ପରୀକ୍ଷାର୍ଥୀଙ୍କ ପ୍ରଶିକ୍ଷକ ସାଜିଛି ମୋବାଇଲ

କଳାହାଣ୍ଡି, ୧୭|୨: ରାଜ୍ୟ ସରକାର ଚଳିତ ବର୍ଷର ଗ୍ରୀଷ୍ମକୁ ଆଖି ଆଗରେ ରଖି ୨୦୨୪/୨୫ ବର୍ଷର ମାଟ୍ରିକ ପରୀକ୍ଷା ସହ ଅନ୍ୟାନ୍ୟ ଶ୍ରେଣୀର ବାର୍ଷିକ ପରୀକ୍ଷାକୁ ଶୀଘ୍ର କରିବାର ନିଷ୍ପତ୍ତି ନେଇଛନ୍ତି। ଏନେଇ ଫେବୃଆରୀ ମାସର ଆରମ୍ଭ ହୋଇ ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ମଧ୍ୟରେ ପରୀକ୍ଷା ଶେଷ କରିବାକୁ ଶିକ୍ଷା ବିଭାଗର ନିଷ୍ପତ୍ତିକୁ ସମସ୍ତ ଅଭିଭାବକ ଓ ପରୀକ୍ଷାର୍ଥୀ ସ୍ବାଗତ ଜଣାଇଛନ୍ତି | ଚଳିତ ବର୍ଷ ଓଡ଼ିଶା ବୋର୍ଡ ବିଏସଇ ହେଉ କିମ୍ବା ସିବିଏସଇ ଓ ଆଇସିଏସଇ ବୋର୍ଡ ମାଧ୍ଯମରେ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଛନ୍ତି। ପ୍ରତ୍ୟେକ ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ର ଛାତ୍ରୀଙ୍କ ଟିଉସନ ଶିକ୍ଷକ ସାଜିଛି ଆଧୁନିକ ଯୁଗର ଏଣ୍ଡୋଏଡ୍ ମୋବାଇଲ ଯାହାର ସହାୟତାରେ ପରୀକ୍ଷାର୍ଥୀଙ୍କ ପାଇଁ ହେଉଥ‌ିବା କଷ୍ଟକର ପ୍ରଶ୍ନର ଉତ୍ତର ସହଜରେ ପାଇ ପାରୁଛନ୍ତି। ଯଦ୍ଵାର ପରୀକ୍ଷାର୍ଥୀଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ୁନାହିଁ। ସେମାନେ ସାମାନ୍ୟ ପରିଶ୍ରମରେ ସହଜରେ ମୋବାଇଲ ଗୁଗଲ, ୟୁଟ୍ୟୁବ ମାଧ୍ୟମରେ ଇଦୁମେଟ, ଷ୍ଟଡିପଲ, ଲେନିଫାଏ, ଏକ୍ସମଗାଇଡ, ଇଦୁଆପ ଏକ୍ସମପ୍ରୋ, ଷ୍ଟଡିଜୋନ ଇତ୍ୟାଦି ଆପ ମାଧ୍ୟମରେ ସହଜରେ ଉତ୍ତର ପାଇ ଯାଉଛନ୍ତି । ଏପରିକି କି ଛାତ୍ରଛାତ୍ରୀ ବିଦ୍ୟାଳୟ ଛୁଟି ପରେ ଘରେ ଆସି ଶିକ୍ଷକ ଦେଇଥିବା ହୋମୱାର୍କ ମଧ୍ୟ ମୋବାଇଲର ସହାୟତା ଲୋଡୁଛନ୍ତି । ଯାହା ପିଲାଙ୍କ ପାଇଁ ଏକ ବିପଦ ସୂଚନା କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ମୋବାଇଲ ବ୍ୟବହାର ଦ୍ବାରା ଯେ ପିଲାଙ୍କ ମଙ୍ଗଳ ହେଉଛି ନା ଅମଙ୍ଗଳ ହେଉଛି ଏହା ବୁଝି ପାରୁ ନାହାନ୍ତି ଅଭିଭାବକ କିମ୍ବା ଛାତ୍ର ଛାତ୍ରି । କାରଣ ଏହା ଦ୍ବାରା ପିଲା ମାନସିକ ସ୍ତରରେ ଦୁର୍ବଳ ହୋଇ ବିଭିନ୍ନ ମାନସିକ ରୋଗରେ ଆକ୍ରାନ୍ତ ହୋଇ ବିରକ୍ତ ଓ ଚିଡିଚିଡ଼ା ରୂପକ ସ୍ବଭାବ ଦେଖ‌ିବାକୁ ମିଳୁଛି। ଏହି ମୋବାଇଲର ଅଭ୍ୟାସ ପିଲାଙ୍କ ପାଇଁ ଆଗାମୀ ଦିନରେ ଆସନ୍ତା ପିଢ଼ିକୁ ବିପଦରେ ପକାଇବ, ଏହି ଆଶଙ୍କାକୁ ଏଡ଼ାଇ ହେବ ନାହିଁ I ସହଜ ସାଧ୍ଯ ବିଷୟ ଆଗକୁ ବିପଦକୁ ଟାଣି ନେବ ଏବଂ କୁନି ପିଲାଙ୍କ ଜୀବନ ମୋବାଇଲ ପାଇଁ ଆଜି ଯେ ଅନ୍ଧକାରକୁ ଚାଲି ଯାଉଛି ତାହା ଏକ ସମ୍ବେଦନଶୀଳ ବିଷୟ । ଯାହାଦ୍ବାରା ପିଲାଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଉଛି । ତେଣୁ ବେଳହୁଁ ସାବାଧାନ ନହେଲେ ଅନେକ ସମସ୍ୟାକୁ ଆମନ୍ତ୍ରଣ କରିବ, ଏଥିରେ ସନ୍ଦେହ ନାହିଁ।

(କଳାହାଣ୍ଡି ଜ଼ିଲ୍ଲା ରୁ ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ )

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page