ପଞ୍ଚଦଶ ବନଜ୍ୟୋତ୍ସ୍ନା ପୁସ୍ତକ ମେଳା ଓ ସାଂସ୍କୃତିକ ମହୋତ୍ସବ

ନାଟ୍ୟକାର ପଞ୍ଚାନନ ତ୍ରିପାଠୀ ସ୍ମୃତି ସମ୍ମାନ ରେ ସମ୍ୱର୍ଦ୍ଧିତ ହେଲେ ମଞ୍ଚ କଳାକାର ଦକ୍ଷ ବିନ୍ଧାଣୀ l  ବାଲିଗୁଡା: କନ୍ଧମାଳ ଜିଲ୍ଲା ର ଅଗ୍ରଣୀ ସାରସ୍ଵତ ଅନୁଷ୍ଠାନ ବନଜ୍ୟୋତ୍ସ୍ନା ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ପଞ୍ଚଦଶ ବନଜ୍ୟୋତ୍ସ୍ନା ପୁସ୍ତକ ମେଳାରେ ସମର୍ଦ୍ଧିତ ହୋଇଛନ୍ତି ମଞ୍ଚ କଳାକାର ଦକ୍ଷ ବିନ୍ଧାଣୀ l କନ୍ଧମାଳର ବିଶିଷ୍ଟ ନାଟ୍ୟକାର ସ୍ବର୍ଗତଃ ପଞ୍ଚାନନ ତ୍ରିପାଠୀ ସ୍ମୁତି ସମ୍ମାନରେ ସମ୍ମାନିତ କରାଯାଇଛି l କନ୍ଧମାଳ ଜିଲ୍ଲାର ଅନନ୍ୟ ପ୍ରତିଭା ଦକ୍ଷ ପ୍ରଜାପତି ବିନ୍ଧାଣୀଙ୍କୁ  ଅନୁଷ୍ଠାନ ବଢ଼ାନ୍ୟ ପରିବେଶରେ ମୂଖ୍ୟ ଅତିଥି ଙ୍କ ପ୍ରଫେସର ସୁନୀଲ ମିଶ୍ର ଓ ସମ୍ପାଦକ କାହ୍ନୁ ଚରଣ ଶତପଥୀ ସଭାପତି ପ୍ରଶାନ୍ତ ବେହେରାଙ୍କ ଉପସ୍ଥିତିରେ ଏହି ପୁରସ୍କାର ଗ୍ରହଣ କରିଛନ୍ତି  l  ଦକ୍ଷ ପିଲାଟି ଦିନରୁ ନାଚ ଗୀତ ପ୍ରତି ଆକୃଷ୍ଟ ହେଉ ଥିଲେ l ନିଜ ଗାଁ ସିର୍ତ୍ତୀଗୁଡା ଗ୍ରାମ୍ୟ କମିଟି ପକ୍ଷରୁ ଆୟୋଜିତ ରାମାୟଣ ନାଟକରେ ପ୍ରଥମେ ଅଭିନୟ ଜୀବନ ଆରମ୍ଭ କରିଥିଲେ l ବିଭିନ୍ନ ଭୂମିକାରେ ଅଭିନୟ କରୁ କରୁ ହନୁମାନ ଭୂମିକାରେ ଅଭିନୟ କରିବା ସୁଯୋଗ ମିଳିଥିଲା ତା ପରେ ସେ ଆଉ ପଛକୁ ଫେରି ନାହାନ୍ତି, ନିଜ ଅଭିନୟ ଦକ୍ଷତା ଏବଂ ସୁନ୍ଦର ଷ୍ଟଣ୍ଟ ଦେଖାଇ କନ୍ଧମାଳ ଜ଼ିଲ୍ଲା କାହିଁକି ଦକ୍ଷିଣ ଓଡିଶାରେ ଏକ ନମ୍ବର ହନୁମାନ ଭାବେ ପରିଚିତ ହୋଇ ପାରିଛନ୍ତି ଏହା ପରେ କନ୍ଧମାଳ କଳା ବିକାଶ କେନ୍ଦ୍ର ବାଲିଗୁଡାରେ ସାମିଲ ହୋଇ ସାରା ଓଡିଶା ଓ ଓଡିଶା ବାହାରେ ମଧ୍ୟ ମଞ୍ଚ ନାଟକରେ ଅଭିନୟ କରି ସମସ୍ତ ଙ୍କ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି lବାଇଶି ତାରିଖ ଦିନ ପ୍ରତିଭା ସମ୍ୱର୍ଦ୍ଧିତ କାର୍ଯ୍ଯକ୍ରମରେ କନ୍ଧମାଳର ଶ୍ରେଷ୍ଠ ମଞ୍ଚ ପ୍ରତିଭା ୨୦୨୫ ସମ୍ମାନରେ ସମ୍ୱର୍ଦ୍ଧିତ ହୋଇଛନ୍ତି l କେବଳ ମଞ୍ଚ ନାଟକ ନୁହଁ ଲୋକ କଳା ସଂକୀର୍ତ୍ତନ ଦଳରେ ମଧ୍ୟ ଦକ୍ଷ ମାହିର ଅଛନ୍ତି l ପୁରସ୍କାର ପାଇବା ପରେ କନ୍ଧମାଳ କଳା ବିକାଶ କେନ୍ଦ୍ରର ସମ୍ପାଦକ ତଥା ଯୁବ ନାଟ୍ୟକାର ପ୍ରମୋଦ କୁମାର ଦଣ୍ଡସେନା ଦକ୍ଷ ପ୍ରଜାପତି ବିନ୍ଧାଣୀ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page