଼ମିସନ ପାଇଁ ମନା କରି ଫେରାଇଦେଲେ I ଓଡିଶା ଅଭିଭାବକ ମହାସଂଘର ଅଭିଯୋଗ ପରେ ପ୍ରଥମେ ଭୁବନେଶ୍ୱର ବି ଇ ଓ ଅଫିସ ପ୍ରାୟ ୨୯ ଗୋଟି ସ୍କୁଲକୁ ନୋଟିସ ଦେଇଥିଲା I କାର୍ୟ୍ୟାନୁଷ୍ଠାନ ନହେବାରୁ ପରେ ଓଡିଶା ଅଭିଭାବକ ମହାସଂଘର ସଭାପତି ବାସୁଦେବ ଭଟ୍ଟ ଙ୍କ ନେତୃତ୍ୱରେ ପ୍ରାୟ ୫୦୦ରୁ ଅଧିକ ଅଭିଭାବକ ନେଇ ଭୁବନେଶ୍ୱର ନତକ୍ଷଲାରେ ଥିବା ପ୍ରାଥମିକ ଶିକ୍ଷକ୍ଷ ନିର୍ଦେଶକଙ୍କ ଅଫିସ ଆଗରେ ଧାରଣା ଦିଆଯାଇଥିଲା କ୍ଷ ଆଲୋଚନା ପରେ ପ୍ରଥମ ପ୍ରଯ୍ୟାୟ ନୋଟିଫିକେସନ ଅନୁସାରେ ଆର ଟି ଇ ର ପ୍ରଥମ ପର୍ୟ୍ୟାୟ ଅଲଟମେଣ୍ଟ ସିଟ ପାଇଁ ନାମଲେଖାର ଶେଷ ତାରିଖ ଆସନ୍ତା ୨୬ ତାରିଖ ପର୍ୟ୍ୟନ୍ତ ଘୁଞ୍ଚିଥିଲା I ଯେଉଁ ସ୍କୁଲ ଖିଲାପ କରିଛନ୍ତି ତାର ତଦନ୍ତ ସହ ଜିଲ୍ଲାପାଳ ଏକ ସ୍ୱତନ୍ତ୍ର କମିଟି ଗଠନ କରି ସାତ ଦିନ ଭିତରେ ରିପୋର୍ଟ ସହିତ କାର୍ୟ୍ୟାନୁଷ୍ଠାନ ପାଇଁ ନିଷ୍ପତି ହୋଇଥିଲା I ହେଲେ ଏପର୍ୟ୍ୟନ୍ତ ବିଜେ ଇ ଏମ, ଜାଭିଆର, ଜେମ୍ସ ଆଦି ଅନେକ ସ୍କୁଲ ପୋର୍ଟାଲ ର ଅଲଟମେଣ୍ଟ ଅନୁଯାଇ ଆଡ଼ମିସନ ନକରି ଅଭିଭାବକ ମାନଙ୍କୁ ଦୌଡ଼ ଥିବାରୁ ଏବଂ ତାଙ୍କ ବିରୁଦ୍ଧରେ କୌଣସି କାର୍ୟ୍ୟାନୁଷ୍ଠାନ ନହେବାରୁ ଆଜି ଶତାଧିକ ଅଭିଭାବକ ପ୍ରାଥମିକ ଶିକ୍ଷା ନିର୍ଦେଶକ ତଥା ଶିକ୍ଷା ଅଧିକାର ଆଇନ ଓ ପାରଦର୍ଶୀ ପୋର୍ଟାଲର ନୋଡାଲ ଅଫିସର ଜ୍ୟୋତି ରଞ୍ଜନ ମିଶ୍ରଙ୍କୁ ତାଙ୍କ ନତକ୍ଷଲା ସ୍ଥିତ କାର୍ୟ୍ୟାଳୟ କୁ ଅଭିଯୋଗ ପାଇଁ ଆସିଥିଲେ ହେଲେ ନିର୍ଦେଶକ ତାଙ୍କୁ ଏଡାଇ ଦେଇ ମୁ କିଛି ଜାଣିନି ବୋଲି କହି କାର୍ୟ୍ୟାଳୟରୁ ବାହାରକୁ ଚାଲିଯାଉଥିବା ବେଳେ ଅଭିଭାବକ ମାନେ ଆମ କଥା ଆଗ ବୁଝି ଅନ୍ୟ ଯୁଆଡେ ଯାଅ ବୋଲି ଆଡି ବସିଲେ ଓ ତାଙ୍କ କାର୍ୟ୍ୟାଳୟର ଦ୍ୱାର ସମୁଖରେ ବସି ରହିଲେ I ପୋଲିସ ଉପସ୍ଥିତିରେ ମହାସଂଘ କାର୍ୟ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ,ଶିକ୍ଷା ଅଧିକାର ଅବାହିକା କଳ୍ପନା ସାହୁ, ଦାଶରଥି ସାମନ୍ତରାୟ ନିର୍ଦେଶକଙ୍କ ସହିତ ଆଲୋଚନା କରିଥିଲେ I କିଛି ସ୍କୁଲ ରେ ପ୍ରି ପ୍ରାଇମେରୀ ଓ ପ୍ରଥମ ଶ୍ରେଣୀରେ ସିଟ ସଂଖ୍ୟାକୁ ନେଇ ଦ୍ୱନ୍ଦ୍ୱ ଦେଖା ଯାଇଛି I ସେମାନେ ପ୍ରି ପ୍ରାଇମେରୀ ରେ ଅଳ୍ପ ସିଟରେ ଆଡ଼ମିସନ କରି ବାହାନା ନେଇ ଠକି ବାକୁ ପ୍ରୟାସ କରିଛନ୍ତି ଏହି ତ୍ରୁଟିର ଫାଇଦା ନେଇ ସ୍କୁଲ ମାନେ ସିଟ ଲୁଚାଇ ଦେଇ ଦ୍ଵନ୍ଦତ୍ମକ ପରିସ୍ଥିତି ସୃଷ୍ଟି କରିଛନ୍ତି I ନିର୍ଦେଶକ କହିଥିଲେ ସ୍କୁଲ ବିରୁଦ୍ଧରେ ଆମେ ଆଇନ ଅନୁଯାଇ କାର୍ୟ୍ୟାନୁଷ୍ଠାନ ନେବୁ ହେଲେ ନିର୍ବାଚନ ଆଚରଣ ଵିଧି ଥିବାରୁ ଏହା ବିଳମ୍ବ ହେବ କ୍ଷ ଯେହେତୁ କିଛି ତ୍ରୁଟି ଓ ସ୍କୁଲ ମାନଙ୍କ ଅବମାନନା ପାଇଁ ଏଭଳି ଅସୁବିଧା ସୃଷ୍ଟି ହୋଇଛି ଆମେ ଆଇନଗତ କାର୍ୟ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନେଇଛୁ ଏହା ବିଳମ୍ବ ହେଉଥିବା ହେତୁ ଯଦି ଅଭିଭାବକ ମାନେ ଅକ୍ଷଲଟମେଣ୍ଟ ହୋଇଥିବା ସ୍କୁଲକୁ ଛାଡି ଅନ୍ୟ ସ୍କୁଲରେ ଆଡ଼ମିସନ ପାଇଁ ଇଛା କରିବେ ତେବେ ଆମେ ବ୍ୟବସ୍ଥା କରିବୁ I ଯେହେତୁ ଅଭିଭାବକ ମାନଙ୍କୁ ସରକାର ପୋର୍ଟାଲ ମାଧ୍ୟମରେ ସିଟ ଅଲଟମେଣ୍ଟ କରିଛନ୍ତି ତେଣୁ ବିଭାଗ ସେହି ସ୍କୁଲ ରେ ଆଡ଼ମିସନ କରିବାକୁ ବାଧ୍ୟ I ତେଣୁ ଆଇନ ର ଆଶ୍ରୟ ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଯିବାକୁ ଅଭିଭାବକ ମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ମହାସଂଘ ନିଷ୍ପତି ନେଇଛି I ଆଜିର ଏହି ଧାରଣାରେ ବିମଲ ପ୍ରଧାନ , ସୁବ୍ରତ ସାହୁ, ବେବିନା ମହାରଣା,ଗୋଲକ ମହାପାତ୍ର ମିଲ୍ଲୀ ସାହୁ,ସଂଗ୍ରାମ ମାଝୀ, ସୀମାଚଳ ଶତପଥୀ, ସଂଗୀତା ମିଶ୍ର, ତାପସ ଦାସ, ପୁଷ୍ପାଞ୍ଜଳି ରାଉଳ ଙ୍କ ସହ ପ୍ରାୟ ୨୦୦ ଅଭିଭାବକ ଉପସ୍ଥିତ ଥିଲେ I
ନ୍ୟାୟପାଇଁ ହାଇକୋର୍ଟରେ ପିଆଇଏଲ : ଅଭିଭାବକ ମହାସଂଘ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ମ.ରାମପୁର ସବ୍ ରେଜିଷ୍ଟର ଅଧିକାରୀଙ୍କ ନାମରେ ମାତ୍ରାଧିକ ବେଞ୍ଚ ମାର୍କ ମୂଲ୍ୟ ଦାବୀ ନେଇ ଅଭିଯୋଗ
କଳାହାଣ୍ଡି,୧୪।୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ)କଳାହାଣ୍ଡି ଜିଲ୍ଲା, ମ.ରାମପୁର ସବ୍ ରେଜିଷ୍ଟର ସୌଦାମିନି ମାଝି ଜମି ରେଜିଷ୍ଟ୍ରେସନ୍ ବାବଦକୁ ସରକାର ଙ୍କ ନିୟମ ଉଲଂଘନ କରି ନିଜ ମନ ମୁତାବକ କାର୍ଯ୍ୟ କରୁଥିବାର ଅଭିଯୋଗ ହୋଇଛି। ଏଠାରେ ପ୍ରକାଶ ଯେ ମ.ରାମପୁର ସରପଞ୍ଚ
