ପଞ୍ଚୁ୍ଦୋଳ ମେଳଣ ପ୍ରସ୍ତୁତୀ ବୈଠକ

ବାଲିଅନ୍ତା: ଓଡିଶା ପ୍ରସିଦ୍ଧ ବାଳକାଟି ପଞ୍ଚୁ୍ଦୋଳ ମେଳଣ ନିମନ୍ତେ ପ୍ରସ୍ତୁତୀ ବୈଠକ ଆଜି ପଞ୍ଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l ମେଳଣ ପରିଚାଳନା କମିଟି ସଭାପତି ମହେଶ୍ୱର ବାରିକଙ୍କ ଅଧ୍ୟକ୍ଷତା ହୋଇଥିବା ଏହି ବୈଠକରେ ସରପଞ୍ଚଙ୍କ ପ୍ରତିନିଧି ପବିତ୍ର ମୋହନ ବେହେରା, ସମିତିସଭ୍ୟ ଗଙ୍ଗାଧର ମାହାରୀ, ପୂର୍ବତନ ସରପଂଚ ଭାଗ୍ୟଧର ନନ୍ଦୀ,ବେଣୁଧର ଭୋଇ, କପିଳ ମହାରଣା, ବସନ୍ତ କୁମାର ସାହୁ,ସୁବ୍ରତ ମହାନ୍ତି, ସୁରେନ୍ଦ୍ର ବେହେରା, ବୈକୁଣ୍ଠ ବେହେରା, ସମ୍ପାଦକ ଗିରିଧାରୀ ସାହୁ, ପ୍ରମୁଖ ଯୋଗଦେଇ ଚଳିତବର୍ଷ ମେଳଣ ୫ ଦିନକୁ ବୃଦ୍ଧି କରାଯାଇଥିବାରୁ ଚଳିତ ମାସ ୧୯ ରୁ ୨୩ ତାରିଖ ପର୍ଯ୍ୟନ୍ତ ଏହାକୁ ସରସସୁନ୍ଦର କରିବା ନିମନ୍ତେ ପଂଚାୟତ ବାସୀଙ୍କ ଠାରୁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ l ଏଥିରେ ଚଳିତ ବର୍ଷ ଦେଶଚାନ୍ଦା ବର୍ଦ୍ଧିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ୫ ଦିନ ଧରି ମେଳଣରେ ସୁରକ୍ଷାକର୍ମୀ ନିୟୋଜିତ ରହିବେ l ଏଥିସହ ମେଳଣରେ ଅଧିକ ଲାଇଟର ବ୍ୟବସ୍ଥା କରାଯିବା ସହ ହରିହର ଭେଟ ପୂର୍ବଦିନ ବିମାନ ସେବାୟତ ଓ ଦେଉଳକରଣ ନିମନ୍ତେ ମେଳଣ ପରିଚାଳନା କମିଟି ପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି l ପରେ ମୁଖ୍ୟ ଅତିଥି ଭାବେ ବାଲିଅନ୍ତା ଥାନା ଅଧିକାରୀ ଅନିଲି ପରିଡ଼ା ଓ ସମ୍ମାନିତ ଅତିଥି ଭାବେ ବାଳକାଟି ଫାଣ୍ଡି ଅଧିକାରୀ ରମାନନ୍ଦ ସାହୁ ଯୋଗଦେଇ ପ୍ରଶସନକୁ ସୁଚାର ରୂପେ ତୁଲାଇବା , ଅଗ୍ନି ନିରାପତ୍ତା ପାଇଁ ଦମକଳ ବାହିନୀ, ଭାରିଜନ ଚଳାଚଳ ଉପରେ କଟକଣା , ଟ୍ରାଫିକ ନିୟନ୍ତ୍ରଣ, ଗାଡ଼ି ପାର୍କିଂ ,ସୂଚନା କେନ୍ଦ୍ର ,ଅଂଶୁ ଘାତ ପାଇଁ ସ୍ଵାସ୍ଥ୍ୟ ଶିବିର ଆଦି ବିଭିନ୍ନ ବେବସ୍ତା ଉପରେ ଗୁରୁତ୍ବ ପୂର୍ଣ୍ଣ ଆଲୋଚନା କରିଥିଲେ। ଏଥିରେ ଚାରିଦେଶର ମୁରବୀ ସମେତ ପଞ୍ଚାୟତବାସୀ, ମେଳଣ ପରିଚାଳନା କମିଟି ଓ ବିଭିନ୍ନ ୱାର୍ଡର ସଭ୍ୟ/ସଭ୍ୟାମାନେ ଉପସ୍ଥିତ ରହି ନିଜ ନିଜ ମତ ରଖିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page