ପଞ୍ଚାୟତ ଓରମାସ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା

ନୟାଗଡ: ପଞ୍ଚାୟତ ସମିତି, ଓରମାସ, ନୟାଗଡ ଦ୍ୱାରା ଆୟୋଜିତ ୪ ଦିନ ବ୍ୟାପୀ ପଞ୍ଚାୟତ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ରାଜପଟଣା ମିନି ଷ୍ଟାଡିଅମ ଠାରେ ଖୁବ ଧୁମଧାମରେ ଚାଲିଛି l ଉଦଘାଟନୀ ଉତ୍ସବରେ ନୟାଗଡ ବିଧାୟକ ମାନ୍ୟବର ଡଃ ଅରୁଣ କୁମାର ସାହୁ, ସ୍ଥାନୀୟ ସରପଞ୍ଚ ସଦାଶିବ ନାୟକ, ଆଗାମୀ ଚଳଚ୍ଚିତ୍ର ବିଧାୟକର ନାୟକ ପ୍ରଦୀପ ଖୁଣ୍ଟିଆ (ଡୋରା), ସିନେ କଳାକାର ଦେବୁ ବ୍ରହ୍ମା, ସୁମନ ମହାରଣା, ଯୁବ ମିଡ଼ିଆ ପ୍ଲାନର ଭରତ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ l ମହୋତ୍ସବରେ ଯୋଗଦେଇଥିବା କଳାକାରମାନଙ୍କୁ ସମ୍ବର୍ଦ୍ଧନା ଦେବା ସହିତ ଯୁବ ମିଡ଼ିଆ ପ୍ଲାନର ଭରତ ପ୍ରଧାନଙ୍କୁ ଉପସ୍ଥିତ ବରେଣ୍ୟ ଅତିଥି, ସରପଞ୍ଚ, କମିଟିର ସଭ୍ୟ ବୃନ୍ଦ ତଥା ଗ୍ରାମବାସୀଙ୍କ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା l ଶ୍ରୀ ପ୍ରଧାନ ନୟାଗଡ ଜିଲ୍ଲା ମାଟିର ପୁଅ ତା’ସହିତ ଜଣେ ଯୁବ ଉଦ୍ୟୋଗୀ ଭାବରେ ଜିଲ୍ଲା ଗର୍ବ ସମ୍ମାନରେ ସମ୍ମାନିତ ହୋଇଥିଲେ l
ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା l ଦର୍ଶକଙ୍କ ମନରେ ଅନେକ ଆଗ୍ରହ ଓ ଉତ୍ସାହ ଦେଖିବାକୁ ମିଳିଥିଲା l ନୟାଗଡର ଏହି ମହୋତ୍ସବରେ ଖାଦ୍ୟଠୁ ଆରମ୍ଭ କରି ଘର ସଜାଇବା ଉପକରଣ ଭଳି ବିଭିନ୍ନ ସାମଗ୍ରୀର ଦୋକାନ ଖୋଲା ଯାଇଥିବାରୁ ନୟାଗଡ ସହର ତଥା ଆଖ ପାଖ ଅଞ୍ଚଳର ଲୋକଙ୍କର ଭିଡ଼ ଜମିଥାଏ l ଏହି ମେଳା ଦ୍ୱାରା ଅନେକ ଲୋକ ଛୋଟ ଛୋଟ ଦୋକାନ କରି ନିଜ ପରିବାର ପୋଷଣ କରିପାରୁଛନ୍ତି l ମେଳା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ କମ୍ପିଉଠେ ମେଳା ପରିସର l ଯାହା ଦ୍ୱାରା ଲୋକମାନେ ଆକର୍ଷିତ ହୋଇ ମେଳା ଦେଖିବାକୁ ଆସିଥାନ୍ତି l ୪ ଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ଏହି ମେଳା ଦେଖି ଆସୁଥିବା ଅଞ୍ଚଳବାସୀ ଆୟୋଜକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page