ଚିତାବାଘ ର ନଖ ଜବତ ତିନି ଯୁବକ ଗିରଫ ଓ କୋର୍ଟ ଚାଲାଣ
କଳାହାଣ୍ଡି,୧୪|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):ବେଆଇନ ଭାବେ ବନ୍ୟଜନ୍ତୁ ଙ୍କ ର ଶିକାର କରି ବ୍ୟବସାୟ ଚାଲୁଥିବା ସମ୍ପର୍କରେ କୌଣସି ସୂତ୍ରରୁ ସୂଚନା ପାଇ କଳାହାଣ୍ଡି ଉତ୍ତର ବନଖଣ୍ଡ ଅଧୀନ କେଗାଁ ରେଞ୍ଜର ବନ କର୍ମଚାରୀ ମାନେ ଗରଗାବ ସେକ୍ସନ ଅଧୀନ କାନ୍ଦୁଲଝର
ସଶକ୍ତ ଓଡିଶା ପକ୍ଷରୁ ବିଶ୍ୱ ମହିଳା ଦିବସ ଅନୁଷ୍ଠିତ
ଭୁବନେଶ୍ୱର, 08/03/ 26: ସାମାଜିକ ଅନୁଷ୍ଠାନ "ସଶକ୍ତ ଓଡିଶା"ପକ୍ଷରୁ ସ୍ଥାନୀୟ ସିଆରପି ସ୍ଥିତ କାର୍ଯ୍ୟାଳୟ ଠାରେ "ବିଶ୍ୱ ମହିଳା ଦିବସ -2026 ଆବାହକ ବିଜୟ କୁମାର ପ୍ରଧାନଙ୍କ ସଂଯୋଜନା ଓ ସଭାପତିତ୍ବ ରେ ଅନୁଷ୍ଠିତ ହୋଇ ଯାଇଛି l ମହିଳା ସଶକ୍ତିକରଣ
ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ନାଟକ ‘ଖାଣ୍ଟି ସୁନା’
ଚିଲିକା: ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ବାଲୁଗାଁସ୍ଥିତ ମା' ଭଗବତୀ କଳା ନିକେତନ ର ଓଡ଼ିଆ ଅସ୍ମିତା ଉପରେ ଆଧାରିତ ନାଟକ "ଖାଣ୍ଟି ସୁନା" ଗୈ।ରୀ ସାଂସ୍କୃତିକ ପ୍ରତିଷ୍ଠାନ, ଖୋର୍ଦ୍ଧା ଆନୁକୁଲ୍ୟରେ ମଞ୍ଚସ୍ଥ ହୋଇଯାଇଛି। ଡ଼ଃ ପ୍ରଦୀପ ଭୈମିକ ଙ୍କ
ବିଶ୍ଵ ମହିଳା ଦିବସକୁ ନେଇ ଏସବିଆଇ, ରାମଜୀ ଫାଉଣ୍ଡେସନ ତରଫରୁ ଜରାୟୁ କର୍କଟ ରୋଗ ସଚେତନତା ଶିବିର
କଳାହାଣ୍ଡି,୮|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଆଜି ସାରା ବିଶ୍ୱରେ ବିଶ୍ୱ ମହିଳା ଦିବସ ପାଳନ କରୁଥିବା ବେଳେ କଳାହାଣ୍ଡି ଜ଼ିଲ୍ଲା କେସିଙ୍ଗା ଠାରେ ଏସବିଆଇ ଓ ରାମଜୀ ଫାଉଣ୍ଡେସନ ତରଫରୁ ବିଶ୍ଵ ମହିଳା ଦିବସ ପାଳନ ଅବସରରେ କେସିଙ୍ଗା ଏନ୍ଏସିର ବୋରିଙ୍ଗପଦର
ଧର୍ମଗଡ ତାଳୁକ ଆଇନ ସେବା ସମିତି ତରଫରୁ ବିଶ୍ୱ ମହିଳା ଦିବସ ପାଳିତ
କଳାହାଣ୍ଡି,୮|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜ଼ିଲ୍ଲା ଧର୍ମଗଡ଼ ତାଲୁକ ଆଇନ ସେବା ସମିତି ଦ୍ବାରା ଅତିରିକ୍ତ ଜିଲ୍ଲା ଜର୍ଜ ତଥା ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଶକ୍ତି ସଦନ ଗୃହରେ
