ଟିକାବାଲି: ଟିକାବାଲି ବ୍ଲକ କଟିମାହା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଧାନପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ବଡ଼ ଧୂମଧାମରେ ପାଳିତ I ଏହି କାର୍ଯ୍ୟକ୍ରମ ରେ ଜୀବିକା ସୁରକ୍ଷା ମଞ୍ଚ ଓ ମହିଳା ଜୀବିକା ସୁରକ୍ଷା ମଞ୍ଚ କନ୍ଧମାଳ ଓ ୟୁଥ ୱାରୀୟର ଯୁବ ସଂଗଠନ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷାର୍ଥୀଙ୍କ ମିଳିତ ସହଯୋଗରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯାଇଅଛି I ଏହି କାର୍ଯ୍ୟକ୍ରମ ରେ ଜୀବିକା ସୁରକ୍ଷା ମଞ୍ଚ ତରଫରୁ ଶିକ୍ଷାର୍ଥୀମାନଙ୍କୁ ନେଇ

ବିଭିନ୍ନ ପ୍ରତିଯୋଗିତା ଯଥା ନୃତ୍ୟ, ବକୃତା, ରଚନା କରାଯାଇଥିଲା I ଏଥିରେ କୃତିତ୍ୱ ଶିକ୍ଷାର୍ଥୀ ଙ୍କୁ ସମ୍ମାନିତ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବିଦ୍ୟାଳୟ ପରିଚାଳନା ସଭାପତି ଦାସ ଦିଗାଳ, ମୁଖ୍ୟବକ୍ତା ରୂପେ ସି ଆର ସି ସି ଅରବିନ୍ଦ ମହାପାତ୍ର, ସଭାପତି ରୂପେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଧର ମିଶ୍ର, ସମ୍ମାନିତ ଅତିଥି ମଧ୍ୟରେ ୟୁଥ ୱାରୀୟର କଟିମାହା କାର୍ଯ୍ୟକାରୀ ସଭାପତି ଅନନ୍ତ ମଲିକ, ପଞ୍ଚାନନ ବଗର୍ତ୍ତୀ ପ୍ରମୁଖ ମଞ୍ଚାସିନ ହୋଇଥିଲେ I ଏଥିସହ ବିଦ୍ୟାଳୟ ର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଯଥା : ରଞ୍ଜନ ଦିଗାଳ, ସଂଗ୍ରାମ ଭୋଇ, ମଞ୍ଜୁଲତା ମଲିକ, ରଞ୍ଜିତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ I ଜୀବିକା ସୁରକ୍ଷା ମଞ୍ଚର ପ୍ରମୁଖ ସସ୍ମିତା ମଲ୍ଲିକ ଓ ସଂଜୀବ ଦିଗାଳ ଏହି କାର୍ଯ୍ୟକ୍ରମ ର ପରିଚାଳନା ଦାୟିତ୍ୱ ବହୁତ ସୁନ୍ଦର ଭାବେ ନିର୍ବାହ କରିଥିଲେ I