ବିଶ୍ୱ ମହିଳା ଦିବସ ଅବସରରେ – “ସମାଜସେବାରେ ସମିତା”
ଅଦ୍ୟମ ଇଚ୍ଛାଶକ୍ତି, ନିଷ୍ଠା, ଏକାଗ୍ରତା । ଅଧ୍ୟ୍ୟବସାୟ ଆଗରେ କୌଣସି ପ୍ରତିବନ୍ଧକ ବି ହାର ମାନିଥାଏ। ଜୀବନର ସଂଘର୍ଷର ବହୁ ଘାତ ପ୍ରତିଘାତ ମଧ୍ୟରେ ଗତି କରି ସମାଜ ପାଇଁ କିଛିି କରିବାର ଦୃଢ଼଼ ଭାବନା ତାଙ୍କୁ ଆଣି ଦେଇଛି ଏକ
ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ସହ-ନିର୍ଦ୍ଦେଶକଙ୍କ ବିଯୋଗ
ଚିଲିକା : ଗତକାଲି ଅପରାହ୍ନ ୫ ଘଟିକା ସମୟରେ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର ଶାଖାର ପ୍ରାକ୍ତନ୍ ସହ-ନିର୍ଦ୍ଦେଶକ ପ୍ରଦୀପ କୁମାର ରଥଙ୍କ ଭୁବନେଶ୍ୱରସ୍ଥିତ ଏମ୍ସ୍ ହସପିଟାଲ ଠାରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇ ଯାଇଅଛି। ମୃତ୍ୟୁ ବେଳକୁ
ପିସ୍ଲିଲି ପ୍ରି-ସ୍କୁଲର ୩ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଭୁବନେଶ୍ୱର: ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ନୃତ୍ୟ ଗବେଷଣା କେନ୍ଦ୍ରଠାରେ ପିସ୍ଲିଲି ପ୍ରି-ସ୍କୁଲର ଡେ-କେୟାର ର ତୃତୀୟ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ସଂଯୋଜିକା ଆଦ୍ୟାଶାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଅଭିନେତ୍ରୀ ତଥା
ଇଟିପୁର ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକୋତ୍ସବ ପାଳିତ
ବାଲିଅନ୍ତା,୬|୩: ଭୁବନେଶ୍ୱର ବ୍ଲକ ଅଧିନ ଇଟିପୁର ସ୍ଥିତ ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ମହାସମାରୋହରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଭୁବନେଶ୍ୱର ବ୍ଲକ ଅଧ୍ୟକ୍ଷା ନିରୁପମା ସାହୁ
ପ୍ରତାପ ଶାସନ ଡିଗ୍ରୀ କଲେଜରେ ଛାତ୍ରୀମାନଙ୍କ ଆତ୍ମରକ୍ଷା କୌଶଳ ଶିବିର
ବାଲିଅନ୍ତା : ବାଳକାଟୀସ୍ଥିତ ପ୍ରତାପ ଶାସନ ଡିଗ୍ରୀ କଲେଜ ପରିସରରେ ଛାତ୍ରୀମାନଙ୍କ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମ ବର୍ଷର 87 ଛାତ୍ରୀଙ୍କୁ ନେଇ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ଫେବୃଆରୀ 20 ତାରିଖରୁ
ଇଚ୍ଛାପୁରରେ ନୂତନ ମନ୍ଦିର ପ୍ରତିଷ୍ଠା
ଚିଲିକା: ଚିଲିକା ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମରେ ଗୁରୁବାର ଦିନ ତାରେଣୀ ଠାକୁରାଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା କରାଯିବା ସହ ମା' ଙ୍କ ବିଗ୍ରହ ସ୍ଥାପନ କରାଯାଇଛି । ଏହି ଉପଲକ୍ଷେ ମଙ୍ଗଳବାର ଦିନ ଅଙ୍କୁରାରୋପଣ କରାଯାଇଥିଲା। ବୁଧବାର ଦିନ କଳସ
ଧୂମଧାମରେ ହୋଲି ଉତ୍ସବ ପାଳନ
ବାଲିଅନ୍ତା,୫|୩: ରଙ୍ଗର ପର୍ବ ହୋଲି ବାଳକାଟି ଏବଂ ଏହାର ଆଖପାଖ ଅଞ୍ଚଳରେ ଧୁମଧାମ ପାଳନ ହୋଇଯାଇଛି l ଉତ୍ସବମୁଖର ହୋଇଉଠିଥିଲେ ଛୋଟ ପିଲା ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ l ଭାଇଚାରାର ଏହି ପର୍ବ ପାଳନ କରିବା ନିମନ୍ତେ ସକାଳୁ
ଶାସ୍ତ୍ରୀଜି ଶିକ୍ଷା ନିକେତନ ଛାତ୍ରଙ୍କ ପାଣିରେ ବୁଡି ମୃତ୍ୟୁ
ହୋଲି ଖେଳ ହେଲା କାଳ କଳାହାଣ୍ଡି,୬,୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ବୁଧବାର ଦିନ ହୋଲି ଖେଳ ପାଇଁ ଚାରିଆଡ଼େ ଉତ୍ସବ ମାହୋଲ ଥିବା ବେଳେ ଭବାନୀପାଟଣା ସହରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି I ହୋଲି ଖେଳି ସାରି ସାଙ୍ଗମାନଙ୍କ
ପଲ୍ଲବୀ ନାଟ୍ୟ କଳା ପରିଷଦର ବାର୍ଷିକ ଉତ୍ସବ ଓ ଗୁରୁ ସମ୍ବର୍ଦ୍ଧନା
ଚିଲିକା:ବାଣପୁର-ଚିଲିକା ଅଞ୍ଚଳର ଅଗ୍ରଣୀ ନାଟ୍ୟ ସଂସ୍ଥା ପଲ୍ଲବୀ ନାଟ୍ୟ କଳା , ମଠପୁର ର ୬ଷ୍ଠ ସାମ୍ବତ୍ସରିକ ଉତ୍ସବ ପାଳନ ଅବସରରେ ସାଂସ୍କୃତିକ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଗୁରୁମାନଙ୍କୁ ନେଇ ସମ୍ବର୍ଦ୍ଧନା ଓ ଶିଶୁ ପ୍ରତିଭା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଟଙ୍କପାଣି ଗ୍ରାମରେ ଦୋଳ ଉତ୍ସବ ପାଳିତ
ବାଲିଅନ୍ତା,୫|୩: ଭୁବନେଶ୍ୱର ଉପକଣ୍ଠ ଟଙ୍କପାଣି ଗ୍ରାମରେ ୨ ଦିନ ଧରି ଦୋଳ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି l ଦ୍ୱାଦଶରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ରାତିରେ ସୁସଜ୍ଜିତ ବିମାନରେ ବିମାନରେ ମା' ଟଙ୍କପାଣି, ହରପାର୍ବତୀ, ଲକ୍ଷ୍ମୀ ନାରାୟଣଙ୍କ ଚଳନ୍ତି ପ୍ରତିମା ବିରାଜମାନ କରି
କଳାହାଣ୍ଡି ଜିଲ୍ଲାର ପ୍ରବାଦ ପୁରୁଷ ଦୟାନିଧି ନାଏକଙ୍କ ୧୧୦ତମ ଜନ୍ମଦିନ ପାଳିତ
କଳାହାଣ୍ଡି,୪|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲାର ପ୍ରବାଦପୁରୁଷ ଓ ବିକାଶର ଅଗ୍ରଦୂତ ଭାବେ ସାରା ରାଜ୍ୟରେ ଖ୍ଯାତିଅର୍ଜନ କରିଥିବା ବିଶିଷ୍ଟ ରାଜନୀତିଜ୍ଞ, ସମାଜସେବୀ, ସଂସ୍କାରକ,ମେଧାବୀ, ସର୍ବୋପରି ଜଣେ ଜନପ୍ରତିନିଧି ତଥା ଲୋକପ୍ରିୟ ମନ୍ତ୍ରୀ ଦୟାନିଧି ନାଏକଙ୍କ ୧୧୦ ତମ ଜନ୍ମଦିନ
ଧର୍ମଗଡରେ ନୂତନ ମହିଳା ଡିଏସପି ଆଇପିଏସ ସୂଶ୍ରୀ ଭର୍ଷିଥା ଅଡ଼େପୁ
କଳାହାଣ୍ଡି,୩|୩,(ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଜ଼ିଲ୍ଲା ଧର୍ମଗଡ ଉପଖଣ୍ଡ ରେ ନୂତନ ଭାବେ ଯୋଗଦାନ ଦେଲେ ମହିଳା ଆଇପିଏସ ସୂଶ୍ରୀ ଭର୍ଷିଥା ଅଡେପୂ | ମହିଳା ଡିଏସପି ସୂଶ୍ରୀ ଭର୍ଷିଥା ଅଡେପୂ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରିଣୀ ଭାବେ ଯୋଗଦାନ ଦେଇ କାର୍ଯ୍ୟଭାର
‘ଓଡ଼ିଆ କଳାକାରଙ୍କ ସ୍ୱର’ ର ୩ୟ ବାର୍ଷିକ ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ
ଭୁବନେଶ୍ୱର: ଓଡ଼ିଶାର ଆଗଧାଡିର ସଂଗଠନ ଓଡ଼ିଆ କଳାକାରଙ୍କ ସ୍ୱର (OKS) ର ୩ୟ ବାର୍ଷିକ ନିର୍ବାଚନ ପ୍ରକ୍ରିୟା ଆନୁଷ୍ଠାନିକ ଭାବେ ସମ୍ପୂର୍ଣ ହୋଇଛି ।ଏହି ପ୍ରକ୍ରିୟାରେ OKS ପରିବାରର ସଦସ୍ୟ ଏବଂ ସଦସ୍ୟା ମାନେ ନିଜର ମତ୍ତ ଦାନ କରି, ନୂତନ
ଚାଚେରୀ ଖିଆକୁ ବାହାରିଲେ ମା’ଭଗବତୀ
ଏଥରଗ୍ରହଣ ଯୋଗୁଁ ଚତୁର୍ଦ୍ଦଶୀରେ ହେବ ବାପଘର ପଖାଳ ଖିଆ । ଚିଲିକା,୨।୩: ଉତ୍କଳରେ ଦୋଳଗୋବିନ୍ଦ ପାଇଁ ଦୋଳପର୍ବ ହୋଇଥିବା ବେଳେ ଶକ୍ତିପୀଠ ବାଣପୁରରେ ମା' ଭଗବତୀଙ୍କ ଚ଼ାଚ଼େରୀଖିଆ ଏକ ନିଆରାପରମ୍ପରା । ଫାଲଗୁନ ଶୁକ୍ଳ ତ୍ରୟୋଦଶୀରେ ମା'ଙ୍କ ମନ୍ଦିର ସହିତ ସଂଶ୍ଳିଷ୍ଟ
Politics
ସଶକ୍ତ ଓଡିଶା ପକ୍ଷରୁ ପ୍ରତିବାଦ ସଭା ସହିତ ସ୍ମାରକପତ୍ର ପ୍ରଦାନ
ଚନ୍ଦ୍ରଶେଖର ଦେବ ବ୍ରାହ୍ମଣ ସମିତି ବୈଠକ
ମନ୍ଦାକିନୀ ବାଣୁଆଁ ବଲାଙ୍ଗୀରର ଯୁବ କଂଗ୍ରେସ ପ୍ରଭାରୀ
Entertainment
ତଳଆମ୍ବପଦରରେ ରକ୍ତାକ୍ତ ସଂଘର୍ଷ: ୨୧ ଜଣ ଗିରଫ